
ଆନ୍ତଃଜିଲ୍ଲା ମୋବାଇଲ ଫୋନ୍ ଟାୱାରଚୋର ରାକେଟ ସକ୍ରିୟ!!
କଟକ ଗ୍ରାମାଞ୍ଚଳ ଜିଲ୍ଲା (ନି.ପ୍ର)ରାଜ୍ୟରେ ହଜାର ହଜାର ମୋବାଇଲ ଫୋନ୍ ଉପଭୋକ୍ତାଙ୍କୁ ସେବା ଦେବାକୁ ଏୟାରଟେଲ୍,ରିଲାଏନ୍ସ ଜିଓ,ଆଇଡିଆ, ଭୋଡା ଓ ବିଏସ ଏନ ଏଲ୍ ପରି କମ୍ପାନୀ ମାନେ କାର୍ଯ୍ୟରତ ଥିବାବେଳେ ମୋବାଇଲ ଟାୱାର ଗୁଡିକ ରୁ ମୂଲ୍ୟବାନ କେବୁଲ,ବ୍ୟାଟେରୀ,ଯନ୍ତ୍ରାଂଶ ଆଦି ଚୋରୀ କରି କବାଡ଼ିଆ ଓ ବିଭିନ୍ନ ବାସନକୁସନ ବେପାରୀଙ୍କୁ ବିକ୍ରି କରୁଥିବା ଏକ ଆନ୍ତଃ ଜିଲ୍ଲା ରାକେ ଟ କଟକ ଜିଲ୍ଲା,ଗୋବିନ୍ଦପୁର ଥାନା ଅନ୍ତର୍ଗତ ଚଉ ପଡ଼ା ଓ କମାରସାହି ଗ୍ରାମର ୩/୪ ଜଣ ଯୁବକଙ୍କୁ ଏଥିରେ ନିୟୋଜିତ କରାଯାଇଛି।ଏହି ରାକେଟକୁ ପରି ଚାଳନା କରୁଥିବା ମୁଖ୍ୟବ୍ୟକ୍ତି ଜଣକ ପୂର୍ବରୁ ବିଏସ୍ ଏନ୍ ଏଲ ର କର୍ମଚାରୀ ଥାଇ,ସେତେବେଳେ ବି ସେ ଏପରି କାର୍ଯ୍ୟରେ ସଂପୃକ୍ତ ଥିବା ଓ ଖୋର୍ଦ୍ଧା ଜିଲ୍ଲା ବାଳକାଟିର ଜଣେ ବାସନ ନିର୍ମାଣକାରୀ ଜରି ଆରେ ବିଭାଗର ଷ୍ଟୋରରୁମରୁ ଲୁଟ ପିତଳ,ତମ୍ବା, ନିକେଲ୍ ଯନ୍ତ୍ରାଂଶ,କେବୁଲ୍ ଆଦିକୁ ବ୍ୟାପକ ଭାବେ ଲୁଟିନେଇ ତରଳାଇ ଧାତୁରେ ପରିଣତ କରୁଥିଲେ।ଏବେ ଏହି ଅପରାଧ ଘୋଡାଇବାକୁ ସାମ୍ବାଦିକ ପାଠ୍ୟକ୍ରମ ନ ପଢି,ନ ଜାଣି ଏକ ଦୈନିକ ଖବର କାଗଜ ବିକ୍ରେତା-ସାମ୍ବାଦିକ ସାଜିଥିବା ବେଳେ ଟେଲିଫୋନ ଟାୱାର ଗୁଡିକରୁ ରାତିରାତି କେବୁଲ, ଆର୍ଥିଙ୍ଗ,ବ୍ୟାଟେରୀ ଆଦି କାଟି,ଲୁଟି ନେବାରେ ସକ୍ଷମ ହେଉଛନ୍ତି ଉପରୋକ୍ତ ଗ୍ରାମର ୩ଯୁବକଙ୍କ ମଧ୍ୟରୁ ଜଣେ ଗତ ପ୍ରାୟ ମାସକ ତଳେ କେବୁଲ କାଟିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁର୍ଘଟ ଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି,ଏବେ ସୁଦ୍ଧା ସଂପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି।ଯୁବକ ମାନଙ୍କୁ ନିୟୋଜିତ କରି ୫/୬ହଜାର ଟଙ୍କା ମାସିକିଆ ଆଦାୟ କରା ଯାଉଛି।ପାଖରେ ଥିବା ତେଲିଯୋଡ଼ି ଦଳ ଓ ପାଣି ଭିତରେ ଲୁଚାଇ ରଖାଯାଉଥିବାଏହି ଚୋରୀ ସାମ ଗ୍ରୀକୁ ବେଳଉଣ୍ଡି ୪୦୭ଯାନରେ କବାଡିଆ ପାଖକୁ ନିଆ ଯାଉଛି ଏପର୍ଯ୍ୟନ୍ତ ଏହି ରାକେଟ ଦ୍ଵାରା ଖୋର୍ଦ୍ଧା ,ଜଗତସିଂପୁର,କେନ୍ଦ୍ରାପଡ଼ା,ପୁରୀ,କଟକ ଆଦି ଜିଲ୍ଲା ର ଶହଶହ ଟାୱାରରୁ ଏହି ରାକେଟ ମୂଲ୍ୟବାନ ଯନ୍ତ୍ରାଂଶ ଗୁଡ଼ିକୁ ଲୁଟି ନେଇ ସାରିଲେଣି।ଉକ୍ତ ରାକେ ଟରେ ଟାୱାର ପରିଚାଳନା ଦାୟିତ୍ବରେ ଥିବା ଟେକ୍ନି ସିଆନ,କର୍ମଚାରୀ ଓ ଜଗୁଆଳି ମାନେ ମଧ୍ୟ ସଂପୃକ୍ତ ।ସେମାନେ ଜେନେରେଟର ଇନ୍ଧନ ଚୋରୀ କରି କମ୍ପାନୀ ଗୁଡ଼ିକୁ ସତମିଛ କହି ଚାଲିଛନ୍ତି।କେତେକ ଥାନା କର୍ମଚାରୀଙ୍କ ସହଯୋଗ ମଧ୍ୟ ଏହି ରାକେଟ ରେ ରହିଛି ବୋଲି ଅନୁସନ୍ଧାନରୁ ଜଣାଯାଇଛି। ରାତି ସାରା ଏହି କାର୍ଯ୍ୟପରେ ଉକ୍ତ ରାକେଟର ଚୋର ମାନେ ଦିନରେ ଶୋଇରହୁଛନ୍ତି।
