ଦୁର୍ନିତି ରାଜ୍ୟଖବର

ରାଷ୍ଟ୍ରପତି,ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରାପ୍ତ ଦକ୍ଷ ସରପଞ୍ଚଙ୍କୁ ବଳାତ୍କାରୀ ସଜେଇଲା ପୁଲିସ!!

Spread the love

କଟକ ଗ୍ରାମାଞ୍ଚଳ,୨୦/୦୬(ନି.ପ୍ର)କବିବର ରାଧାନା ଥ ରାୟ ଏକଦା ବୋଧହୁଏ ପୁଲିସ ଉଦ୍ଦେଶ୍ୟରେ କ ହିଥିଲେ ବିନା ମେଘେ ସୃଜି ପାରଇ କୁଳିଶ(ବଜ୍ର,ଘ ଡଘଡି)…ବିନା ମେଘେ ଶୁଖିଲା ଘଡ଼ଘଡି ସୃଷ୍ଟି କରି ପାରେ ପୁଲିସ।ଏଥି ସହିତ ବ୍ରିଟିଶ ଅମଳର ପୁଲିସ ନିର୍ଯ୍ୟାତନା,ଅତ୍ୟାଚାରର ବଦନାମ,କଳଙ୍କ ନାନା ଭାବେ ଏବେ ମଧ୍ୟ ଦେଶୀୟ ପୁଲିସ ଉପରେ ଲାଗି ରହିଛି,ଫଳରେ ଜନସାଧାରଣଙ୍କ ମଧ୍ୟରୁ ଅଧିକାଂଶ ପୁଲିସକୁ ବିଶ୍ୱାସରେ ନିଅନ୍ତି ନାହିଁ।ବନ୍ଧୁତା ସହ ବିଶ୍ୱା ସ ଘାତକତା ବିଦେଶୀ ପୁଲିସ ତାଲିମ ପାଠର ଏକ ପ୍ରମୁଖ ଅଂଶ ବିଶେଷ।ଏହା ଏବେ ସତ୍ୟ ପ୍ରମାଣିତ ହୋଇଛି ଗୋବିନ୍ଦପୁର ଥାନା ପୁଲିସ ନିକଟରେ।ପ୍ରତିଦ୍ୱନ୍ଦି ସହ ଉପଯୁକ୍ତ ମାର୍ଗରେ ଲଢି ନ ପାରି ବି ଜେଡି ଦଳର ବିଧାୟକ ଯେଉଁ ହୀନ ପନ୍ଥା ଆଦରି ଛନ୍ତି ସେଥିରେ ଅନୁପ୍ରାଣିତ କିଛି ଗାଁ ଟାଉଟର,କୁଜି ଖଣ୍ଡେ ଛୋଟ ମୋଟ ଅଇଁଠା ରୁଟି ପାଇଁ ଗାଁ ର ଅଳି ଆଖିଆ ଦେଶୀ କୁକୁର ପାଲଟି ଯାଇଛନ୍ତି।ଏହା କେ ବଳ ଈର୍ଷା ଛଡ଼ା ଆଉ କିଛି ନୁହେଁ ବୋଲି ସାଧାରଣ ରେ ଧାରଣା ବଳବତ୍ତର ହୋଇଛି।୨୦୧୧-୧୨ ମସି ହାରେ କେନ୍ଦ୍ର ସରକାରଙ୍କ ନିର୍ମଳ ପଞ୍ଚାୟତ କାର୍ଯ୍ୟ କ୍ରମର ସଫଳ ରୂପାୟନ କରି ସାରା ପଞ୍ଚାୟତ କେ ବଳ ନୁହେଁ,ସାରା ରାଜ୍ୟ ଲାଗି ଗର୍ବ ଗୌରବ ଆଣି ଥିଲେ ତତ୍କାଳୀନ ପୋସ୍ତଳ ପଞ୍ଚାୟତ ସରପଞ୍ଚ ଏଇ ବିଜୁପାତ୍ର ଏହି ସମ୍ମାନରେ ଆଉ ଅନ୍ୟମାନେ କାହିଁକି ସମ୍ମାନିତ ହୋଇ ପାରିଲେ ନାହିଁ ?