ଦୁର୍ନିତି ରାଜ୍ୟଖବର

କେମିତି ଚାଲିଛି ଆମ ରାଜ୍ୟ ସ୍ୱାସ୍ଥ୍ୟ ସେବା??

Spread the love

କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ରାଜ୍ୟରେ ସରକାରୀ ସ୍ବାସ୍ଥ୍ୟ ସେବା କିପରି ଚାଲିଛି,ତାହାର ନମୁନା ଅନ୍ୟ କେଉଁଠୁ ନୁହେଁ,ବରଂ ଖୋଦ୍ ରାଜ୍ୟ ରାଜ ଧାନୀରୁ ପ୍ରାୟ ୨୫କିମି ଦୂର,୬୦ନମ୍ୱର ରାଜ୍ୟ ରାଜପଥ ପାର୍ଶ୍ବରେ ଅବ ସ୍ଥିତ ଅଡ଼ଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନୁସନ୍ଧାନ କଲେ ବାସ୍ତବ ଚିତ୍ର ମିଳିଯିବ।

ପ୍ରାପ୍ତ ସୂଚନା ଅନୁଯାୟୀ,ସରକାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ସ୍କାନର ଯୋଗାଇଥିଲେ,ଡାକ୍ତରଖାନା ଗୁଡ଼ିକୁ ଲକ୍ଷଲକ୍ଷ ଟଙ୍କାର ବହୁ ମୂଲ୍ୟବାନ ମାଗଣା ଔଷଧ ବି ପ୍ରତିବର୍ଷ ଯୋଗାଇ ଥିଲେ,ଯାହାକୁ ଡାକ୍ତରଖାନା ଔଷ ଧ ଭଣ୍ଡାର ଗୃହରେ ସଂରକ୍ଷଣ ରଖାଯାଇ ଚିକିତ୍ସା ନିମନ୍ତେ ଆସୁଥିବା ରୋ ଗୀ ମାନଙ୍କୁ ଆବଶ୍ୟକତା ଅନୁଯାୟୀ ଓ ଡାକ୍ତରଖାନାର ଡାକ୍ତର ଲେଖୁଥି ବା ବ୍ୟବସ୍ଥାପତ୍ର ମୁତାବକ ମାଗଣାରେ ଯୋଗାଇ ଦିଆଯାଏ।ଏଥିପାଇଁ ଡାକ୍ତରଖାନା ଭଣ୍ଡାର ଗୃହରେ ଏକ ରେଜିଷ୍ଟର ରଖାଯାଇଥାଏ।ଡାକ୍ତର ମାନେ ଲେଖୁଥିବା ବ୍ୟବସ୍ଥା ପତ୍ରର ଅବିକଳ(ଓ ଏଥିରେ ଉଲ୍ଲେଖ ଔଷଧ ମଧ୍ୟରୁ ଯୋଗା ଯାଉଥିବା ଔଷଧ)ଏକ ସ୍କାନକପି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ଓ ରାଜ୍ୟ ସ୍ବାସ୍ଥ୍ୟନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ମେଲ ଯୋ ଗେ ପଠାଇବାକୁ ନିର୍ଦ୍ଦେଶ ରହିଛି।ମାତ୍ର ଉକ୍ତ ନିର୍ଦ୍ଦେଶ ଉଲଙ୍ଘନ ପୂର୍ବକ କାର୍ଯ୍ୟ ହେଉଥିବା,ସରକାର ଯୋଗାଉଥିବା ଔଷଧ ବଦଳରେ ବେସର କାରୀ ଔଷଧ ଦୋକାନ ଗୁଡିକରୁ ଅଲଗା ଔଷଧ କିଣିବାକୁ ସୁପାରିଶ ଓ ବ୍ୟବସ୍ଥାପତ୍ରମାନ ଲେଖି,ଡାକ୍ତରମାନେ ବିପୁଳ କମିଶନି ଆୟ କରୁଥିବା ବେଳେ ବ୍ୟବସ୍ଥାପତ୍ର କପି ସରକାରଙ୍କୁ ନପଠାଇ ନିର୍ଦ୍ଦେଶନାମା ଟାଳି ଦେଇଛନ୍ତି।ବର୍ଷସାରା ଡାକ୍ତରମାନଙ୍କ ଏହି ବ୍ୟବସ୍ଥାପତ୍ର ସ୍କାନ କପି ଯାଞ୍ଚ କରାଗଲେ ବହୁ ଅନିୟମିତତା ଧରାପଡ଼ିବ।ନିର୍ଦ୍ଦେଶାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦାୟିତ୍ଵ କିପରି ତୁଲାଯାଇଛି ତାହା ବି ସ୍ପଷ୍ଟ ହେବ।