
କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!
ଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି ଗ୍ରାମାଞ୍ଚଳ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟ,ହେଲେ ବର୍ଷେ ବିତିଲା, ଏଯାଏ ହେଲାନି ଗୋଟିଏ ବି…..

ବିରୋଧୀଙ୍କ ଆନ୍ଦୋଳନ ସଜବାଜ:ବ୍ୟାକ ଫୁଟକୁ ଯିବେ ସରକାର୍ !!
କଟକ ଗ୍ରାମାଞ୍ଚଳ ଜିଲ୍ଲା (ନି.ପ୍ର):୨୦୧୬ ମସିହାରୁ କଟକ ଜିଲ୍ଲା,କଣ୍ଟା ପଡ଼ା ବ୍ଲକ ଓ ତହସିଲରେ ଗୋଟିଏ ଗ୍ରାମାଞ୍ଚଳ ବିଚାର ବିଭାଗୀୟ ମାଜି ଷ୍ଟ୍ରେଟ କୋର୍ଟ ଖୋଲିବାକୁ ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଚିଠି ନମ୍ବର ୧୧୨୯(୨)୨୧/୦୫/୨୦୧୬ ଯୋଗେ କଟକ ସିଭିଲକୋର୍ଟ ରେଜିଷ୍ଟ୍ରାର ଶ୍ରୀ ଜି.ପି.ମହାପାତ୍ର,ଜିଲ୍ଲାପାଳ କଟକଙ୍କୁ କଣ୍ଟାପଡ଼ା ତହସିଲ ଅଞ୍ଚଳରେ ଏକ ସିଭିଲଜଜ (ଜୁନିୟର ଡ଼ିଭିଜନ) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ ନିମନ୍ତେ ଫିଜିବିଲିଟୀ ରିପୋର୍ଟ ଓ ଏଥି ନିମନ୍ତେ ସ୍ଥାନ ନିରୂପଣ କରି ସରକାରୀ/ବେସରକାରୀ ଗୃହଚୟ ନ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଚିଠିର ଏକନକଲ ମେମୋନମ୍ବର୧୧୩୦(୨)କଣ୍ଟାପଡ଼ା ତହସିଲଦାର ଓ ବିଡ଼ିଓ ଙ୍କୁ ମଧ୍ୟ ପହଞ୍ଚିଥିଲା,ମାତ୍ର ଉକ୍ତ ଅଧିକାରୀମାନେ ଯେତେ ତୁରନ୍ତ ପଦକ୍ଷେ ପ ନେବା କଥା ସେତେ ଗୁରୁତ୍ବ ଦେଇ ନଥିଲେ,ଫଳରେ ଉକ୍ତ ଚିଠି ସେହି ପରି ପଡ଼ି ରହିଥିଲା।ମାନ୍ୟବର ଓଡ଼ିଶା ହାଇକୋର୍ଟ ନିଜ ପକ୍ଷରୁ ତତ୍ପର ତା ପ୍ରକାଶ କରି ଚିଠିନମ୍ବର ୧୨୭୫୨/ତା୦୯-୦୮-୨୦୨୪ ଯୋଗେ ଓଡିଶାର ହାରାହାରି ସମସ୍ତଜିଲ୍ଲା ଅନ୍ତର୍ଗତ ଜିଲ୍ଲା ଓ ଦୌରାଜଜଙ୍କ ନିକ ଟକୁ ଇ-ମେଲ୍ ଯୋଗେ ଏକ ପତ୍ରସହିତ ପ୍ରସ୍ତାବିତ ମୋଟ ୭୪ଗୋଟି ସିଭିଲକୋର୍ଟ ଜୁନିଅରଡ଼ିଭିଜନ ତଥା ପ୍ରଥମଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟର ତାଲିକା ପଠାଇଥିଲେ।ଏହି ତାଲିକାରେ ଅନୁଗୁଳ ଜିଲ୍ଲାର ୧ଟି,ବାଲେଶ୍ଵରଜିଲାର ୭ଟି,ବରଗଡ଼ଜିଳ୍ଲାର ୩ଟି,ଭଦ୍ରକ ଜିଲ୍ଳାର ୧ଟି,ବଲାଙ୍ଗୀରଜିଲ୍ଲାର ୧ଟି,କଟକଜିଲ୍ଲାର ବାରଙ୍ଗ,କଣ୍ଟାପଡ଼ା ଓ ଟାଙ୍ଗୀ-ଚୌଦ୍ଵାର,ଢେଙ୍କାନାଳ ଜିଲ୍ଲାର ୧ଟି,ଗଜପତି ଜିଲ୍ଲା ୧ଟି,ଗଞ୍ଜାମ ଜିଲ୍ଲାରେ ୪ଟି, ଜଗତସିଂହପୁରରେ ୨ଟି,ଯାଜପୁର ଜିଲ୍ଲା ୫ଟି, ଝାରସୁଗୁଡ଼ା ଜିଲ୍ଲା ୩ଟି,କଳାହାଣ୍ଡି