
ମରଣ ମୁହଁକୁ ଠେଲୁଛି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଣ-ଓଡିଆ ଠିକାଦାର ପ୍ରୀତି!!
ଗ୍ରାମ୍ୟଉନ୍ନୟନ ବିଭାଗ ଓ ଅଣ- ଓଡ଼ିଆ ଠିକାଦାର ପ୍ରୀତି:ମରଣ ମୁହଁରେ ଜନ ଜୀବନ!!!!

କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ବିଜେଡି ଓ ନବୀନ ଙ୍କ ଶାସନ ଗଲାଣି,ହେଲେ ରାଜ୍ୟ ଗ୍ରାମ୍ୟ ଉନ୍ନୟ ନ ବିଭାଗ ଓ ଅଣ ଓଡ଼ିଆ ଠିକାଦାରଙ୍କ ଅସାଧୁ ମେଣ୍ଟ ରାଜ୍ୟରେ ଏବେବି ବଳବତ୍ତର ରହିଛି ଓ ସାଧାରଣ ଜନତାଙ୍କ ଜୀବନକୁ କିପରି ମରଣ ମୁହଁକୁ ଠେଲି ଦେଇଛି,ତାହା ପୁଣି କେଉଁ ଉପାନ୍ତ କି ପଶ୍ଚିମାଞ୍ଚଳ ଜିଲ୍ଲା ନୁହେଁ ବରଂ ରାଜ୍ୟ ରାଜଧା ନୀରୁ ଅବସ୍ଥିତ,ପ୍ରାୟ ୨୫କିମିଦୂର କଟକଭଳି ଏକ ଶିକ୍ଷିତ,ସଚେତନ ଓ ଜନବହୁଳ ଜିଲ୍ଲା।ପ୍ରାପ୍ତ ସୂଚନା ଅନୁଯାୟୀ,କଟକ ଜିଲ୍ଲା ଅନ୍ତର୍ଗତ ଗ୍ରାମ ଗୁଡ଼ିକର ଉନ୍ନୟନ ଦାୟିତ୍ଵ ମୁଣ୍ଡେଇ ମସ୍ତିଷ୍କ ଭାରା କ୍ରାନ୍ତ ଆକ୍ରାନ୍ତ ବିକ୍ରାନ୍ତ,ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବା ଆମ କଟକ ଗ୍ରାମ୍ୟ ଉନ୍ନୟନ ବିଭାଗ,ଯେଉଁଠି କୋଟି କୋଟି ଟଙ୍କାର ଅନୁଦାନ ହରିଲୁଟ ବିରୁଦ୍ଧ ରେ ସର୍ବଦା ଅଭିଯୋଗ ଉଠେ,ବିଭାଗୀୟ ଅଧିକାରୀମାନେ ଆୟ ବହିର୍ଭୁତ ସଂପତ୍ତି ଠୁଳ କରି ଥିଲେ ବି ରାଜ୍ୟ ଭିଜିଲାନ୍ସ ମୁହଁରେ ତୁଣ୍ଡି ମାରି ବସିଥାଏ। ସେଠାରେ ଏହିପରି ଏକ ଅଭି ଯୋଗ ସାମ୍ନାକୁ ଆସିଛି।ସୂଚନାରୁ ଜଣା ପଡ଼ିଛି ଯେ ନବୀନ ବାବୁଙ୍କ ବିଜେଡି ଶାସନର ଅନ୍ତଃ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମାର୍ଫତରେ ଚୁଙ୍ଗୁଡ଼ିଆ,ଗୁଣାଦୋଳ,ଗୋବିନ୍ଦପୁର,ବାଲିପଡ଼ା, କବିର ଚଉରା, କମାରସାହି,ଦେଇ ଚଉପଡ଼ାଠା ରେ ବାଗଲପୁର-ସାଇଲୋ ଝାରପଡା ଆର ଆଣ୍ଡ ବି ପିଚୁରାସ୍ତା ସହ ଯୋଗ ହେବାକୁ ପ୍ରାୟ ୧୯ କୋଟି ବା ତଦୁର୍ଦ୍ଧ ଟଙ୍କାର ଟେଣ୍ଡର ହୋଇଥିଲା।