ଦୁର୍ନିତି

ଆନ୍ଦୋଳନକାରୀଙ୍କୁ ପୁଲିସର ଲଲିପପ୍ ପ୍ରବୋଧନା!!

Spread the love

କଟକ ଗ୍ରାମାଞ୍ଚଳ,୧୫/୦୭(ନି.ପ୍ର)ଦେବୀ ନଦୀ,ଓ କାକଟପୁର ବ୍ରାଞ୍ଚକେନାଲର ଦୁର୍ବଳ,ସିଙ୍ଗଲବନ୍ଧ ଉପ ରେ ଦୈନିକ ଶହଶହ,ବାଲି ପରିବହନ କରୁଥିବା ଓଜନଦାର ହାଇୱା ଯୋଗୁ ରାସ୍ତା ମରଣଯନ୍ତା ପାଲ ଟିଛି।ଏଥି ପୁର୍ବରୁ ସ୍ଥାନୀୟ ଶତାଧିକ ଜନତାଙ୍କ ଏକ ମିଳିତ ଆବେଦନପତ୍ର ପ୍ରଶାସନକୁ ଦିଆଯାଇ ଥିଲା।ମାତ୍ର ରାଜସ୍ବ ଆଦାୟ ଆଳରେ ଏହାକୁ ଅଣଦେଖା କରାଯାଇଥିଲା।ବର୍ଷା ଦିନ ଯୋଗୁ ସଂପୃକ୍ତ ରାସ୍ତା ଏବେ ମାଛ ପୋଖରୀର ଭ୍ରମ ସୃଷ୍ଟି କରୁଛି।ସ୍ଥାନୀୟ ମଜୁରାଇ ଗ୍ରାମର ଲଲାଟେନ୍ଦୁ ପାତ୍ର ଓ ତାଙ୍କ ସହ ଯୋଗୀମାନେ ବାଲିଘାଟ ଗାଡି ଗୁଡ଼ିକୁ ଏଭଳି ଅବ ସ୍ଥାରେ ଥିବା ରାସ୍ତାରେ ଚଳାଇ ନ ଦେବାକୁ ଲଗାଣ ବର୍ଷାକୁ ଖାତିର ନ କରି ରାସ୍ତା ଉପରେ,ଗୋଟିଏ ପାର୍ଶ୍ଵକୁ ବସିଯାଇଥିଲେ।ଗୋବିନ୍ଦପୁର ପୁଲିସ ଆନ୍ଦୋଳନକାରୀଙ୍କୁ ବୁଝାଇ ଶୁଝାଇ ଉଠାଇବାକୁ ପହଞ୍ଚି ଥିଲେ।ପୁଲିସ ଆନ୍ଦୋଳନକାରୀଙ୍କୁ କହିଥିଲା କି ବିଭାଗୀୟ ଅଧିକାରୀଙ୍କୁ ଡ଼କାଇ ଆଲୋଚନା କରାଯିବ,ହେଲେ ଏବେ ରାସ୍ତା ନିର୍ମାଣ ସମ୍ଭବ କି?ଆନ୍ଦୋଳନକାରୀ କହିଥିଲେ ଯେ ଆଗ ମରାମତି ସରିଲେ ତା ପରେ ବାଲି ଗାଡି ଚଳାଯାଉ,ସେମାନେ ଜନ ସାଧାରଣଙ୍କୁ ରାସ୍ତା ଅବରୋଧ କରି ନାହାନ୍ତି।ତେବେ ଘଟଣା ସ୍ଥଳକୁ ତହସିଲଦାର ନିଜେ ନ ଆସି ଅତିରିକ୍ତ ତହସିଲଦାର ଶୁଭ୍ରାଂଶୁ ସାହୁ ପହଞ୍ଚି ଥିଲେ, ସେ ରାସ୍ତା ଅବସ୍ଥା ବୁଲି ଦେଖିଥିଲେ ହେଁ ମରାମତି ପର୍ଯ୍ୟନ୍ତ ବାଲି ହାଇୱା ଚଳ ପ୍ରଚଳକୁ ବନ୍ଦ କରି ନ ଥିଲେ।ଫଳରେ ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ରହିଛନ୍ତି,ଓ ଆନ୍ଦୋଳନ ଚାଲୁ ରହିଛି। (ବି.ଦ୍ର)ଶେଷ ଖବର ଅନୁଯାୟୀ ଘାଟ ଇଜରାଦାର ଙ୍କ ପକ୍ଷରୁ ମାନସ ମହାପାତ୍ର ଆନ୍ଦୋଳନକାରୀଙ୍କ ସମସ୍ତ ସର୍ତ୍ତ ମାନିନେଇ ରାସ୍ତା ପୁନଃ ନିର୍ମାଣ ପର୍ଯ୍ୟନ୍ତ ଘାଟରୁ ବାଲି ଉଠାଣ ବନ୍ଦ ରଖିବାକୁ ମୋବାଇଲ୍ ଫୋନ ଯୋଗେ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]