ଜିଲ୍ଲାରେ ୨ଟି,କନ୍ଧମାଳ ଜିଲ୍ଲାରେ ୫ଟି,କେନ୍ଦ୍ରାପଡ଼ା ଜିଲ୍ଲା ରେ ୩ଟି,କେନ୍ଦୁଝର ଜିଲ୍ଲାରେ ୨ଟି, ଖୋର୍ଦ୍ଧା ଜିଲ୍ଲାରେ ୪ଟି,କୋରାପୁଟ ଜିଲ୍ଲାରେ ୪ଟି,ମାଲକାନଗିରି ଜିଲ୍ଲାରେ ୧ଟି,ମୟୂରଭଞ୍ଜ ଜିଲ୍ଲାରେ ୪ଟି, ନବରଙ୍ଗପୁର ଜିଲ୍ଲାରେ ୨ଟି,ନୟାଗଡ଼ ଜିଲ୍ଲାରେ ୧ଟି,ପୁରୀ ଜିଲ୍ଲାରେ ୨ଟି ,ରାୟଗଡ଼ା ଜିଲ୍ଲାରେ ୧ଟି,ସମ୍ବଲପୁର ଜିଲ୍ଲାରେ ୪ଟି,ସୋନପୁର ଜିଲ୍ଲା ରେ ୧ଟି,ସୁନ୍ଦରଗଡ଼ ଜିଲ୍ଲାରେ ୬ଟି,(ମୋଟ ୭୪)

ଏ ଭିତରେ ନୁଆ ସରକାରଙ୍କୁ ବର୍ଷେ ବିତିଲାଣି,ଅଥଚ ବର୍ଷଟିଏ ଭିତରେ ୭୪ ଟି ତ ଦୂରର କଥା,ଏଯାଏ ଗୋଟିଏ ବି ନୂତନ କୋର୍ଟ କାର୍ଯ୍ୟକାରୀ ହୋଇନାହିଁ,ନ ହେବାର କାରଣ ବି ସୁ-ସ୍ପଷ୍ଟ,ରାଜ୍ୟ ସରକାର ଏଯାଏ ଭିତ୍ତି ଭୂମି,ପାଣ୍ଠି ଯୋଗାଇ ନାହାଁନ୍ତି।କଣ୍ଟାପଡ଼ାରେ ନୂତନ କୋର୍ଟ ସ୍ଥାପନ ପ୍ରସ୍ତା ବ ୨୦୧୬ ମସିହାରୁ ୯ବର୍ଷ ବିତି ଗଲାଣି।ଅସ୍ଥାୟୀ କୋର୍ଟ ନିମନ୍ତେ କଣ୍ଟା ପଡ଼ା ଜଳସମ୍ପଦ ଡ଼ିଭିଜନ ପରିସର ପ୍ରସ୍ତୁତ ଥିବାବେଳେ ରାସ୍ତାଗୃହ ନିର୍ମା ଣ ବିଭାଗ ମାଗିଥିବା ୫୦ଲକ୍ଷ ଟଙ୍କାର ବ୍ୟୟ ବରାଦ ଏଷ୍ଟିମେଟ ଦାଖଲ କରିସାରିଛି ସରକାର ଏଥିପାଇଁ ଏଯାଏ ସମ୍ବଳ ଯୋଗାଉନାହାଁନ୍ତି।ଫଳ ରେ ମରାମତି ଲାଗି ଟେଣ୍ଡର ଆହ୍ବାନ ହୋଇପାରୁନି ଅପର ପକ୍ଷରେ ଉଡି ଯୋହଳ ଠାରେ ସ୍ଥାୟୀ କୋର୍ଟର କୋଠାବାଡ଼ି,ପ୍ରାଚୀର ନିର୍ମାଣ ଆଦି ଲା ଗି ଆର୍ଥିକ ଅନୁଦାନ ଯୋଗାଇଲେ ଟେଣ୍ଡର ହୁଅନ୍ତା,ତାହା ବି ଆଗଉ ନା ହିଁ।ଏହି କୋର୍ଟଗୁଡ଼ିକ ସ୍ଥାପନ ହେଲେ ବହୁ ପରୋକ୍ଷ,ପ୍ରତ୍ୟେକ୍ଷ ନିଯୁକ୍ତି ସୁଯୋଗ ଯେ କେବଳ ସୃଷ୍ଟିହୁଅନ୍ତା ତାହା ନୁହେଁ,ଲୋକଙ୍କ ଦ୍ଵାରଦେଶରେ ନ୍ୟାୟ ପହଞ୍ଚି ପାରିବା ସହିତ ସରକାରୀ ରାଜସ୍ୱ ବୃଦ୍ଧି ହୋଇପାରନ୍ତା! କୋର୍ଟସ୍ଥାପନ ବିଳମ୍ବ ପାଇଁ ଲୋକଙ୍କ ଅସନ୍ତୋଷ ଏବେ ସରକାରଙ୍କ ବିରୁଦ୍ଧରେ ପୁଞ୍ଜିଭୂତ ହେବାରେ ଲାଗିଛି,ଯାହା ଆଗକୁ ଆନ୍ଦୋଳନ ରୂପ ନେଲେ ଲୋକେ ଦଳମତ ନିର୍ବିଶେଷରେ ଏକଜୁଟ ହୋଇଯାଇ ପାରନ୍ତି, ଯାହା ଆଗାମୀ ଦିନରେ ନିର୍ବାଚନ ଲାଗି ନୂତନ ସମୀକରଣ ସୃଷ୍ଟି କରି ପାରେ!!ବର୍ଷକୁ ଗୋଟିଏ ନୂତନକୋର୍ଟ ସ୍ଥାପନ ଯଦି ହୁଏ ତେବେ ଏ ଡବଲ ଇଞ୍ଜିନ ସରକାରଙ୍କୁ ୭୪କୋର୍ଟ ଲାଗି ୭୪ବର୍ଷ ଲାଗିବ ବୋଲି ଲୋକେ କହିଲେଣି।ତେଣୁ ଯେଉଁଦଳ ଏଠାରେ ଏହାକୁ ଅସ୍ତ୍ର କରି ଆଗୁଆ ଆନ୍ଦୋଳନକୁ ଓହ୍ଲାଇବ ସେହିଦଳ ଲୋକଙ୍କ ସହାନୁଭୂତି ସାଉଁ ଟିବ ବୋଲି ଚର୍ଚ୍ଚା ହେଉଛି।
