
ଟାଟା ପାୱାରର ଛିଣ୍ଡା କେବୁଲରେ ଲାଗି ମାଙ୍କଡ଼ର ବିଭତ୍ସ ମୃତ୍ୟୁ! ମାନବ ଅଧିକାର କମିଶନରେ ରୁଜୁ ହେବ ମାମଲା?
କଟକ ଗ୍ରାମାଞ୍ଚଳ(ନି ପ୍ର)୧୨/୦୭ ରାଜ୍ୟରେ ବିଜୁଳି ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର କର୍ମଚାରୀ ଙ୍କ ଗୁରୁ ତର ଅବହେଳା ଯୋଗୁ ଆଜି ଅପରାହ୍ନରେ କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲା ଅନ୍ତର୍ଗତ,ଗୋବିନ୍ଦ ପୁର ଥାନା ଅଧୀନସ୍ଥ ବାଗଲପୁର-ସାଇଲୋ ଝାର ପଡ଼ା ଆର୍ ଆଣ୍ଡ ବି ରାସ୍ତା ,ଝାରପଡ଼ା ଗ୍ରାମ,ରାଜନି ଘାଇ ନିକଟରେ ଏକ ଅଣ୍ଡିରା ମାଙ୍କଡ଼ର ବିଭତ୍ସ ଓ ରକ୍ତାକ୍ତ ମୃତ୍ୟୁ ଘଟିଛି।ଏମିତିକି ଆହତ ମାଙ୍କଡକୁ ଚିକିତ୍ସା ନିମନ୍ତେ ନ ନେଇ ଏହି କର୍ମଚାରୀ ମାନେ ଘଟଣାରୁ ମୁହଁ ଆଡେଇ ଚାଲି ଯାଇଥିଲେ,ଫଳରେ କିଛି ସମୟ ଆହତ ମାଙ୍କଡ ଜୀବନ ସହ ସଂଗ୍ରାମ କରି ହାରି ଯାଇଥିଲା।ପ୍ରାପ୍ତ ତଥ୍ୟ ସୂଚନା ଅନୁଯାୟୀ ,ଘଟଣା ସ୍ଥଳରେ ଥିବା ଏକ ବିଜୁଳି ଖୁଣ୍ଟ ନିକଟରେ ବିଭାଗୀ ୟ କେବୁଲ କଟା ଯୋଡ଼ା ହୋଇ ଥିବାରୁ ଉଚ୍ଚ ଶକ୍ତି ବିଜୁଳି ବାହାରକୁ ବାହାରି ଝୁଲି ରହିଥିଲା।ଝୁଲି ରହି ଥିବା ବିଜୁଳି ତାରକୁ ସୁଧାରିବାକୁ ଭଙ୍ଗା ଇଟା ପଥର ଖଣ୍ଡକୁ ସୁତୁଲିରେ ବାନ୍ଧି ଝୁଲା ଯାଇ ଥିଲା।ପାଖ ଗଛରେ ଆସ୍ଥାନ ଜମେଇ ଥିବା ମାଙ୍କଡ ଦଳଙ୍କ ମଧ୍ୟରୁ ଦଳପତି ଅଣ୍ଡିରା ମାଙ୍କଡଟି ବିଜୁଳି ଖୁଣ୍ଟ ଦେଇ ତଳ କୁ ଓହ୍ଲାଇବା ବେଳେ କେବୁଲର ଖୋଲା ଥିବା ସଂଯୋଗ ସ୍ଥାନରେ ଲାଗି ଯାଇଥିଲା।ସେଥିରୁ ମୁକୁଳିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ପାରି ନ ଥିଲା।ରାସ୍ତାରେ ପଡ଼ି ଛଟପଟ ହେଉଥିବା ଓ ହାତ ହଲାଉଥିବା ବେଳେ ବିଜୁଳି କର୍ମଚାରୀ ମାନେ ଏହାକୁ ଅଣଦେଖା କରି ଘଟଣା ସ୍ଥଳରୁ ଖସି ପଳାଇଥିଲେ।ଫଳରେ ଆହତ ମାଙ୍କଡଟିର ପ୍ରାଣ ବାୟୁ ଉଡ଼ି ଯାଇଥିଲା।ଏଠାରେ ସୂଚନା ଯୋଗ୍ୟ ଯେ କୌଣସି ବ୍ୟକ୍ତିଗତ ବିଦ୍ୟୁତ୍ ଗ୍ରାହକଙ୍କ ସର୍ଭିସ୍ ଲାଇ ନ କୌଣ ସି ଦୁର୍ଘଟଣା ବଶତଃ କଟାଯୋଡା ହୋଇ ଥିଲେ ଟାଟା ପାୱାର ଏହାକୁ ବାଇପାସ ଅଭିଯୋଗ ଆଣି ଜୋରିମାନା କରୁଥିବା ବେଳେ ଏକ କେବୁଲ୍ ଲାଇନ୍ କଟା ଯୋଡ଼ାକୁ ସଂପୃକ୍ତ ବିଜୁଳି କମ୍ପାନୀ କିପରି ଅନୁ ମତି ଦେଇଥିଲା, କେବୁଲ ଲାଇନ୍ ଓହ ଳି ମୁଖ୍ୟ ରାସ୍ତା ପାର୍ଶ୍ବରେ ଝୁଲି ରହିଥିବା ବେଳେ ଏଥିରେ ଭଙ୍ଗା ଇଟା ପଥର କିଏ ଝୁଲାଇଥିଲା??କମ୍ପାନୀର କର୍ମଚାରୀ ଏଠାରେ କଣ କରୁଥିଲେ?ଖବରପାଇ ବନ ବିଭାଗର ଫୁଲନଖରା ରେଞ୍ଜ କର୍ମ ଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।ମୃତ୍ୟୁର କାରଣ ସ୍ପଷ୍ଟ କରିବାକୁ ମୃତ ମାଙ୍କଡର ଶବ ବ୍ୟବ ଚ୍ଛେଦ ଦାବି ହୋଇଛି। ଟାଟା ପାୱାରର ଏତାଦୃଶ ଅବହେଳାକୁ ଦାୟୀ କରି ସ୍ଥାନୀୟ କିଛି ପରିବେଶ ବିତ ମାନବ ଅଧିକାର କମିଶନରେ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି।