
ପୁଲିସକୁ ବନ୍ଧୁକ ଦେଖାଇ ଛଡ଼ାଇ ନେଲେ ଜବତ ବାଲି ଗାଡି!!
କଟକ ଗ୍ରାମାଞ୍ଚଳ(ନି.ପ୍ର)ସରକାରୀ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀ ପୁଲିସ ହାତରୁ ବେସରକାରୀ ବନ୍ଧୁକଧାରୀ ଗୁଣ୍ଡା କୁଆଡେ ଛଡ଼ାଇ ନେଲେ ଜବତ ବାଲିଗାଡି!!ଏଥିରୁ ରାଜ୍ୟର ଆଇନ ଶୃଙ୍ଖଳା ପରି ସ୍ଥିତି ଓ ରାଜ୍ୟବାସୀଙ୍କ ଧନ ଜୀବନ କେତେ ସୁରକ୍ଷିତ ତାହା ସହ ଜରେ ଅନୁମେୟ।ଟଙ୍କା କି ସୁନା ନୁହେଁ ଦେବୀ ନଦୀର ଗୋବିନ୍ଦ ପୁର ପଞ୍ଚାୟତ,ତୀର୍ଥପଡ଼ା ଠାରେ ଥିବା ୪ଗୋଟି ନଦୀ ବାଲି ଘାଟ କୁ ତହସିଲ ଓ ପୁଲିସ ମିଳିମିଶି ଆଖି ବୁଜି ଲୁଟୁଛନ୍ତି ବୋଲି ଅଭି ଯୋଗ ହୋଇ ଆସୁଛି,ଏଥିରେ ଜଣେ ଏଡିଏମଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ଅଭିଯୋଗ ହେଉଛି।ତେବେ,ବେଆଇନ ନଦୀ ବାଲି ଉଠାଣ ଏବଂ ଚୋରା ଚାଲାଣ ବେଳେ ଜବତ ହାଇୱାକୁ ୪ଜଣ ରାଜସ୍ବ କ୍ଷେତ୍ର କର୍ମଚାରୀ (ଆର୍ ଆଇ)ଗତ କାଲି ଧରିଥିଲେ।ଗାଡ଼ିକୁ ଘଟଣା ସ୍ଥଳରେ ଗୋବିନ୍ଦପୁର ପୁଲିସକୁ ସେମାନେ ହସ୍ତାନ୍ତର ବି କରିଥିଲେ,ଚାଳକ ଘଟଣା ସ୍ଥଳରୁ ଖସି ପଳାଇ ଥିଲା।ରାତ୍ରିରେ ପୁଲିସ ଜଗୁଆଳି ଥିବା ସତ୍ତ୍ୱେ ଗାଡିଟିକୁ ସମ୍ପୃକ୍ତ ବାଲି ମାଫିଆ ମାନେ କୁଆଡେ ବନ୍ଧୁକ ଦେଖାଇ ନେଇଗଲେ ବୋଲି ପୁଲିସ ନିଜର ଅସହାୟତା ପ୍ରକାଶ କରିଛି।ଏଠାରେ କୌତୁହଳ ସୃଷ୍ଟି ହୋଇଛି ଯେ,ଅଟକ ଗାଡ଼ିକୁ ତହସିଲ କିମ୍ୱା ଥା ନାକୁ ନିଆ ନଯାଇ ବାଟରେ କେଉଁ ସାହସରେ ଅଟକାଇ ରଖା ଯାଇଥିଲା??କିମ୍ବା ପର୍ଯ୍ୟାପ୍ତ ପୁଲିସ ବଳ ଘଟଣା ସ୍ଥଳରେ ସୁରକ୍ଷା ଦେଇ ନ ଥିଲେ କାହିଁକି??ଜଗୁଆଳି ଥିବା ପୁଲିସବାବୁ ଜଣଙ୍କର କଥାକୁ କେମିତି ବିଶ୍ୱାସ କରାଯିବ??ସୁଚନା ଯୋଗ୍ୟ ଯେ,ଅତୀ ତରେ ଜଣେ ଡି.ଆଇ.ଜି ଶ୍ରୀ ସିଂହଙ୍କୁ ପଶ୍ଚିମାଞ୍ଚଳ ଗସ୍ତ ବେଳେ ଦେହରକ୍ଷୀ ଦୁଇ ପୁଲିସ କର୍ମଚାରୀ ହତ୍ୟା କରି ମାଓବାଦିଙ୍କ ନାଁ କହିଥିଲେ,ପରେ ଅବଶ୍ୟ ପଚରାଉଚରା ବେଳେ ସତ ମାନିଯାଇ ଥିଲେ।