ପୁଲିସ ଉପସ୍ଥିତିରେ ଧର୍ତ୍ତବ୍ୟ ଅପରାଧ!ହେଲେ ମହିଳାଙ୍କ ଅଭିଯୋଗକୁ ପଞ୍ଜିକରଣ କରୁନି ପୁଲିସ??
ଅପରାଧର ମୁଖ୍ୟ ସାକ୍ଷୀ ପୁଲିସ ବାବୁ! ହେଲେ ଭୂମିକା ସନ୍ଦେହ ଘେରରେ????
କଟକ ଗ୍ରାମାଞ୍ଚଳ ଜିଲ୍ଲା,୧୮/୩(ନି.ପ୍ର) ରାଜ୍ୟ ସରକାରଙ୍କ ଫାଇପ ଟି ରୁ ଲୋକଙ୍କୁ ଫୋନ ଆସୁଛି ପୁଲିସ ଆପଣଙ୍କୁ କେମିତି ବ୍ୟବହାର କରୁଛି? ଅଭିଯୋଗ କେମିତି ଶୁଣୁଛି?ଆପଣଙ୍କ ବିଚାରରେ ୫ ନମ୍ବରରୁ ଆପଣ କେତେ ମାର୍କ ଦେବେ??କେହି ଜଣେ ଅଧିକାରୀ ବ୍ରିଟିଶ ଅମଳର ସଚିବଙ୍କ ପରି ନିଜର ଏପରି କର୍ତ୍ତବ୍ୟ ସମାପନ କରି ଛାମୁଙ୍କ ଦପ୍ତରରେ ପରମ ସନ୍ତୁଷ୍ଟିର ଖବର ପହଞ୍ଚଉ ଥିବେ!ହେଲେ ଅସଲ ସମସ୍ୟା କ୍ଷେତ୍ର ଉପରେ କଣ ତାହାର ନମୁନା ଏବେ ଜନ ସାଧାରଣ ଜାଣିବା ନିହାତି ଦରକାର।
ଘଟଣା ଅନୁଯାୟୀ,ବୁଧବାର,ଗତ ୧୬/୩/୨୦୨୨ ପୂର୍ବାହ୍ନ ପ୍ରାୟ ୧୧ଟା ରୁ ୧୧.୩୦ ହେବ।ଦୁଇଜଣ ଅଚିହ୍ନା (ଜଣେ ଯୁବକ ଓ ଅନ୍ୟ ଜଣଙ୍କ ଯୁବତୀ )ଓଲଟପୁର ଥାନା ଅନ୍ତର୍ଗତ ଅଡଶପୁରର ରଞ୍ଜିତ ସେନାପତିଙ୍କ ଘରେ ପହଞ୍ଚିଲେ।ସେତେବେଳେ ଘରେ କୌଣସି ପୁରୁଷ ବ୍ୟକ୍ତି ନ ଥିଲେ।ସେମାନେ ବିନା ପରିଚୟ ଓ ବିନା ଅନୁମତିରେ ଘର ମଧ୍ୟକୁ ପ୍ରବେଶ କରି ହଠାତ୍ ଆଧାର କାର୍ଡ ଓ ଫଟୋ ପରିଚୟ ପତ୍ର ମାଗିଲେ।ରଞ୍ଜିତ ସେନାପତିଙ୍କ ପତ୍ନୀ ନମିତା ସେନାପତି ଅଚିହ୍ନା ଦୁଇଜଣଙ୍କୁ ଏସବୁ ଅବା ଆଜିକାଲିକା ପରିସ୍ଥିତିରେ କେମିତି ଦେଇଥାନ୍ତେ!!ଆପଣ ବି ବିଚାର କରନ୍ତୁ!ତହୁଁ ଏ ଦୁହେଁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଯୁବକ ଜଣଙ୍କ ନମିତାଙ୍କୁ କୁଆଡେ ଧକ୍କା ମାରିଲେ ବୋଲି ପୁଲିସରେ ଅଭିଯୋଗ ହୋଇଛି।ଗଲାବେଳେ ସେମାନେ ଜୀବନରୁ ମାରିଦେବାକୁ ଧମକ ଦେବା ସହିତ ଏକ ଲାପଟପ୍ ଓ କିଛି ଟଙ୍କା ଚୋରାଇ ନେଲେ।ରଞ୍ଜିତ ସେନାପତି ଘରକୁ ଫେରିବା ପରେ ଘଟଣା ଶୁଣି ଓଲଟପୁର ଥାନାରେ ତାଙ୍କ ପତ୍ନୀ ନମିତା ଗତକାଲି ଏକ ଲିଖିତ ଅଭିଯୋଗ ଦେଲେ।ପୁଲିସ ଏହି ମାମଲାକୁ ପଞ୍ଜିକରଣ ନ କରି ଆଜି ସନ୍ଧ୍ୟାରେ ନମିତାଙ୍କୁ ଓଲଟପୁର ଥାନାକୁ ଡକାଇଲେ,ଅଭିଯୋଗକୁ ତାରିଖ ବଦଳାଇ ଆଉ ଥରେ ଅନ୍ୟ ପ୍ରକାର ରେ ଲେଖିବାକୁ ଚାପ ଦେଲେ।