breaking News ଦୁର୍ନିତି ରାଜ୍ୟଖବର

‘ପ୍ରାଚୀ’ ରେ ବେଆଇନ ବନ୍ଧ ନିର୍ମାଣ,ଜଳଧାରା ପ୍ରଭାବିତ ହେବା ଆଶଙ୍କା:ମଉନ ବ୍ରତ ରେ ତହସିଲଦାର

Spread the love

ଗଙ୍ଗା ଠାରୁ ୧୦୦ ବର୍ଷ ପୁରୁଣା,ସୁ ନାବ୍ୟା,ପୁଣ୍ୟତୋୟା ପ୍ରାଚୀ ଉତ୍କଳୀୟ ନୌବାଣିଜ୍ୟ,ଶୈବ,ଶାକ୍ତ,ବୈଷ୍ଣବୀୟ ସଂସ୍କୃତି ଓ ଗଢି ଉଠିଥିବା ନଦୀ ସଭ୍ୟତାର ଚରମ ନିଦର୍ଶନ ପ୍ରାଚୀ କୁ ହତ୍ୟା କରିଥିବା ଆଉ ଅନ୍ୟ କେହି ନୁହନ୍ତି,ନିଜେ ଆମେ …। ବନ୍ୟା ଦାଉରୁ ରକ୍ଷା କରିବାକୁ ବନ୍ଧ,ବାଡ ଓ ୫ ନମ୍ବର ଜାତୀୟ ରାଜପଥ ବା ପୁରୀ କଲିକତା ଗ୍ରାଣ୍ଡ ଟ୍ରଙ୍କ ରୋଡ ନିର୍ମାଣ ଆଳରେ ଆମେ ପ୍ରାଚୀନ ପ୍ରାଚିକୁ ସବୁଦିନ ଲାଗି ମାରି ସାରି ବେଳେ ବେଳେ କୁମ୍ଭୀର କାନ୍ଦଣା କାନ୍ଦୁ! କାରଣ ଲୋକେ ଜାଣିବେ ସଂସ୍କୃତି ପ୍ରେମୀ।ସେତକ ପରେ ଆମ ମନ ବୁଝିଲା ନାହିଁ ଯେ ଆମେ ଅକଥନୀୟ ଅତ୍ୟାଚା ର ପ୍ରାଚୀ ଉପରେ ଚଳାଇ ରଖିଛୁ।ପ୍ରାଚୀ ଉପରେ କୌଣସି ଲେଖା ଆଉ ପାଠ୍ୟ କ୍ରମରେ ସ୍ଥାନ ପାଉନାହିଁ।ଦିନ ଆସିବ ପ୍ରାଚୀର ସେହି ଗୌରବମୟ ଗାଥା ବହନ କରୁଥିବା କାହା ଣୀ ମାନଙ୍କ ଉପରେ ସାନି ଗବେଷଣା ଲୋଡା ପଡ଼ିବ।

(ପ୍ରାଚୀ ଶଯ୍ୟାର ଦୃଶ୍ୟ)

ଫୁଲ ନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥ ଅନ୍ତର୍ଗତ,କଣ୍ଟାପଡ଼ା ତହସିଲ ର ସଳେଇ ନିକଟରେ ପ୍ରାଚୀ ନଦୀ ଶଯ୍ୟାରେ ବେସରକାରୀ ଉଦ୍ୟମରେ ନିର୍ମିତ ହେଉଛି ଏକ ବିରାଟ ବନ୍ଧ (ରାସ୍ତା)।ଏହାକୁ ଜନୈକ ବ୍ୟକ୍ତି ନିଜସ୍ଵ ଅର୍ଥରେ ନିର୍ମାଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।ଜେସିବି ଓ ଟ୍ରାକ୍ଟର ଲଗାଇ ଏପରି ବନ୍ଧ ନିର୍ମାଣକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି।ଆଗକୁ ବର୍ଷା ଦିନ ଆସୁ ଥିବାରୁ ଏଥି ଯୋଗୁ ପ୍ରାଚୀର ଜଳ ପ୍ରବାହ ବାଧାପ୍ରାପ୍ତ ହେବ।ଫଳରେ ଜଳ ପ୍ଲାବିତ ଅଞ୍ଚଲରେ ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି।ଅଡଶପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟଳୟ ନିକଟରୁ ମାତ୍ର କେଇ ଗଜ ଦୁରତାରେ ଉକ୍ତ କାର୍ଯ୍ୟ ଚାଲିଥିଲେ ହେଁ ତହସିଲଦାର କିପରି ମଉନ ବସିଛନ୍ତି ତାହା ରହସ୍ୟାବୃତ୍ତ ହୋଇ ରହିଛି।