ସେହିପରି ଦେଶର ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ବି ନିଜ ଅଙ୍ଗରକ୍ଷୀ ପୁଲିସ କର୍ମଚାରୀଙ୍କ ଦ୍ୱାରା ନିହତ ହୋଇଥିଲେ।ତେଣୁ କେମିତି ବିଶ୍ୱାସ କରାଯିବ ଯେ ଜବତ ଗାଡ଼ିକୁ ଜଗୁଆଳି ଥିବା ପୁ ଲିସ କର୍ମଚାରୀଙ୍କ ଠାରୁ ବାଲିମାଫିଆ ମାନେ ରାତିରେ ବନ୍ଧୁକ ଦେଖାଇ ନେଇଗଲେ ବୋଲି???ଯଦି ଘଟଣା ସତ୍ୟ ହୋଇଥା ନ୍ତା,ସଂପୃକ୍ତ ପୁଲିସ କର୍ମଚାରୀ ଜଣଙ୍କ ଥାନାରେ ଲିଖିତ ଅଭିଯୋ ଗ ଦାୟର କଲେ ନାହିଁ କାହିଁକି??ଗତକାଲି ଗୋବିନ୍ଦପୁର ପୁଲିସ ଅନ୍ୟ ୫ଗୋଟି ବାଲି ହାଇୱାକୁ ଧରି ଗୋବିନ୍ଦପୁର କଲେଜ ପଡି ଆରେ ଅଟକ ରଖି ଥିଲା,ଯାହାର ଫଟୋଚିତ୍ର ଆମର ହସ୍ତଗତ ହୋଇଛି।ହେଲେ ସେହି ଗାଡି ଗୁଡ଼ିକୁ ଅଟକ ରଖାଯାଇ ଥିଲା କାହିଁକି?ପୁଣି କେଉଁ ସର୍ତ୍ତ ପୂରଣ ହେବା ପରେ ଆଜି ପ୍ରତ୍ୟୁଷରେ ଛାଡି ଦିଆଯାଇ ଥିଲା??ମୋଟା ମୋଟି ଭାବେ କୋଟିକୋଟି ଟ ଙ୍କାର ବାଲି ରାଜସ୍ବ ପ୍ରତ୍ୟେକ ଦିନ ଶହଶହ ଘାଟରୁ ଲୁଟ୍ ହେଉ ଥିବା ଓ ଏଥିରେ ତହସିଲ କର୍ମଚାରୀ ଓ ରାଜସ୍ବ କର୍ମଚାରୀ ମା ନେ ସମ୍ପୃକ୍ତ ଥିବା ଅଭିଯୋଗ ବଳବତ୍ତର ହେଉଥିବାରୁ ତୁରନ୍ତ ସି.ସି ଟିଭି ଲଗାଇବା ଓ ପୁଲିସ ବାବୁଙ୍କୁ ବନ୍ଧୁକ ଦେଖାଇ ଜବତ ବାଲିଗାଡି ଛଡ଼ାଇ ନେଇଥିବା ଘଟଣାର ସଠିକ୍ ତଦନ୍ତ ନିମନ୍ତେ ନୂତନ ପୁଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେବାକୁ ଦାବି ହେଉଛି।https://youtu.be/mEWZod2IKsc


କଟକ ଗ୍ରାମାଞ୍ଚଳ(ନି.ପ୍ର)ବିଭିନ୍ନ ସୂତ୍ରରୁ ଖବର ପାଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ଓ ଜିଲ୍ଲା ଯୋଗାଣ ଅଧି କାରୀ ମାନସ ରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ବିଭାଗର ସ୍କ୍ୱାର୍ଡ,କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା କଣ୍ଟୋଲ ଡିଲରଙ୍କ ଦୋକାନ ଉପରେ ଚଢାଉ ଓ ଯାଞ୍ଚ କରାଯାଇ ଥିଲା।