ଯହିଁରେ ନମିତା ସେନାପତି ରାଜି ହୋଇ ନ ଥିଲେ ଓ ଏହାର ନକଲ ରେଜିଷ୍ଟ୍ରି ଡାକରେ ଏସ ପି ଙ୍କୁ ପଠାଇ ସାରିଥିବାରୁ ନିଜେ ମିଛ କହି ଦୋଷୀ ହେବାକୁ ଚାହିଁ ନ ଥିଲେ,ଅବଶ୍ୟ ଏହି ପ୍ରସଙ୍ଗରେ ଆମେ ଥାନାଧି କାରୀଣୀ ବିଜୟା ସାହୁଙ୍କୁ ପଚାରି ଥିଲୁ,ସେ କିନ୍ତୁ ଅଭିଯୋଗକୁ ଅସ୍ବୀକାର କରି ଥିଲେ।କାହିଁକି ଥାନାଧିକାରୀଣୀ ଏପରି କରିବାକୁ କହିଲେ?କାହିଁକି ଜଣେ ମହିଳା ଙ୍କ ଧର୍ତ୍ତଵ୍ୟ ଅପରାଧ ଅଭିଯୋଗର ମାମଲା ଗତକାଲି ଠାରୁ ପଞ୍ଜିକରଣ ହୋଇ ନ ଥିଲା?? କିଏ ଏହା ର ଉତ୍ତର ଦେବ??V. Lalita Kumari vrs UP govt and others 2013,ମାମଲା ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ଓ ଆଦେଶ ପରିପ୍ରେକ୍ଷୀରେ ସମସ୍ତ ଧର୍ତ୍ତବ୍ୟ ଅପରାଧ u/s 154(1) Cr.P.Cରେ ପ୍ରଥମେ ପଞ୍ଜିକରଣ ହେବା ପରେ ହିଁ ତଦନ୍ତ ହେବା ବାଧ୍ୟତା ମୂଳକ ହୋଇଛି।ଏ କଥା କଣ ଓଲଟ ପୁର ପୁଲିସଙ୍କୁ ଜଣା ନାହିଁ??? ନିଶ୍ଚିତ କଥା ଯେ ସାରା ଦେଶ ରେ ଏମିତି ଜଣେ କେହି ପୁଲିସ କର୍ମଚାରୀ ନାହାନ୍ତି ଯେ କି ଲଳିତା କୁମାରୀ କେଶ ଓ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଏହି ପ୍ରସଙ୍ଗର ରାୟ ଜାଣି ନଥିବେ।ତେବେ ଓଲଟପୁର ପୁଲିସ କଣ ଦେଶ ବାହାରେ କି??ବାସ୍ତବ ଘଟଣା ଅନୁଯାୟୀ ,ଏହି ଅପରାଧ ଘଟିବା ବେଳେ ଘଟଣା ସ୍ଥଳରେ ଓଲଟପୁର ଥାନାର ଜଣେ ପୁଲିସ କର୍ମଚାରୀ ସେଠାରେ ଅଳ୍ପ ସମୟ ଆଗରୁ ପହଞ୍ଚି ଥିଲେ! କିନ୍ତୁ ସେ ଅଭିଯୁକ୍ତ ମାନଙ୍କୁ ବିରୋଧ ବଦଳ ରେ ନୀରବଦ୍ରଷ୍ଟା ସାଜିଥିବା ତାଙ୍କ ଭୂମିକାକୁ ସନ୍ଦେହା ପର୍ଣ୍ଣ କରିଛି ସେହି ପୁଲିସ କର୍ମଚାରୀ ଜଣଙ୍କ କିଏ???ଓ ସାଦା ପୋଷାକରେ ସେ ସେଠାରେ କଣ କରୁ ଥିଲେ???ଆମେ ତାହାଙ୍କ ଫଟୋ ଚିତ୍ର ଆପଣ ମାନଙ୍କ ସାମ୍ନାରେ ରଖୁଛୁ।ଯଦି ସେ କୌଣସି ବିଭାଗୀୟ ତଦନ୍ତ ବା ସରକାରୀ କାମରେ ଯାଇଥିଲେ ତେବେ ପୁଲିସର ୟୁନିଫର୍ମ ପୋଷାକରେ କାହିଁକି ନ ଥିଲେ???ଯଦି ଅଲଗା କାମରେ ଯାଇଥିଲେ ତେବେ ତାହା କି କାର୍ଯ୍ୟ??ଥାନାଧିକାରୀଣି କଣ ଏହି ବିନା ପୋଷାକ ପୁଲିସ ବାବୁଙ୍କୁ ବଞ୍ଚାଇବାକୁ ଏପରି କାରନାମା ଭିଆଇଛନ୍ତି କି??ପୁଲିସ ବାବୁ ଜଣଙ୍କ ତାଙ୍କ ସାମ୍ନାରେ ଘଟଣା ଘଟାଉଥିବା ମାନଙ୍କୁ ସେମାନ ଙ୍କ ନାମ ପରିଚୟ ନମାଗିଲେ କାହିଁକି????ଏ ବାବଦରେ 5T ସଚିବ କି ଉତ୍ତର ରଖିବେ???ନଚେତ୍ ଆମେ ଆମର ଦ୍ଵିତୀୟ ପର୍ଯ୍ୟାୟ ତଦନ୍ତ ଅପରେସନ ଜାରି ରଖିବୁ।

