ଚିକିତ୍ସା ନାଁ ରେ ଚାଲିଲା ଝଡାଫୁଂକାର ଅନ୍ଧବିଶ୍ୱାସ!
ବାବା ମାନକଂ ଆଶ୍ରମ ଉପରେ ପୁଲିସ ତଥା ପ୍ରଶାସନର ଚଢାଉ ପରେ ବେଶ୍ ମାସ ଧରି ବନ୍ଦଥିବା ମନ୍ତ୍ର ଗୁଣି ଟୁଣି ଝଡାଫୁକାଂ ଅନ୍ଧବିଶ୍ୱାସର ଚିକିତ୍ସା କିଛିଦିନ ହେଲା ଲୁଚାଛପାରେ ପୁନର୍ବାର ଚାଲୁ ହୋଇଛି ଫଳରେ ଲୋକମାନେ ଶୋଷଣର ଶୀକାର ହେଲେଣି । ଥାନାପୁଲିସ ସବୁ ନୀରବ ଦ୍ରଷ୍ଟା ସାଜିବାର ଅଭିଯୋଗ ବି ହେଉଛି । ଖବର ପାଇ ଆମ କଣ୍ଟାପଡା ବ୍ଲକ ପ୍ରତିନିଧି ଭଗବାନ ଭୋଇ ଓ କଟକ ସଦର ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ କୁମାର ସ୍ୱାଇଁ ଝଡାଫୁଂକା କରୁଥିବା ଉତ୍ତାରଣ ବାବଜା ସ୍ଥିତ ଆତ୍ମ ଘୋଷିତ ରତ୍ନାକର ବାବାକଂ ନିକଟରେ ପହଂଚିଥିଲେ ଓ ବାବାକଂ ବକ୍ତବ୍ୟ ରେକର୍ଡ କରିଥିଲେ ।ବାବା କଣ କହୁଛନ୍ତି ଆସନ୍ତୁ ତାଂକ ମୁହଁରୁ ଶୁଣିବା