ଜାଲ ପ୍ରମାଣପତ୍ରରେ ବ୍ଲକ ଶିକ୍ଷାଧିକାରୀ କି !!!!!???
ଭାଗ -୧
କଟକଗ୍ରାମାଞ୍ଚଳ ଜିଲ୍ଲା ପୁଲିସ(ନିପ୍ର)ରାଜ୍ୟ ବ୍ୟାପୀ ଜାଲଶିକ୍ଷକ ରାକେଟର ଚମକପ୍ରଦତଥ୍ୟ ସବୁ କ୍ରାଇମ୍ ବ୍ରାଞ୍ଚ ଦୃଷ୍ଟିକୁ ଆସିବାରେ ଲାଗିଛି, ଏଥିନେଇ କେତେକ ଏହି ଜାଲ ପ୍ରମାଣପତ୍ର ବଳ ରେ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ସାରିଛନ୍ତି।ଏବେ ଧରାପଡ଼ିବା ପରେ ଚାକିରୀ ହରେଇ ଜେଲ ଯାଇଛନ୍ତି,ସତ ହେଲେ ରାଜକୋଷକୁ ଏହି ଅର୍ଥ କେବେ ଫେରିବ କି ନା ସେଥିନେଇ ଘୋର ସନ୍ଦେହ ସୃଷ୍ଟି ହୋଇଛି।ଏହା ତ ଜାଲ ଶିକ୍ଷକ ମାନଙ୍କ ପ୍ରସଙ୍ଗରେ ଘଟଣା।ତେବେ ଜଣେ ବ୍ଲକସ୍ତରୀୟ ଶିକ୍ଷାଧିକାରୀ ଯେ କି ଆଉ ମାତ୍ର ୫ମାସ ପରେ ୨୦୨୪ଜାନୁଆରୀ ୩୧, ଚାକିରିରୁ ଅବସର ନେବାକୁ ଯାଉଛନ୍ତି,ତାଙ୍କ ସମ୍ପ ର୍କରେ ସାଙ୍ଘାତିକ ଅଭିଯୋଗ ଏବେ ସାରା ଜିଲ୍ଲା ରେ ଚର୍ଚ୍ଚାର ବିଷୟ ପାଲଟିଛି କିନ୍ତୁ ଖବର ପ୍ରସା ରଣ ସତ୍ତ୍ୱେ ରାଜ୍ୟ କ୍ରାଇମବ୍ରାଞ୍ଚ୍ କାହିଁକି ଏଯାଏ ନୀରବ ବସିଛି ସେଥିନେଇ ବିଭିନ୍ନ ମହଲରୁ ବି ଭାଗ ପ୍ରତି ଅଙ୍ଗୁଳି ଉଠିଛି।ପ୍ରାପ୍ତ ତଥ୍ୟସୂଚନା ଅନୁଯାୟୀ,କଟକ ଜିଲ୍ଲା,କଣ୍ଟାପଡ଼ା ବ୍ଲକ ଶିକ୍ଷାଧି କାରୀ ଭାବେ କେନ୍ଦ୍ରାପଡ଼ା ଜିଲ୍ଲା,ଡେରାବିଶ ବ୍ଲକ, ନୂଆହାଟର ପ୍ରତାପ ପ୍ରଧାନ ଯେ କି,ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବେଣ୍ଟପୁର ଶାସନ ଗ୍ରାମର ହରେକୃଷ୍ଣ ଶତପଥୀଙ୍କ ଘରେ ରହୁ ଥିବା ତାଙ୍କ ସର୍ଭିସ ବୁକରେ ଉଲ୍ଲେଖ ରହିଛି।ସର୍ଭିସ ବୁକର ତଥ୍ୟ ଅନୁଯାୟୀ ସେ ୪ ଅକ୍ଟୋବର,୧୯ ୮୬ରେ ସରକାରୀ ଚାକିରୀରେ ନିଯୁକ୍ତ ହୋଇଥି ବା ଉଲ୍ଲେଖ ଅଛି।ଏହି ନିଯୁକ୍ତି ସେ ରାୟଗଡ଼ା ଜି ଲ୍ଲାରେ ପାଇଥିବା ବେଳେ ବିଦ୍ୟାଳୟଟି14833 dated 3may 1986notification ବଳ ରେ ଉକ୍ତ ବିଦ୍ୟାଳୟ1985-86 ବର୍ଷରେ ଡାଇ ରେକ୍ଟର ଏଜୁକେଶନଙ୍କ ଦ୍ବାରା recognised ବୋଲି ଉଲ୍ଲେଖ ହୋଇଛି।