ଚଢାଉ ସମୟରେ ମାହାଙ୍ଗା ବ୍ଲକର କେ ତେକ ସରକାରୀ ଖାଉଟି ବିକ୍ରୟ କେନ୍ଦ୍ରରେ ଅତ୍ୟଧିକ ଅ ନିୟମିତତା ପରିଲକ୍ଷିତ ହୋଇଥିଲା।ଓସଙ୍ଗ ପଞ୍ଚାୟତ କ ଣ୍ଟ୍ରୋଲ ଡିଲର ସୁରେଶ ମହାନ୍ତିଙ୍କ ଦୋକାନରୁ ୨୪୦୦ କ୍ଵି ଣ୍ଟାଲ ଚାଉଳ,୮କ୍ଵିଣ୍ଟାଲ ଗହମ ଓ ୧୩୯ଲିଟର କିରୋସିନ ଜବତ କରାଯାଇଥିଲା।ସେହିପରି କୋଳିଅଠା ପଞ୍ଚାୟତ ଡିଲର ଶ୍ୟାମସୁନ୍ଦର ସେଠୀଙ୍କ ଠାରୁ ୧୧୦କ୍ଵିଣ୍ଟାଲ ଚାଉଳ ୫କ୍ଵିଣ୍ଟାଲ ଗହମ,ଓ ୪୦୦ଲିଟର କିରୋସିନ ଜବତ କରା ଯାଇଛି।ଉକ୍ତ ପଞ୍ଚାୟତର ଡିଲର ନିରଞ୍ଜନ ରାଉତଙ୍କ ଠାରୁ ୧୦୬କ୍ଵିଣ୍ଟାଲ ଚାଉଳ,୧୨କ୍ଵିଣ୍ଟାଲ ଗହମ ଏବଂ ୭୦୦ଲିଟର କିରୋସିନ ଜବତ ହୋଇଛି।ମୋଟାମୋଟି ଭାବେ ମାହାଙ୍ଗା ବ୍ଲକର ବିଭିନ୍ନ ସ୍ଥାନରୁ ୨୪୦କ୍ଵିଣ୍ଟାଲ ଚାଉଳ,୨୫ କ୍ଵିଣ୍ଟାଲ ଗ ହମ ଏବଂ ୧୨୩୯କ୍ଵିଣ୍ଟାଲ କିରୋସିନି ଜବତ କରାଯାଇଛି।ଶ୍ରୀକୃଷ୍ଣପୁର ପଞ୍ଚାୟତର ଭିକାରୀ ଚରଣ ଦାସ ଏବଂ ଭେଡା ପଞ୍ଚାୟତର ଭାଗ୍ୟଧର ସାମଲଙ୍କ ଠାରେ ତୃଟି ପରିଲକ୍ଷିତ ହୋଇଥିବାରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଅଧିକାରୀଙ୍କୁ ସୁପାରିଶ କରାଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଜବତ କରାଯାଇଥିବା ଡିଲର ମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ୧୯ ୫୫ର ବିଭିନ୍ନ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଯୋଗାଣବିଭାଗ ଅଧିକାରୀମାନେ ଜଣାଇଛନ୍ତି।ଅ ତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଡଃ ଜ୍ଞାନେନ୍ଦ୍ରିୟ ମିଶ୍ରଙ୍କ ନେତୃତ୍ୱରେ ସହକାରୀ ଯୋଗାଣ ଅଧିକାରୀ ଦେବାଶିଷ ମ ହାନ୍ତି,ଯୋଗାଣ ନିରୀକ୍ଷକ କେଦାର ନାଥ ପ୍ରଧାନି ଓ ସ୍ମୃତିମ ୟୀ ବେହେରା ପ୍ରମୁଖ ଅଧିକାରୀ ମାନେ ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ।ଅନିୟମିତତା ପରିଲକ୍ଷିତ ହେଲେ ଆଗ କୁ ଅଧିକ ଚଢାଉ ଜାରି ରହିବ ବୋଲି ଯୋଗାଣ ବିଭାଗ ପ କ୍ଷରୁ ସୂଚନା ଦିଆଯାଇଛି।