କାମକୁ ଜଣେ ବିହାରୀ ଠିକାଦାର ପାଇଥିବା କୁହା ଯାଉଥିଲା। ଖରାଦିନ ସାରା ଗଲା,ବର୍ଷାଦିନ ଜୁନ ୧୬ ତାରିଖ ପରେ ଓଡ଼ିଶାରେ ମାଟିକାମ ସ୍ଥାୟୀ ଭାବେ ସରକାରଙ୍କ ନିଷେଧଆଦେଶ ଥିବା ସତ୍ତ୍ୱେ କାମର ସେଶାଂଶ ପଡୁଥିବା ଜଳସମ୍ପଦ ବିଭାଗ ଅନ୍ତର୍ଗତ ଝାରପଡ଼ା ଡିଷ୍ଟ୍ରି ବ୍ୟୁଟାରି ବାମବନ୍ଧ କମାରସାହି ଓ ଚଉପଡ଼ାଠାରେ ପୁର୍ବରୁଥିବା ସିମେଣ୍ଟ ଢ଼ଳେଇ ରାସ୍ତା ପାର୍ଶ୍ବ,ଯାହାକି ଏକ ସ୍ଥିତି ବାନ ସଂପତ୍ତିରେ ଅବସ୍ଥିତ ବିରାଟ ଏକ ପୋଖରୀ ଧାରକୁ ପ୍ରାୟ ୨୦ ଫୁଟ ଗଭୀରରେ ଖୋଳିଦିଆ ଯାଇଛି,ନିର୍ମାଣାଧିନ କାମକୁ ଅଧା ପନ୍ତରିଆଭାବେ ଛାଡି ସାଧାରଣ ଜନତାଙ୍କ ଗତାଗତ ରାସ୍ତାକୁ ମରଣଯନ୍ତାରେ ପରିଣତ କରାଯାଇଛି।କେବଳ ସେତିକିନୁହେଁ ଏଠାରେ କୌଣ ସି ବାରିକେଡ ବି କରାଯାଇନାହିଁ,ସମ୍ପୃକ୍ତ ରାସ୍ତାର ଦୀର୍ଘଅଂଶ ସଂପୂ ର୍ଣ୍ଣ ଅନ୍ଧାର, କୌଣସି ଆଲୋକ ବ୍ୟବସ୍ଥା ହିଁ ନାହିଁ।ଏତିକିରେ କଥା ସରିନାହିଁ।ବିଭାଗସହିତ ଏହି ଠିକାଦାରଙ୍କ ମଧୁଚନ୍ଦ୍ରିକା ବା ଅସାଧୁମେଣ୍ଟ (ଯାହା ବି କୁହାଯାଇ ପାରିବ)ଯୋଗୁ ପୋଖରୀଧାର ଓ ଆର ଆଣ୍ଡ ବି ରାସ୍ତାପାର୍ଶ୍ଵ ଯାହା ସବୁବେଳେ ଭାରିଯାନ,ବାଲି ଭର୍ତ୍ତିଟ୍ରକ ଚଳାଚଳ କରୁଥିଲେ ହେଁ,ବ୍ୟାପକ ଭାଇବ୍ରେସନ ସତ୍ତ୍ୱେ ଏଠାରେ ତଳ ଢ଼ଳେଇ (ନିର୍ମାଣା ଧୀନ)ରେ କିମ୍ବା ରାସ୍ତାକୁ ଲାଗି ଥିବା ପ୍ରାଚୀର କାନ୍ଥରେ ଆଦୌ ରଡବନ୍ଧା ଦିଆ ନଯାଇ ପୋଖ ରୀ ପ୍ରାଚୀରଧାରରେ ଖଣ୍ଡେ ଅଧ ଚାଖଣ୍ଡକିଆ କଣି ପରି ପୋତା ସରୁ ରଡ ଦେଖି ବାକୁ ମିଳିଛି,ଯାହା ଏହି ବିରାଟ ପ୍ରାଚୀରକୁ ଭୁସୁଡ଼ିବାରୁ କୁଆଡେ଼ ରକ୍ଷାକରିବ !!!???ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଦୋଷ ଲୁଚାଇବାକୁ କିଛି ଓଦାମାଟି ଘୋଡାଇ ଦିଆ ଯାଇଥିବା ଦେଖିବାକୁ ମିଳିଛି, ତାହାପୁଣି ବିଭାଗୀୟ ଅଧିକାରୀଙ୍କୁ ମିଡିଆ ମୁଖ୍ୟ ଙ୍କ ଫୋନ ଅଭିଯୋଗ ପରେ !!!!ବର୍ଷାରେ ପୋଖରୀରେ ବଢୁଛି ଜଳର ଗଭୀରତା,ଖୋଳା ସ୍ଥାନ ରାସ୍ତାଧାରରୁ ମାଟିଭୁଷୁଡି ଦୃତଭାବେ ପୋଖ ରୀକୁ ଚାଲିଯାଉଛି।ନା ହେଉଛି ନିର୍ମାଣ ସମ୍ପୂର୍ଣ ନା ହେଉଛି ବ୍ୟାରିକେଡ଼ ନା ହେଉଛି ବିଭାଗୀୟ ଅଧିକାରୀ ଯନ୍ତ୍ରୀଙ୍କ ତନଖି, ତାଗଦା ରାଜ୍ୟ ଭିଜି ଲାନ୍ସ କୁମ୍ଭକର୍ଣ୍ଣ ନିଦ୍ରାରେ କିମ୍ବା ଜାଣିଶୋଇ ରହିଛି !!!ତେଣୁ ବିଭାଗ ବିରୁଦ୍ଧରେ ଅଭିଯୋଗ ଏବେ ଗଠିତ ହେବାକୁଥିବା ନୂଆ ଲୋକାୟୁକ୍ତଙ୍କ ନିକଟ ରେ …..ଦେଖିବାକୁ ବାକି ରହିଲା ବିଚାରର ଫଳା ଫଳ ଓ ଦୁର୍ନିତି ଜିରୋ tolerance ଆଭିମୁଖ୍ୟ।