ଦୁର୍ନିତି

ମାଟି ମାଫିଆ ସକ୍ରୀୟ,ତହସିଲ ଓ ପରିବହନ ବିଭାଗ ନିଷ୍କ୍ରିୟ, ନୀରବ!!

Spread the love

କଟକ ଜିଲ୍ଲା ଗ୍ରାମାଞ୍ଚଳ (ନି.ପ୍ର) କଟକ ଗ୍ରାମାଞ୍ଚଳ ଜିଲ୍ଲା ଅନ୍ତର୍ଗତ କଣ୍ଟାପଡ଼ା ଓ ନିଆଳି ତହସିଲ ସମେତ ଏହାକୁ ଲାଗି ରହିଥିବା ଖୋର୍ଦ୍ଧା ଜିଲ୍ଲା ଓ ଅପରପାର୍ଶ୍ଵ ଜଗତସିଂହପୁର ଜିଲ୍ଲାର ସରକାରୀ/ ବେସରକାରୀ ଜମି,ଦେବୀ,କୁଶଭଦ୍ରା,ପ୍ରାଚୀ,ନଦୀ ତଟବର୍ତ୍ତି,ପଠା ଶ୍ମଶାନ,ଗୋଚର,କେନାଲ,ମଠ,ମନ୍ଦିର ଆଦି କିସମ ଭୁ-ସମ୍ପତ୍ତି ଉପରେ ଚାଲିଛି ଏବେ ମାଟିମାଫିଆ ମାନଙ୍କର ଦୌରାତ୍ମ୍ୟ।ରାତି ଦିନ ଅହରହ ଚାଲିଛି ଅବିଚାରିତ ଭାବେ ମାଟି ଲୁଟ। ନିୟୋଜିତ ଯାନ ବାହନ ଗୁଡ଼ିକର ନା ଅଛି ବୈଧ କାଗଜ ପତ୍ର,ନା ଉପଯୁକ୍ତ ଚାଳକ ଲାଇସେନ୍ସ।ବର୍ଷବର୍ଷ ଧରି ଏସବୁ ଗାଡ଼ି ଗୁଡ଼ିକର ଇନସୁ ରାନ୍ସ।ଆଗକୁ ମୌସୁମୀ ଆଚ୍ଛନ୍ନ ଓ ଆସନ୍ନ।ସେଥିପାଇଁ ପିମ୍ପୁଡ଼ି ପରି ଲାଗି ପଡିଛନ୍ତି ଏହି ଲୁଟେରା ମାନେ।ହେଲେ କୁମ୍ଭ କର୍ଣ୍ଣ ପରି ନିଘୋଡ଼ନିଦ୍ରା,ଅବା ଅବଚେତନ,ଅର୍ଦ୍ଧଚେତନ,ଜାଣିଚେତନ ଅବ ସ୍ଥାରେ ଆମ ତହସିଲ ଓ ପରିବହନ ବାବୁମାନେ,ହଁ କୋଉ ବାପା ସମ୍ପତି ସେମାନଙ୍କର ଲୁଟହେଉଛି ଯେ!ହେଲେ ଏହି ଧଳା ହାତୀ ମାନଙ୍କୁ ପୋଷିବାରେ ରାଜ୍ୟ ରାଜକୋଷରୁ ପାଣି ପରି ଅର୍ଥ ବୋହି ଯାଉଛି ଓ ଧାର୍ଯ୍ୟ ବାର୍ଷିକ ରାଜସ୍ୱଆଦାୟ ପୂରଣ ନିମନ୍ତେ ଏମାନ ଙ୍କୁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।ତାହା କେବଳ କାଗଜପତ୍ରରେ ରହିଛି।କେତେ କମିଶନର ଓ ଉଚ୍ଚପାହ୍ୟା ଅମଲା ବି ରାଜସ୍ୱ ଘଳିଆ ରୋକିବାକୁ ନିୟୋଜିତ ଅଛନ୍ତି,ଡେରା ପକେଇ ନାଟକ ବାଜି ଚଳେଇଛନ୍ତି ତାହାଜାଣି ଲୋକେହସୁଛନ୍ତି।ସେହି ବାବୁ ମାନେ ଅପାରଗ ନୁହନ୍ତି କିନ୍ତୁ ଚୋରୀଅର୍ଥରୁ ଉପୁରୀ ନେଇ ନିଜ ସାମାଜିକସ୍ଥିତି ବଢେଇ ଚାଲିଛନ୍ତି,ଆୟ ବହିର୍ଭୁତ ସଂପତ୍ତି ଠୁଳ କରୁଛନ୍ତି।କୋଠା,ଜମି ଜମା,ସୁନା,ନିଜ ପିଲାଙ୍କୁ ଦାମୀ ବିଦ୍ୟାଳ ୟରେ ପାଠ ପଢେଇ ଚାଲିଛନ୍ତି।କେବେ ରୋକ୍ ଲାଗିବ ଏସବୁ ରେ ?????????

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]