breaking News ଅପରାଧ ଜିଲ୍ଲାଖବର ରାଜ୍ୟଖବର

ଜାଗରଭିଡ଼ରେ ଶିବମନ୍ଦିର ହତାରୁ ଶିଶୁକନ୍ୟା ଅପହରଣ ଉଦ୍ୟମ,ଧରାପଡ଼ିଲା ଅପହର୍ତ୍ତା,ଶିଶୁ ଉଦ୍ଧାର

Spread the love

କଟକ ଗ୍ରାମାଞ୍ଚଳ ,୧/୩(ନି.ପ୍ର)ଶୈବ ପୀଠ ମାନଙ୍କରେ ପବିତ୍ର ଜାଗରପର୍ବ ପାଳନ ପ୍ରବ ଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳନ ହେଉ ଥିବା ଓ ଏଥି ନିମନ୍ତେ ଶ୍ରଦ୍ଧାଳୁ ମାନଙ୍କର ବ୍ୟାପକ ଭିଡ଼ ଲାଗି ରହିଥିବା ବେଳେ,କଟ କ ଗ୍ରାମାଞ୍ଚଳ ଜିଲ୍ଲା ଅନ୍ତର୍ଗତ,ଗୋବିନ୍ଦପୁର ଥାନା ଖେରସ ଗ୍ରାମସ୍ଥିତ ପ୍ରସିଦ୍ଧ ଏଗାରେ ଶ୍ୱର ମହାଦେବଙ୍କ ପୀଠରୁ ଏକ ଚାରି ବର୍ଷୀ ୟା ଶିଶୁ କନ୍ୟାକୁ ଆଇସକ୍ରିମ ଲୋଭ ଦେଖା ଇ ଜଣେ ଅଜ୍ଞାତବ୍ୟକ୍ତି ଅପହରଣ କରି ନେ ଉଥିବା ଓ ଶେଷରେ ଲୋକଙ୍କ ହାତରେ ଧରା ପଡ଼ି ଅଟକ ଥିବା ଚାଞ୍ଚଲ୍ୟ ସୃଷ୍ଟି କରିଛି।ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣଙ୍କ ସ୍ଥାନୀ ୟ ଅଞ୍ଚଳରେ ବୁଲିବୁଲି କେଶ ସଂଗ୍ରହ କରି ଥାଏ।ବେଳେ ବେଳେ ରାସ୍ତା ପିଚୁ କାମ ରେ ବି ଶ୍ରମିକ ଭାବେ ନିୟୋଜିତ ଥାଏ।ତାହା ସମ୍ପର୍କରେ ସ୍ଥାନୀୟ ଅଂଚଳର ପୁଲିସ କିମ୍ବା ପ୍ରଶାସନ ପାଖରେ କୌଣସି ଖବର ନ ଥିବା ଜଣା ପଡିଛି।ମନ୍ଦିରରେ ଶ୍ରଦ୍ଧାଳୁ ମାନେ ମହା ଦୀପ ଉଠିବାକୁ ଅପେକ୍ଷା କରିଥିଲେ।ଖେର ସ ଗ୍ରାମର ହେମନ୍ତ ପରିଡ଼ାଙ୍କ ୪ବର୍ଷର ଶିଶୁ କନ୍ୟା ସାଥୀ ପିଲା ମାନଙ୍କ ସହିତ ମନ୍ଦି ରକୁ ଆସିଥିଲା।ସେଠାରେ ଥିବା ଉକ୍ତ ବ୍ୟକ୍ତି ଶିଶୁ ଟିକୁ ଦୁଇଟି ଆଇସକ୍ରିମ ଖାଇବାକୁ ଦେଇ ଭୁଲାଇ ମା ପାଖେ ଛାଡିଦେବି କହି ନେଇ ଯାଉଥିଲା।ମାତ୍ର ଘର ଟପି ଶିଶୁକୁ ଯେତେ ବେଳେ ନିରୋଳା ବାଟ ଧରିଲା ଗାଁ ଲୋକେ ତାହାକୁ ସନ୍ଦେହ କରି ଧରିଥିଲେ ଓ ଅଟକ ରଖି ପଚରା ଉଚରା କରିଥିଲେ।ପୁଲିସକୁ ଏ ସମ୍ପର୍କରେ ଅବଗତ କରାଯାଇଛି।

ଅଭିଯୁକ୍ତ ଅପହର୍ତ୍ତା

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]