ଯଦିଓ ସାରା ଦେ ଶର ବିଭିନ୍ନ ପ୍ରଦେଶରୁ ମୋଟ ୨୫୦୦ଜଣ ଉକ୍ତ ସ ମ୍ମାନ ଦିଲ୍ଲୀଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ତତ୍କାଳୀନ ମହାମହିମ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ହାତରୁ ମାନପତ୍ର ଗ୍ରହଣ କରିଥିଲେ।ସାରା ଅଞ୍ଚଳ ଖୁସିରେ କମ୍ପି ଉଠିଥିଲା।ଏହି ସମ୍ମାନ କଣ କେବେ ବି ଆମ ବିଧାୟକ ଜୀବନର ଅବଶିଷ୍ଟ ସମୟ ମଧ୍ୟ ରେ ହାସଲ କରି ପାରିବେ କି??ତେଣୁ ଈର୍ଷା ଆସିବା ସ୍ବାଭାବିକ।କେବଳ ସେତିକି ନୁହେଁ ବିଭିନ୍ନ କେନ୍ଦ୍ରୀୟ ନେତୃବୃନ୍ଦ,ଉଚ୍ଚ ସରକାରୀ ପ୍ରଶାସନିକ ଅଧିକାରୀ ମାନେ ଏହି ଛୋଟିଆ ଦ୍ଵୀପ ଅଞ୍ଚଳ (ଦେବୀ-କନ୍ଦଳ) କୁ ଗସ୍ତ କରିଥିଲେ,ଯେତେବେଳେ କି କନ୍ଦଳ ନଦୀର କୁଳବ୍ରାହ୍ମଣସାଇଲୋ ଠାରେ ସେତୁ ନିର୍ମାଣ ହୋଇ ନ ଥିଲା ତଣ୍ଡିକଣା ସେତୁ ଠାରୁ ନଦୀ ବନ୍ଧର ସିଙ୍ଗଲ ଅଣଓସାରିଆ ଖାଲଖମା ପୂର୍ଣ୍ଣ ରାସ୍ତାରେ ଦୀର୍ଘ ୭ କିମିର ଯେଉଁ ଅଗମ୍ୟ,ବିପଦ ସଙ୍କାକୁଳ ରାସ୍ତା,ରାସ୍ତା ନୁହେଁ ତ ଖୋଦ୍ ମରଣ ଯନ୍ତା।ଏଥିରେ ପଡ଼ି ଉଠି ସେଦିନ ଦେଢ଼ ହଜାରରୁ ଉର୍ଦ୍ଧ୍ବ ସାଧାରଣ ଜନତା ବିଜୁପାତ୍ରଙ୍କୁ ଦିଲ୍ଲୀରୁ ସମ୍ବର୍ଦ୍ଧିତ ହୋଇ ଫେରିବା ବେଳେ ଫୁଲନଖରା ଠାରୁ ରାଲି କରି ଆଣିଥିଲେ।କେବଳ ସେତିକି ନୁହେଁ ଏଭଳି ଯୁବ ନେତୃତ୍ଵଙ୍କୁ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ,ସେଦିନ ମୁଖ୍ୟ ମନ୍ତ୍ରୀଙ୍କ ସହ ମଞ୍ଚରେ ଥିଲେ ସର୍ବ ଶ୍ରୀଯୁକ୍ତ ବିକ୍ରମ ଆରୁଖ,ପ୍ରତାପ ଜେନା ପ୍ରମୁଖ।ଅଥଚ ଏଭଳି ନେତୃ ତ୍ୱ,ପାରିବା ପଣିଆକୁ ସହ୍ୟ କରି ନ ପାରି ରାଜନୀତି ନାଁ ରେ ବିଧା ୟକ ଙ୍କ ଇଙ୍ଗିତରେ ଦଳିତ ମହିଳାଙ୍କ ବ୍ଲାଉଜ ଟାଣି ଛିଣ୍ଡାଇ ଦେଇ ଥିବାର ଏକ ପ୍ରତି ଅଭି ଯୋଗକୁ ଗୋବିନ୍ଦପୁର ଥାନା ପୁଲିସ ପଞ୍ଜୀକୃତ କରି ଛି!! ଏହା କଣ ରାଷ୍ଟ୍ରୀୟ ସମ୍ମାନ!!