ହେଲେ ରାଜ୍ୟସରକାର ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏଭଳି ଗୁରୁତର ଅବହେଳା ଦେଖିବାକୁ ସମୟ ବା କାହିଁ??ତେଣୁ କେତେ ଔଷଧ ଯୋଗାଗଲା,କେ ତେ ରୋଗୀ ପାଇଲେ,କେତେ ଏକ୍ସପାରି ହୋଇ ଫିଙ୍ଗା ଫୋପଡ଼ା ହେଲା କି ପୋଡ଼ାଗଲା ତାହା କେହି ଦେଖିବାକୁ ନାହିଁ।ଫଳରେ ବେସରକାରୀ ଔଷଧଦୋକାନ ଗୁଡ଼ିକ ଡାକ୍ତରମାନଙ୍କ ସହ ଯୋଗସୂତ୍ର ରଖି କୋଟିପତି ବନିଗଲେଣି।ରାଜଧାନୀ ଠୁ ମାତ୍ର ୨୫କିମି ଦୂର କଟକପରି ଉପକୂଳ ଜିଲ୍ଲାର ଅଡଶପୁରଠାରେ ଅବସ୍ଥା ଯଦି ଏପରି ତେବେ ଅଗମ୍ୟ ଦୂର ଜି ଲ୍ଲା ଗୁଡ଼ିକ ଅବସ୍ଥା କଣ ହୋଇଥିବ ତାହା ସହଜରେ ଅନୁମେୟ।ସବୁଠୁ ବିସ୍ମୟକର କଥା ଯେ,ଅଡଶପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ଗୋବି ନ୍ଦପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୮ମାସ ହେଲା ଡାକ୍ତର ନାହାନ୍ତି,ଏଠା ରେ ଜଣେ ହୋମିଓପାଥଙ୍କୁ ଅବସ୍ଥାପିତ କରାଯାଇଛି ଯେକି ଦିନ ୧୦ଟା ରେ ଆସି ୧୨ଟାରେ ଚାଲିଯାନ୍ତି।ବର୍ତ୍ତମାନ ଯଦି ଏଠାରେ ହଇଜା ବ୍ୟାପେ ତେବେ ତାହାକୁ ହୋମିଓପାଥିକ ଔଷଧଦେଇ ରୋକିହେବ ତ?ନା ଲୋ କଙ୍କୁ ଏପରି ଉପାୟରେ ମରଣମୁହଁକୁ ଠେଲି ଯମକୁ ଦୋଷଦେଇ ହେବ ?ଦେବୀ-କନ୍ଦଳ ଦ୍ଵିପାଞ୍ଚଳ ଅନ୍ତର୍ଗତ ବଡ଼ବିଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅ ଧୀନସ୍ଥ ବଡ଼ବିଲ,ସୁଦୂସାଇଲୋ,ନୋଦା,ଉତ୍ତାରଣ,ବ୍ରାହ୍ମଣସାଇଲୋ ଆଦି ୫ଟି ସବ-ସେଣ୍ଟର ଓ ଗୋବିନ୍ଦପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ତର ଡପଡା ନୂଆଗାଁ,ଝାରପଡ଼ା,କମାରସାହି,ଗୋବିନ୍ଦପୁରର ଆଦି ଅନ୍ୟ ୫ଟି ସବ-ସେଣ୍ଟରର କେତେକ ଷ୍ଟାଫନର୍ସଙ୍କୁ କମୁନିଟୀ ହେଲଥ ଅଫିସର ଭା ବେ ଘୋଷଣାକରିଦେଇ ସରକାର୍ ଚୁପ୍ ବସିଥିବା ବେଳେ,ପ୍ରାରମ୍ଭିକ ବର୍ଷା ରେ ଏବେ ଝାଡ଼ା,ବାନ୍ତି,ଜ୍ଵର ବ୍ୟାପିବାରେ ଲାଗିଛି।ହେଲେ ଜଳଉତ୍ସ ଗୁଡ଼ି କ ବିଶୋଧନ ନିମନ୍ତେ କେହିକର୍ମଚାରୀ ଅଥବା ବ୍ଲିଚିଂ ବ୍ୟବହାର ଦେଖି ବାକୁ ମିଳୁନାହିଁ।ତେଣୁ ଆଗକୁ ଅବସ୍ଥା କଣହେବ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂଗ ଦୃଷ୍ଟି ଦେବାକୁ ଦାବିହେଉଛି,ଅନ୍ୟଥା ଲୋକଙ୍କ ସର କାର୍ ଲୋକଙ୍କଦ୍ୱାରା ବଦନାମ୍ ମୁଣ୍ଡେଇ ପ୍ରତ୍ୟାଖ୍ୟାତ ହେବା ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।