କନ୍ଦଳ ନଦୀର ବାବଜା ଠାରେ ନାବାର୍ଡ ପ୍ରଦତ୍ତ ୫କୋଟି ୪୨ ଲକ୍ଷ ଟଙ୍କାର ପଥର ପ୍ୟାକିଂ କାର୍ଯ୍ୟ ଜଳସମ୍ପଦ ବିଭାଗ ମାର୍ଫତରେ ହେଉଥିଲା।କା ର୍ଯ୍ୟାଦେଶ ପବନି ନାୟକ ନାମକ ଠିକାଦାରଙ୍କ ନାମରେ ରହିଥିଲା।ତେବେ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ରାଜ୍ୟ ଭିଜିଲାନ୍ସ ନିକଟ ରେ ଲିଖିତ ଭାବେ ହେବା ପରେ ମାମଲା ରୁଜୁ ହୋଇଛି ଓ ତଦନ୍ତ ଆରମ୍ଭ ହୋଇଛି।ପ୍ରାଚୀ ଡ଼ିଭି ଜନରୁ ଏ ସମ୍ପର୍କିତ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ତଦନ୍ତ ନିମନ୍ତେ ମଗାଯାଇଛି।ଏହାପରେ ଲୋକା ୟୁକ୍ତଙ୍କ ତଦନ୍ତ ଆରମ୍ଭ ହେଲେ ପ୍ରକୃତସତ୍ୟ ପଦା କୁ ଆସିବ ବୋଲି ଅନୁମାନ କରାଯାଉଛି।

ନଦୀ ବାଲିଚୋରୀ କରି ବ୍ୟାପକ ରାଜସ୍ବ ଲୁ ଟା ଯାଉଥିବା ନେଇ ବ୍ୟାପକ ଅଭିଯୋଗ ହୋଇ ଆସୁଥିବା ବେଳେ ଘରପୋଡ଼ିରୁ କୁଟା ଖିଏ ପରି ଆଜି ଦୁଇଟି ବାଲି ବୋଝେଇ ହାଇ ୱା କଣ୍ଟାପଡ଼ା ତହସିଲଦାର ମିତାଞଳି ଦାଶ ଙ୍କ ହାତରେ ଧରା ପଡ଼ିଥିଲା।ଗାଡି ଦୁଇଟି ଘା ଟ ଇଜରାଦାରଙ୍କ ୨୦ତାରିଖର Yଫର୍ମ ଉପ ରେ ଶୁନକୁ ୬କରିଦେଇ ୨୬କରି ଦେଇ ବା ଲି ପରିବହନ କରୁଥିବା ଧରା ପଡ଼ିଥିଲା।ଏ ଥିରୁ ଗୋଟିଏ ଗାଡ଼ିର ପରିବହନ କାର୍ଯ୍ୟାଳ ୟ କାଗଜରେ ବି ଗଣ୍ଡଗୋଳିଆ ଥିବା ଜଣା ପଡିଛି।ଦୁଇଟି ଗାଡି ଉପରେ ୫୦ହଜାର ଟ ଙ୍କା ଲେଖଏଁ ଜୋରିମାନା ଦାବି ହୋଇଛି।ଉ କ୍ତ ଅର୍ଥ ଅନାଦାୟେ ଗାଡିିଅଟକ ରହିଛି।

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]