breaking News ଅପରାଧ ଜିଲ୍ଲାଖବର

ଚୋରା ମଦ ବେପାରୀଙ୍କ ଉତ୍ପାତ:ଓଲଟପୁର ଥାନା ସମ୍ମୁଖରେ ଶତାଧିକ ମହିଳାଙ୍କ ରାତିସାରା ଧାରଣା

Spread the love

କଟକ ଗ୍ରାମାଞ୍ଚଳ (ନି.ପ୍ର,)୧୯/୩ ରାଜ୍ୟରେ ଚୋରାମଦ ବେପାର କାୟା ବିସ୍ତାର କରି ଚାଲିଛି।ସରକାରଙ୍କ ରାଜସ୍ବ ବୃଦ୍ଧି ନାମରେ ଗୋଟିଏ ପଟେ ମଦ ବିକ୍ରିକୁ ପ୍ରୋତ୍ସାହିତ କରାଯାଉ ଥିବା ଆଢ଼ୁ ଆଳରେ ଚୋରା ବେପାର ବି ସାହାଣ ମେଲା ହୋଇଛି।ଫଳରେ ଲୋକେ ପଛେ ମଦୁଆଙ୍କ ଉତ୍ପାତରୁ ତ୍ରାହିତ୍ରାହି ଡାକ ଛାଡ଼ନ୍ତୁ, ଚୋରା ମଦ ବେପାରୀଙ୍କ ପଇସାରେ ପୁଲିସ ଓ ଅବକାରୀ କର୍ମ ଚାରୀ ମାଲାମାଲ ହେଲେଣି।ଆଜି ଏଭଳି ଉତ୍ପାତ ସହ୍ୟ କରି ନ ପାରି ଓଲଟପୁର ଥାନା ଓ କଣ୍ଟାପଡ଼ା ବ୍ଲକ ହେଡ୍ କ୍ୱାର୍ଟର ସାମନା ରେ କଣ୍ଟାପଡ଼ା ପଂଚାୟତର ଶତାଧିକ ମହିଳା ଓ ପୁରୁଷ ସମ୍ପୃକ୍ତ ମଦ ବେପାରୀଙ୍କ ଗିରଫ ଦାବିରେ ସାରା ରାତି ଧାରଣାରେ ବସି ରହିଛନ୍ତି।ମାତ୍ର ଥାନା ଅଧିକାରିଣୀଙ୍କୁ ଥାନାରେ ଦେଖିବାକୁ ମିଳି ନାହିଁ।ସୂଚନାଯୋଗ୍ୟ ଯେ ଜନ ଅସନ୍ତୋଷର ପ୍ରତିଫଳନ ସ୍ବରୂପ ନିକଟରେ କଣ୍ଟାପଡ଼ା ପଞ୍ଚାୟତ ସମିତି ବିଜେଡି ହାତରୁ ବିଜେପି ଖାତାକୁ ଚାଲି ଯାଇଛି।ତଥାପି ଶାସନ ଓ ପ୍ରଶାସନ ପରିସ୍ଥିତି ବୁଝି ବାକୁ ନାରାଜ।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]