
ଜଙ୍ଗଲି ବାରହା,ଆତଙ୍କ ରଚାଇଲା;ଆକ୍ରମଣରେ ସଂଖ୍ୟାଧିକ ଗୁରୁତର,ମୁକାବିଲା ଲାଗି ଘଟଣା ସ୍ଥଳରେ ବନ ବିଭାଗ ଓ ଗୋବିନ୍ଦପୁର ପୁଲିସ କର୍ମଚାରୀ!
କଟକ ଗ୍ରାମାଞ୍ଚଳ(ନି.ପ୍ର)୨୦।୯ ସିଟି ଫରେଷ୍ଟ ଡିଭିଜନ ଅନ୍ତର୍ଗତ,ଫୁଲନଖରା ରେଞ୍ଜ ତଥା ଗୋବିନ୍ଦପୁର ଥାନା ଅଧୀନସ୍ଥ ବାଲିପଡ଼ା ପଦା ସାହିରେ ଏକ ଜଂଗଲୀ ବାରହା ଗତକାଲି ଠାରୁ ଆତଙ୍କ ରଚାଇଛି।ଉକ୍ତ ଜଂଗଲୀ ଜନ୍ତୁର ଅଚାନକ ଆକ୍ରମଣରେ କିରଣ ଦାସ,ଲିଜା ଦାସ,ମନୋଜ ଦାସ ଓ ବିଶ୍ଵନାଥ ଦାସ(୪ ଜଣ)ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ବେଳେ,ତନ୍ମଧ୍ୟରୁ ଲିଜା ଦାସଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ କଟକ ବଡମେଡିକା ଲକୁ ସ୍ଥାନାନ୍ତର କରାଯାଇଛି।ଖବର ପାଇ ଘଟଣାର ମୁକାବିଲା ନିମନ୍ତେ ବନବିଭାଗ କର୍ମଚାରୀଙ୍କ ସମେ ତ ଗୋବିନ୍ଦପୁର ଥାନା କର୍ମଚାରୀ ମାନେ ସଦଳବ ଳେ ସେଠାରେ ଉପସ୍ଥିତ ରହିଛନ୍ତି।ଘଟଣାକୁ ନେଇ ସାରା ଅଞ୍ଚଳରେ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକା ଶ ପାଇଛି।ଉତ୍ତ୍ୟକ୍ତ ଲୋକେ ବାରହାଟିକୁ ମାରିବାକୁ ଠେଙ୍ଗା ବାଡି ଧରି ଗୋଡ଼ାଇ ଥିବାରୁ ନିକଟସ୍ଥ ବଣ ବୁଦା ଭିତରେ ସେ ଛପି ଯାଇଛି।ଜନ୍ତୁକୁ କାବୁ କରି ବାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିଶ୍ଚେତକ ବିଶେଷଜ୍ଞ(tranquliser)ଙ୍କୁ ସେଠାରେ ମୁତୟନ କରାଯାଇଛି।ଚିକିତ୍ସାଧୀନ ପୀଡ଼ିତ ମାନଙ୍କ ଚିକିତ୍ସା ନିମନ୍ତେ ସରକାରୀ ନିୟମା ନୁଯାୟୀ ଚିକିତ୍ସା ଖର୍ଚ୍ଚ ଓ କ୍ଷତି ପୂରଣ ଦେବାକୁ ଦାବି ହୋଇଛି।ସବୁଠାରୁ ବଡ ଉଦବେଗର ବିଷୟ ଯେ,ଏହି ଅଞ୍ଚଳରେ ଜଙ୍ଗଲି ଜନ୍ତୁମାନଙ୍କ ପ୍ରାଦୁର୍ଭାବ ପୁର୍ବରୁ କେବେ ଦେଖା ଯାଇ ନ ଥିବା ସ୍ଥଳେ କିଭଳି ଏକ ଜଂଗଲୀ ବାରହା ଏଠା ରେ ପହଞ୍ଚି ଧନଜୀବନ କ୍ଷୟକ୍ଷତି ଘଟାଇଲା,ଏହା ଦଳ/ପଂଜା ନା ଏକମାତ୍ର ଗୋଟିଏ ତାହା ବନ ବିଭାଗ ଓ ସ୍ଥାନୀୟ ପୁଲିସର ମୁଣ୍ଡବିନ୍ଧା ବଢାଇ ଦେଇଛି।

