breaking News ଅଂଚଳ ଖବର ଦୁର୍ନିତି

‘ଫନି’ସହାୟତା ବଂଚିତ ଯୋହଳ ଗ୍ରାମବାସୀକଂ ତହସିଲ ସମ୍ମୁଖରେ ଧାରଣା ନୋଟିସ:ପ୍ରଶାସନକୁ ୭ଦିନର ମହଲତ!

Spread the love

କଣ୍ଟାପଡା ୨୭।୧୧(ନି.ପ୍ର) ‘ଫନି’ ବାତ୍ୟା ସହାୟତାରେ ବିରାଟ ଘୋଟାଲା ନେଇ ରାଜ୍ୟର ଅଧିକାଂଶ ପିଡୀତ ଅଂଚଳ ଚର୍ଚ୍ଚାରେ ଥିବାବେଳେ କଟକ ଜିଲ୍ଲା,କଣ୍ଟାପଡା ତହସିଲ ଓ ବ୍ଲକର ନାହାଳପୁର ପଂଚାୟତ ଓ ରାଜସ୍ୱ ସର୍କଲ ଅଧୀନସ୍ଥ ଯୋହଳ ଗ୍ରାମ ସର୍ବାଗ୍ରେ ରହିଛି।ଗ୍ରାମର ୯୯ଭାଗ ଘର କୁଆଡେ ସଂପୂର୍ଣ କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଇ ରାଜସ୍ୱନିରୀକ୍ଷକକଂ ରିପୋର୍ଟ ଭିତ୍ତିରେ ଜଣପିଛା ୯୫ ହଜାର୧୦୦ଟଂକା ଲେଖାଁ ଦିଆଯାଇଛି ରାଜ୍ୟସାରାର ଫନି ଏହି ଗାଁଉପରେ ମାଡହୋଇଥିବ ବୋଲି କେତେକ ପରିହାସରେ କହିବା ଆରମ୍ଭ କଲେଣି ।ଅପର ପକ୍ଷରେ ଏମିତି ତାଲିକାରେ ନାଁ ଭର୍ତ୍ତି କରିବାକୁ ଜଣପିଛା ୧୦ରୁ ୧୫ ହଜାର ଟଂକା ଲେଖାଁ ଲାଂଚ ଆଦାୟ କରାଯାଇଥିବାର ଚର୍ଚ୍ଚା ଏବେ ଜିଲ୍ଲା ସାରା ଛାଇ ଗଲାଣି।ଲାଂଚ ଟଂକା ଲୋଭରେ ଉପରିସ୍ଥ ଅଧିକାରୀକଂ ବାରମ୍ବାର ନିର୍ଦ୍ଦେଶ ତାଲିକା ସାର୍ବଜନୀନ କରିବା ଓ ତାଲିକାଉପରେ ଆପତ୍ତି ଅଭିଯୋଗ ଗ୍ରହଣର ସୁଯୋଗ ନ ଦେଇ ଶେଷ ତାରିଖ ଟପିବା ପରେ ବି ଚପାଇ ରଖାଯାଇଥିବା ଅଭିଯୋଗ ହେଉଛି ।ପରିସ୍ଥିତି ଏଭଳି ଯେଏହି ମୋଟା ଅଂକର ଲାଂଚଟଂକା ଦେଇ ନପାରି ଗାଁ ର ସାଗରିକା ଦାସ,ସଂଜୁବାଳା ଭୋଇ,ଅଲେଖ ମଲ୍ଲିକ ,ସାବିତ୍ରୀ ଭୋଇ ,ଝୁନି ଦେଇ,ମହେଶ୍ୱର ଭୋଇକଂ ପରି କିଛି ପରିବାର ଭଂଗାଘର ତଳେ ପଡିରହିଥିବାରୁ ଅନ୍ୟ ବିକଳ୍ପ ନ ପାଇ ପ୍ରତିବାଦ ଜଣେଇବାକୁ ଆନ୍ଦୋଳନ ର ପନ୍ଥା ବାଛିଛନ୍ତି।ସେମାନେ ଆଜି ତହସିଲକୁ ୭ଦିନିଆ ମହଲତ ନୋଟିସ ଦେଇଛନ୍ତି ।ଏଭଳି ନୋଟିସ ଦେଖି ତହସିଲ ପ୍ରଶାସନ ଏବେ ହରଡ ଘଣାରେ ।ଆନ୍ଦୋଳନ କାରୀକୁଂ ବୁଝା ଶୁଝା ଓ ପ୍ରଲୋଭନ, ପ୍ରତିଶ୍ରୁତି ବି କିଛି କାମ ଦେଇନି।ଯଦିଏଭଳି ଲାଗିରହେ ତେବେ ତଦନ୍ତରେ କେତେକର୍ମଚାରୀ ଯେ ମାମୁଁଘର ନ ଯିବେ ତାହା ସମୟ କହିବ।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]