breaking News ଦୁର୍ନିତି ରାଜ୍ୟଖବର

ସମାଜ କାର୍ଯ୍ୟାଳୟ ଭିତରେ ଲାଂଚ କାରବାର ଭିଡିଓ ଭାଇରାଲ:ତଦନ୍ତ କେବେ?

Spread the love
ସମାଜ କାର୍ଯ୍ୟାଳୟ ଭିତରେ ଖବର ଛପାଇବା଼ ନାଁ ରେ ଲାଂଚ କାରବାରରଅଭିଯୋଗ ଭିଡିଓ ଭାଇରାଲ ସତ୍ୟା ସତ୍ୟ ତଦନ୍ତ କେବେ ?

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଉତ୍କଳମଣିକଂ ନାମରେ ପ୍ରତିଷ୍ଠିତ ସମାଜ ଖବର କାଗଜ ନାମରେ ଖବର ଛପାଇବାକୁ କୁଆଡେ ବଟି ଆଦାୟ କରାଯାଉଛି ! ପୁଣି ଖୋଦ ସମାଜ କାର୍ଯ୍ୟାଳୟ ଭିତରେ ? ଏଭଳି କାରବାର ସ୍ପ୍ରୁହଣୀୟ କି ଗ୍ରହଣୀୟ ହୋଇପାରୁନି ସାଧାରଣରେ ।ଏକଥା ଯିଏ ଶୁଣୁଛି ସେ ଚମକି ଉଠୁଛି ! ସେଥିପାଇଁ ଘଟଣା ଭାଇରାଲ ହୋଇଥିବା ଭିଡିଓ ଆମର ପ୍ରିୟପାଠକକଂ ଅବଗତି ନିମନ୍ତେ ଏଠାରେ ପେଶ୍ କରୁଛୁ ।ଘଟଣାର ବିବରଣୀ ଅନୁଯାୟୀ ନିଆଳି ବ୍ଲକ ଅଲଣା ପଂଚାୟତରେ ଜନୈକ ଭଦ୍ରବ୍ୟକ୍ତି ହାଇକୋର୍ଟରେ ଏକ ମାମଲା ରୁଜୁ କରିବାରେ ତାଂକର ଖବରକାଗଜରେଏକ ଖବର ପ୍ରକାଶନ ନିହାତି ଦରକାର ପଡିଲା ।ତେଣୁ ନିଜକୁ ସମାଜ ଖବର କାଗଜର ସାମ୍ବାଦିକ ପରିଚୟ ଦେଉଥିବା ପୂର୍ବରୁ ଚିହ୍ନା ଥିବା ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତିକୁଂ ସେ ସାହାଯ୍ୟ ମାଗିଲେ ତାଂକୁ ମୋଟରସାଇକେଲ ରେ ବସେଇ ସେହିବ୍ୟକ୍ତିକୁଂ କୁଆଡେ ସମାଜ କାର୍ଯ୍ୟାଳୟକୁ ନିଆଗଲା ।ସେଠାରେଏହି ଖବର ପ୍ରକାଶ ପାଇଁ ଦରଦାମ ତୁଟିଲା ଅତିକମରେ ୧୦୦୦ଟଂକା ନ ଦେଲେ ହେବ ନାହିଁ କୁହାଗଲା।ଅଗତ୍ୟା ଅନ୍ୟଉପାୟ ନ ପାଇ ସେ ହଜାର ଟଂକା ଦେବାକୁ ବାଧ୍ୟହେଲେ।ତେବେ ଟଂକା ଦେବାପରେ ବି ତାଂକ ଖବର ନ ବାହାରିବାରୁ ସେ ସଂପ୍ରୁକ୍ତ ବ୍ୟକ୍ତିଂକୁ ବିରକ୍ତି ପ୍ରକାଶ କରି କହିଥିବାର ଭିଡିଓ ଟି ସାରା ଅଂଚଳରେ ଭାଇରାଲ ହେଉଥିବାରୁ ସମାଜ କର୍ତ୍ତ୍ରୁପକ୍ଷ ଘଟଣାର ତଦନ୍ତ ଓ ଦୋଷୀପ୍ରତି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି ।ପ୍ରତିଦିନ ସମାଜ ନାଁ ରେ ଧମକ ଦେଇ ବ୍ୟବସାୟୀ ,ସର୍ବସାଧାରଣ ଓ ସରକାରୀ ଅଧିକାରୀକଂ ଠାରୁ ବିପୁଳ ଚାନ୍ଦା ଆଦାୟ କରାଯାଉଥିବା ଓ ନ ଦେଲେ ସମାଜ କାଗଜରେ ବାହାର କରିଦେବି ବୋଲି ଧମକ ଓ ମାନସିକ ନିର୍ଯ୍ୟାତନା ମିଳୁଥିବାର ଅଭିଯୋଗ ହେଉଛି।ତେଣୁଏପରି ବ୍ୟକ୍ତି ସବୁ ସମାଜ କାର୍ଯ୍ୟାଳୟ ଭିତରେ କିଏ ଚିହ୍ନଟ କରିବାକୁ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]