ଯଦି ଏହି ତଥ୍ୟ ସତ୍ୟ ତେବେ ସେହି ସ୍କୁଲର ନାମ,ପିଲାସଂଖ୍ୟା,ସେତେ ବେଳର ଶିକ୍ଷକ,ଶିକ୍ଷୟତ୍ରୀଙ୍କ ନାମ ଆଦି ସୂଚନା ଧିକାର ତଥ୍ୟ ଆବେଦନରେ ମଗାଯାଇ ଥିଲା, ରାୟଗଡ଼ା ଜିଲ୍ଲାର ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଯେଉଁ ତଥ୍ୟ ଲିଖିତ ଭାବେ ଦେଇଛନ୍ତି କି ଏପରି ପ୍ରତାପ ପ୍ରଧାନଙ୍କ ନାମରେ କେହି ଶିକ୍ଷକ ଏହି ଜିଲ୍ଲାରେ ନ ଥିଲେ!!!! ସେହିପରି ସର୍ଭିସ ବୁକ୍ ରେକର୍ଡ଼ ଅନୁ
ଯାୟୀ initial joining ପୋଷ୍ଟ ସ୍ଥମ୍ଭ ଖାଲି ରହିଛି।ଅଥଚ କେତେ ଦରମାରେ ରାୟଗଡ଼ାରେ ନିଯୁକ୍ତ ଥିଲେ ତାହା ସର୍ଭିସ ବୁକ୍ ରେ ଉଲ୍ଲେଖ ନାହିଁ।ଯେଉଁ ଡାଇରେକ୍ଟରଙ୍କ ସମୟରେ recognisation ମିଳିଲା,ତାହା ପ୍ରାଥମିକ ଶିକ୍ଷା ନା ମାଧ୍ୟମିକ ଶିକ୍ଷା ଅଥବା ଉଚ୍ଚଶିକ୍ଷା ବିଭା ଗ ତାହା ଉଲ୍ଲେଖ ନାହିଁ।୨ଅକ୍ଟୋବର ୧୯୮୬ରେ ରାଧାମୋହନଜୀଉ ମଇବିଦ୍ୟାଳୟ ପ୍ରଧାନଶିକ୍ଷକ ଭାବେ ବାରିମୂଳ କେନ୍ଦ୍ରାପଡ଼ାରୁ ରିଲିଭ ହୋଇ ୪ ଅକ୍ଟୋବର ୧୯୮୬ରେ ବୁଢ଼ୀଜାଗୁଳାଇ ମଇ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ଯୋଗ ଦେ ଲେ କିପରି?ସେଇ ୪ ଅକ୍ଟୋବର୧୯୮୬ରେ ରା ୟଗଡ଼ା ଜିଲ୍ଲାରେ କାର୍ଯ୍ୟ କରିଥିବା ବିଦ୍ୟାଳୟ ଟିର ନାମ କଣ?ବୁଢ଼ୀ ଜାଗୁଳାଇ ଉପ୍ରା ମଇ ବି ଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥାଇ ଜିଲ୍ଲା ଶିକ୍ଷାନିରୀକ୍ଷକ,ରାୟଗଡ଼ା ତାଙ୍କୁ not ification office order no 533 dated 21.01.2002 ଠାରୁ 24 jan-2002 ପର୍ଯ୍ୟନ୍ତ 3ଦିନ ଲାଗି suspend କରିଥିଲେ କେଉଁ କାର ଣରୁ?କେନ୍ଦ୍ରାପଡା ଜିଲ୍ଲା ବୁଢ଼ୀ ଜାଗୁଳାଇ ଉପ୍ରାରେ ଯଦି ପ୍ରଧାନ ଶିକ୍ଷକ ଚାକିରି ତେବେ ରାୟଗଡ଼ା ଜିଲ୍ଲାଶିକ୍ଷାନିରୀକ୍ଷକ ତାଙ୍କୁsuspen d କରିବା କିପରି ସନ୍ଦେହ ସୃଷ୍ଟି କରୁନାହିଁ କି?ତା ଅର୍ଥ ସେ କଣ ଦୁଇଟି ସ୍ଥାନରେ ଚାକିରି ଏକ ସମୟରେ କରୁଥିଲେ କି?