
ଚୋରୀ ସାମଗ୍ରୀରେ ଚାଲିଛି କବାଡି ବେପାର!
ଗଣମାଧ୍ୟମ ନାଁ ରେ ଦାଦାଚାନ୍ଦା ଆଦାୟ,ପୁଲିସକୁ ଭୟନାହିଁ
ଅଡଶପୁର,ନିଆଳି ମହୀଧରପଡା, ବନମାଳୀପୁର ସମେତ ଆହୁରି ଅନେକାନେକ ସ୍ଥାନରେ ଚୋରି ସାମଗ୍ରୀ ସବୁକୁ ନେଇ କବାଡିଆ ବେପାରର ବିପଣି ମେଲିଛି
ବହୁଲୋକକଂ ନଜରରେ ପଡୁ ନଥିବା କବାଡି ବ୍ୟବସାୟ ଏବେ ଚୋରି ସାମଗ୍ରୀର ଏକ ଫନ୍ଦା ପାଲଟିଛି।ଏହା ମାଧ୍ୟମରେ ଚାଲିଥିବା କଳାକାରବାରର ଏକବ୍ରୁହତ ବଜାର ରହିଛି।ଚୋରା ଯାନବାହନ,କିମ୍ବା ଟିକସ ଦେଇ ନଥିବା,ଆର୍ଥିକ ସଂସ୍ଥାର ରୁଣ ଫାଂକି ଯାନଗୁଡିକୁ ଏପରି ଖଣ୍ଡଖଣ୍ଡ କାଟି ଓଜନରେ ବିକ୍ରିକରିଦେବାର ପ୍ରକ୍ରୁଷ୍ଟ ମାଧ୍ୟମଭାବରେ ଏହାକୁଅନେକ ବ୍ୟବହାର କରିଥାନ୍ତି।ବାହାରକୁ ସାଧାରଣ ବ୍ୟବସାୟ ଭଳି ଲାଗୁଥିଲେ ବି ବାସ୍ତବରେ ଚୋରୀଠାରୁ କୌଣସିଗୁଣରେ କମ ନୁହେଁ।ରାତି ବଢିବା ସହିତଏହି ବ୍ୟବସାୟରେ ଚୋରା ଯାନବାହନକୁ କାଟିବା ନିରୋଳା ହୋଇଥାଏ ।ଗୋଟିଏ ଅଂଚଳର କବାଡି ଦୋକାନକୁ ପ୍ରାୟତଃ ସେହି ଅଂଚଳର ବେଆଇନ ସାମଗ୍ରୀ ପ୍ରାୟତଃ ଆସେନାହିଁ କାରଣ ପୁଲିସ କାଳେ ସଂଦେହ କରିବ।ତେବେ,ଏବେ ପୁଲିସର କାମକୁ ହାଲୁକା କରୁଛନ୍ତି କିଛି ଗଣମାଧ୍ୟମ ପ୍ରତିନିଧି କାରଣ ସେମାନେ ବଟିନେଇ ଅଭୟ ବର ପ୍ରଧାନ କରୁଥିବାରୁ କବାଡି ବ୍ୟବସାୟୀ ନିର୍ଦ୍ଦ୍ୱନ୍ଦରେ ଏହି ଚୋରା ବ୍ୟବସାୟୀ ଚଳାଉ ଚନ୍ତି ।ଆମେଏସଂପର୍କରେ ଅନୁସଂଧାନ କରିଥିଲୁ। ବିଭିନ୍ନ ଅଂଚଳପାଇଁ ଭେଣ୍ଡର ନିଯୁକ୍ତି ଦିଅାଯାଇ ରଦ୍ଦି ଲୁହା ସଂଗ୍ରହ ହେଉଛି । ତାହାସହିତ ଉକ୍ତ ବେଆଇନ କାର୍ଯ୍ୟାକଳାପ ମଧ୍ୟ ନିର୍ବିଘ୍ନରେ ଚାଲିଛି । ଯେଉଁ ଯାନଗୁଡିକ କଟାହେବାପାଇଁ ଆସି ଥାଏ ତାହାକୁ ଓଜନରେ କିଣିଲାପରେ ଦୋକାନୀ ଖଣ୍ଡଖଣ୍ଡ କରି କାଟିଥାଏ ଓ ପ୍ରତି ଅଂଶକୁ ଅଲଗା ବିକିବାରେ ଅଧିକ ଲାଭ ହୋଇଥାଏ।ଏହିସବୁ ଦୋକାନରେ ଉକ୍ତକାରଣରୁ ମିଳୁ ନଥିବା ପାର୍ଟ ମଧ୍ୟ ମିଳିଯାଇପରେ।ତେବେଏମିତି ଦୋକାନରୁ କଟା ଅଧାଥିବା ଏକ ଯାନର ଦ୍ରୁଶ୍ୟଆମ ପ୍ରତିନିଧିକଂ ଆଖିରେ ପଡିଥିଲା।ହେଲେ ପଚାରିବାରୁ କୌଣସି ଉତ୍ତର ମିଳି ନ ଥିଲା ସମସ୍ତେ ଡରୁଆ ଆଖିରେ ଚାହିଁ ରହିଥିଲେ । ଏହିସବୁଘଟଣାର ପ୍ରମାଣ ଆମେ ଉପସ୍ଥାପିତ କରୁଛୁ