breaking News ଜିଲ୍ଲାଖବର ଦୁର୍ନିତି

ବ୍ଲକପ୍ରଶାସନ ହରଡଘଣାରେ:୫ଶିକ୍ଷକସଂଘ ଜାଲ ଆବାସ ଚୟନରେ ପଶିବାକୁ ମନାକରିଦେଲେ

Spread the love

ବ୍ଲକ ପ୍ରଶାସନ ଓ ମିଳିତ ଶିକ୍ଷକସଂଘର ଏକ ବୈଠକ ଆଜି ଅପରାହ୍ନରେ କଣ୍ଟାପଡା ବ୍ଲକ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସାନିତଦନ୍ତ ନିମନ୍ତେ ହାଇକୋର୍ଟ ରେଏକ ମାମଲାର ରାୟ ପ୍ରଦାନ ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇ ଥିଲା। ତେବେ ମିଳିତ ଶିକ୍ଷକସଂଘ ଏହି ଘୋଟାଲାରେ ପଶିବାକୁ ମନାକରିଦେବାରୁ ବ୍ଲକ ପ୍ରଶାସନ ହରଡଘଣାରେ ପଡିଛି । ମିଳିଥିବା ସୂଚନାନୁଯାୟୀ, କଣ୍ଟାପଡା ବ୍ଲକରେ କ୍ଷୟକ୍ଷତି ଘଟିନଥିବା ଓ ଆଗରୁ ଥିବା କୋଠାଘର ଥିବା ହିତାଧିକାରୀଂକୁ ପ୍ରଶାସନ ମାଗଣା ଘରତାଲିକାରେ ସାମିଲ କରିଥିଲା । ଯାହା ବିରୁଦ୍ଧରେ ସଂଖ୍ୟାଧିକ ହିତାଧିକାରୀ ହାଇକୋର୍ଟରେ ମାମଲା ମାନ ରୁଜୁକରିଥିଲେ । ଗୋଟିଏ ମାମଲାରେ ହାଇକୋର୍ଟ ସାନି ତଦନ୍ତ ଓ ଏପରି ତାଲିକା ପ୍ରସ୍ତୁତ କରିଥିବାରେ ଦାୟୀ କର୍ମଚାରୀକଂ ବିରୁଦ୍ଧରେ ପଦକ୍ଷେପ ନେବାକୁ ରାୟ ଦେଇଛନ୍ତି । ଏଥିରେ ଭୟଭୀତ ହୋଇ ବ୍ଲକ ପ୍ରଶାସନ ସାନିତଦନ୍ତ ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରି ପୁରୁଣାତାଲିକାର ଦାୟୀ କର୍ମଚାରୀକଂ ସହିତ ପ୍ରାଥମିକ ଶିକ୍ଷକ ମାନକୁଂ ମିଶାଇ ଏକ କମିଟୀ ଗଠନ କରିଥିଲା। ଏହାଫଳରେ ଅନୁପଯୁକ୍ତ ହିତାଧିକାରୀ ବାଦପଡିଥିଲେ ଶିକ୍ଷକ ମାନେ ବଳିପଡିଥାନ୍ତେ ନତୁବା ହାଇକୋର୍ଟରେ ମାମଲା ହେଲେ ଫସିଥାନ୍ତେ। ପ୍ରଶାସନ ଶିକ୍ଷକ ମାନକଂ କାନ୍ଧରେ ବନ୍ଧୁକ ରଖି ଖସିଥାନ୍ତା । ଏକଥା ଜାଣିପାରି କଣ୍ଟାପଡାବ୍ଲକର ୫ଟିଯାକ ଶିକ୍ଷକ ସଂଘ ଉକ୍ତ କାର୍ଯ୍ୟରେ ଭାଗ ନ ନେବାକୁ ନିଷ୍ପତ୍ତି ଜଣାଇ ଦେଇଛନ୍ତି ।ଫଳରେ ବ୍ଲକ ପ୍ରଶାସନ ଏବେ ହରଡଘଣାରେ ପଡିଯାଇଛି ।କାରଣ ବ୍ଲକ ଶିକ୍ଷାଧିକାରୀକଂ ପ୍ରତିଶ୍ରୁତି କ୍ରମେ ବିଡିଓ କମିଟୀରତାଲିକାପ୍ରକାଶକରିଥିଲେ,ରାତିପାହିଥିଲେ କାମ ଆରମ୍ଭ ହୋଇଥାନ୍ତା ଓ ନିରୀହ ଶିକ୍ଷକ ମାନେ ଫସିଥାନ୍ତେ । ଦେଖନ୍ତୁ ବିଡିଓ ଓ ବ୍ଲକ ଶିକ୍ଷାଧିକାରୀ କିଭଳି ଅଲଗା ଅଲଗା ମନ୍ତବ୍ୟ ଆମ ପ୍ରତିନିଧିକଂ ଆଗରେ ରଖିଛନ୍ତି ।

ବିଡିଓ କେ ଅଶୋକ କୁମାରକଂ ବକ୍ତବ୍ୟ
ବ୍ଲକ ଶିକ୍ଷାଧିକାରୀ ଦେବେନ୍ଦ୍ରକୁମାର ବାରିକ କଂ ମନ୍ତବ୍ୟ

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]