ଦୁର୍ନିତି

୧୦୦ବର୍ଷର କାଗଜ ସମାଜ:ଗତିତଳକୁ ତଳକୁ!

Spread the love

ସମାଜ ଖବର କାଗଜ କହିବାକୁ ଗଲେ ଓଡିଶାର ଏକ ବହୁପୁରାତନ ଖବରକାଗଜ। ସଂଗ୍ରାମ ଓ ଅଧ୍ୟବସାୟ ବଳରେ ପ୍ରାକ୍ ସ୍ୱାଧୀନତା କାଳରୁ ସ୍ୱାଧୀନୋତ୍ତର କାଳପର୍ଯ୍ୟନ୍ତ ଏହାର ଜୟଯାତ୍ରା ଓ ନିଷ୍ଠା ଅବ୍ୟାହତ ରହିଆସିଥିଲା। ବହୁ ମହାମନିଷୀ ଉକ୍ତ ଅନୁଷ୍ଠାନର ବହୁଗୁରୁତ୍ୱପୂର୍ଣ ପଦବୀ ମଣ୍ଡନ କରିଥିଲେ।ମାତ୍ର ନିଷ୍ଠା ଓ ତ୍ୟାଗ ବଦଳରେ ଯେବେଠୁ ଲୁଟିବା ପ୍ରକ୍ରିୟା ଓ ମନୋଭାବର ଅନୁପ୍ରବେଶ ଘଟିଲା , ସେବେଠୁ ସମାଜର ଅଧୋଃଗତି ଆରମ୍ଭ ହୋଇଛି, ଯେ ବୁଡିଗଲା ଗୋଡ ତଳକୁ ତଳକୁ ଛଡା ଉପରକୁ ଉଠିବା ନାଁ ଧରୁନି । ପରିସ୍ଥିତି ଏଭଳି ହୋଇଛି ଖବରକାଗଜଟିର ବିକ୍ରି ବଢେଇବାକୁ ହକରମାନକଂ ଜରିଆରେ ପୁସ ସେଲକୁ ବିକଳ୍ପ ପନ୍ଥାଭାବେ ବାଛିବା ଛଡା ଗତ୍ୟନ୍ତର ନାହିଁ ।ସେଥିଯୋଗୁ କାଗଜଟିର ଖବର ମାନ ହ୍ରାସ ପାଉଛି,ଯେ ଯାହା ପାରୁଛି ଲେଖୁଛି ,ତା ବି ଛପା ଯାଉଛି । ଫଳରେ ଦିନ ଏମିତି ଆସିବାକୁ ଯାଉଛି । ପାଠକୀୟ ଶ୍ରଦ୍ଧା ଓ ଆଦ୍ରୁତି ହରାଇ ନିଜ ସ୍ଥିତି ହଜାଇବା ବେଶୀ ବିଳମ୍ବ ହେବନାହିଁ।କାରଣ ଗାଈ ଜଗିବାଲୋକ ଦ୍ୱାରା ଗାଈ ବିକ୍ରି ହୋଇପାରେ ନାହିଁ ତାହା ପୁନଃପୁନଃ ପ୍ରମାଣିତ

ହେବାରେ ଲାଗିଛି । ” ଗୋଦର ଗୋଡରେ ମାଉଁସ ଲାଗିଲେ ଦେହର କି ଶୁଭ ଗଣି ” ? ସେଥିପାଇଁ ପୂର୍ବତନ ବାର୍ତ୍ତା ସଂପାଦକ ଶ୍ରୀ ସତ୍ୟରାୟ ହକରଂକୁ ସାମ୍ବାଦିକତା ଦେବା ସପକ୍ଷରେ ନ ଥିଲେ । ଏବେକାର କଥା କିନ୍ତୁ ସଂପୂର୍ଣ ଅଲଗା । ପଂଗୁ ଲଘଂୟତେ ଗିରି …….। ଭୁଲ ଦେଖେଇବାର ଦିନଟିଏ ଯାଇନାହିଁ ପୁଣି ଭୁଲ ପରେ ଭୁଲ। ବିରିଡି (ସ.ପ୍ର) ଲେଖିଥିବା ଓ ସମାଜ ଖବରକାଗଜରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ମହାତୋଳ ଗାଁ ରେ ଜଣେ ବିଶିଷ୍ଟ ବ୍ୟକ୍ତି ଧନଂଜୟ ରାଉତଂକ ଏକାଦଶାହ ଉପଲକ୍ଷେ ଶୋକସଭାଟିଏ ଅନୁଷ୍ଠିତ ହୋଇଥିଲା। ଯହିଁରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁଦାସ ଯୋଗ ଦେଇଥିଲେ । ମାତ୍ର ସମାଜ କାଗଜ ଲେଖିଲା କି ଧନଂଜୟ ମହାପାତ୍ର ! ଏହାକୁ କଣ ଯଥାର୍ଥ ପୂଜ୍ୟ ପୂଜା ବୋଲି କୁହାଯାଇପାରିବ ?ଏପରି ଲେଖିବା ଦ୍ୱାରା ବରଂ ନ ଲେଖିବା ଠାରୁ ଅଧିକ କଷ୍ଟ ସେଇମାନଂକୁ ହେବ କି ନା ଯେଉଁମାନେ ସଠିକ ନାଁ ଲେଖାଥିଲେ ଖୁସି ହୋଇଥାନ୍ତେ ? ଅଥଚ ଧରିତ୍ରୀ କାଗଜକୁ ଧନ୍ୟବାଦ ଏପରି ଭୁଲ ସେହି କାଗଜ କରିନାହିଁ। ଆମେଏହି ଦୁଇକାଗଜର କ୍ଲିପିଂ ପାଠକୀୟ ଅବଗତି ନିମନ୍ତେ ପେଶ୍ କରିଛୁ। ପ୍ରସାରଣ ଆମର , ବିଚାର ଓ ନିଷ୍ପତ୍ତି ଆପଣ ମାନଂକର ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]