breaking News ଅପରାଧ ଜିଲ୍ଲାଖବର ରାଜ୍ୟଖବର

ଦଳିତ ଶିକ୍ଷକଙ୍କୁ ଜାତିଗତ, ଆକ୍ଷେପ,”ଅଛୁଆଁ “କହି ଫସିଲେ ଅଧିକାରୀ:ଥାନାରେ ରୁଜୁ ହେଲା ଅପରାଧିକ ମାମଲା,ଗିରଫକୁ କେବଳ ଅପେକ୍ଷା

Spread the love

କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ଦଳିତ ବର୍ଗର ଜଣେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କୁ ଜାତିଗତ ଆକ୍ଷେପ, ‘ଅଛୁଆଁ ‘କହି ବ୍ଲକ ଶିକ୍ଷାଧିକାରୀ ଫସି ଥିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ମିଳିଥିବା ସୂଚ ନା ଅନୁଯାୟୀ,କଟକ ଗ୍ରାମାଞ୍ଚଳ ଜିଲ୍ଲା,କଣ୍ଟାପଡ଼ା ବ୍ଲକର ପ୍ରାଥମିକ ଶିକ୍ଷକ ପୁନାନନ୍ଦ ବେହେରାଙ୍କୁ ବ୍ଲକ ଶିକ୍ଷାଧିକାରୀ ପ୍ରତାପ ପ୍ରଧାନ କ୍ରମାଗତ ଭାବେ ନି ର୍ଯ୍ୟାତନା ଦେଇ ଆସୁଥିଲେ।ଏହା ବିରୁଦ୍ଧରେ ଆପତ୍ତି କରିବାରୁ ଉଦ୍ଦେଶ୍ୟ ମୂଳକ ଦଣ୍ଡ ବିଧାନ,ଚପଲ ଓହ୍ଲା ଇ ଦେଇ,ତଳେ ବସାଇ ସହକର୍ମୀଙ୍କ ଦ୍ବାରା ବିଚାର କରିଥିଲେ।କୈଫିୟତ ତଲବ,କାରଣଦର୍ଶାଅ ନୋଟି ସ,କୁ ବ୍ୟବହାର ପ୍ରଦର୍ଶନ କରୁଥିଲେ।ନିଜର ଅଧସ୍ତ ନ ସହ କର୍ମୀଙ୍କ ସହାୟତାରେ ଏପରି ଦମନଲୀଳା ଚଳାଇ ଭୟଭୀତ କରି ରଖିଥିଲେ।ଏହା ବିରୁଦ୍ଧରେ ଶିକ୍ଷକ ପୁନାନନ୍ଦ ସ-ପ୍ରମାଣ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରିଥି ଲେ।ଉକ୍ତ ଅଭିଯୋଗ ଉପରେ ଶ୍ରୀ ପ୍ରଧାନଙ୍କ ନାମ ରେ ୨୩୪୪/୨୨ ମାମଲା ରୁଜୁ ହୋଇଛି।ଏହା ଜାଣି ବା ପରେ ସେ ଅଧିକ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ ଓ ପୁନାନନ୍ଦଙ୍କୁ ଛୋଟ ଜାତି,”ଅଛୁଆଁ ” ବୋଲି ଗାଳି କରିଥିଲେ।ଗତକାଲି ଶିକ୍ଷକ ପୁନାନନ୍ଦ ଓଲଟପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇ ଥିଲେ।ପୁଲିସ ହରିଜନ ଆଦିବାସୀ ନିର୍ଯ୍ୟାତନା ଆଇ ନ ଆଧାରରେ ଥାନା କେଶ୍ ନମ୍ବର ୧୨୨/୨୨ ମାମ ଲା ରୁଜୁ କରି ତଦନ୍ତ ଚଳାଇଛି।ସୂଚନା ଯୋଗ୍ୟ ଯେ ,ଉକ୍ତ ଶିକ୍ଷାଧିକାରୀ ଶ୍ରୀ ପ୍ରଧାନ ଅନ୍ୟଜଣେ ପ୍ରାଥମି କ ଶିକ୍ଷକଙ୍କୁ ଏପରି ନିର୍ଯ୍ୟାତନା ଦେଇଥିବାରୁ ତାଙ୍କ ନାମରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟ ରେ ଅନ୍ୟ ଏକ ମାମଲା ୨୮୧୯/୨୧ ବିଚାରାଧୀନ ରହିଛି।ଆଜିକୁ ପ୍ରାୟ ୨୦ବର୍ଷ ତଳେ ୨୦୦୨ମ ସିହା ରେ ତାଙ୍କୁ ୩ଦିନ ପାଇଁ ସସ୍ପେଣ୍ଡ କରାଯାଇ ଥିବା ତା ଙ୍କ ସର୍ଭିସ ବହିରେ ଉଲ୍ଲେଖ ରହିଛି।ଏହା ସତ୍ତ୍ୱେ ସ ରକାର ତାଙ୍କୁ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଭାବେ ନି ଯୁକ୍ତ କରି ପଦୋନ୍ନତି ବି ଦେଇଥିବା ଆଶ୍ଚର୍ଯ୍ୟର ବି ଷୟ ଭାବେ ପ୍ରମାଣିତ ହୋଇଛି।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]