ବୋଲି ଆମେ କହି ପାରିବା ?ଧିକ୍ ଆମ ବୌଦ୍ଧିକ ରାହାଜାନୀର ଅମଣି ଷ ପଣିଆକୁ।ଦାଉ ସାଧିବା ବୋଲି ଲୋକଙ୍କ ଉପର କୁ ମଳ ଫିଙ୍ଗିବା??ତାହା ହେଲେ ତ ବିଧାୟକ ମ ହୋଦୟ ଅଡଶପୁର ସରକାରୀ ଡାକ୍ତରଖାନାରେ ଡା କ୍ତର ଥିବା ବେଳେ ଯେଉଁ ଅଡଶପୁର ଛୋଟା ତାଙ୍କ ସରକାରୀ ବାସଭବନ ସାମ୍ନାରେ ଛେଳୁଆରେ ମଳ ଥୋଇଥିଲା ତାହା ଥିଲା ଉପଯୁକ୍ତ ସମ୍ମାନ!!ଯାହା ଏ ଯାଏ ନିଜେ ବିଧାୟକ ବି ଭୁଲି ପାରି ନାହାଁନ୍ତି।ବିଜୁ ପାତ୍ରଙ୍କ ଜୀବନକାଳ ଭିତରେ ଯେଉଁଠି ଗୋଟିଏ ବି ଚରିତ୍ର ହିନତାର କଳଙ୍କ କାଳିମା କେଶ ବି ସ୍ପର୍ଶ କରି ନାହିଁ,ଏ ପରିଣତ ବୟସରେ ନିର୍ବାଚନରେ ପତ୍ନୀ (ପୂର୍ବତନ ସରପଞ୍ଚ)ପୁଷ୍ପଲତା ପାତ୍ରଙ୍କୁ ପ୍ରାର୍ଥୀ କରି ହାରିଗଲେ ବୋଲି ଦଳିତ ମହିଳାଙ୍କ ବ୍ଲାଉଜ ଟାଣିଥି ବେ!!???ଏହା କଦାପି ବିଶ୍ୱାସ ଯୋଗ୍ୟ??ବିଜେଡି ଚାପରେ ଧନ୍ୟ ଆମ ପୁଲିସ!!!ବିଚାର ରାଜ୍ୟ ବାସୀ ଙ୍କର।କାରଣ ପୁଲିସ ଗିରଫ ଭୟରେ ଏବେ ଗୋପ ନ ବାସରେ ବାରିବାରି ବୁଲୁଥିବା ଜାମିନ ଖୋଜୁଥିବା ସେଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧି ତ ସେଇ ବିଜୁପାତ୍ର!!ଦ୍ୱିପାଞ୍ଚଳ ଦ୍ଵୀପ!ସେ ସେମିତି ଦିକ ଦିକ୍ ଜଳୁଥାଉ ପଛେ,କ୍ଷୀଣ ଆଲୋକ ବର୍ତ୍ତିକା ଭିତରେ ନିଜର ପ୍ରିୟ ପରିଜନଙ୍କ ପାଖରେ ନିଜ ସ୍ଥିତି ଜାହିର କରୁଥାଉ।

ବିଜେଡି ନେତା,ବିକ୍ରମ ଆରୁଖ,ପ୍ରତାପ ଜେନାଙ୍କ ଗହଣରେ ମଞ୍ଚରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରୁ ସମ୍ବର୍ଦ୍ଧିତ ବେଳର (ଫାଇଲ ଫଟୋ)
ମାନ୍ୟଗଣ୍ୟ ଅତିଥିଙ୍କ ଗହଣରେ ସରପଞ୍ଚ ବିକୁପାତ୍ର

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]