
ଜନଜାଗରଣମଂଚ,ଓଡିଶା ପକ୍ଷରୁ ବିଦ୍ୟୁତ ଗ୍ରାହକ କୁଂ ଶୋଷଣ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀଅନୁଷ୍ଠିତ
ଭୂବନେଶ୍ୱର(ସ୍ୱତନ୍ତ୍ର ପ୍ରତିନିଧି)
ବିଦ୍ୟୁତ ଗ୍ରାହକ ମାନକୁଂ ଶୋଷଣ ବିରୁଦ୍ଧରେ ସଚେତନତା ନିମନ୍ତେ ଜନଜାଗରଣ ମଂଚ,ଓଡିଶା ପକ୍ଷରୁ ଅଧ୍ୟକ୍ଷ ଚୌଧୁରୀ ପ୍ରଭାତ କେଶରୀ ମିଶ୍ରକଂ ସଭାପତିତ୍ୱରେ, ଭୂବନେଶ୍ୱର, ୟୁନିଟ ୯ ସ୍ଥିତ,ଲୋହୀଆ ଏକାଡେମୀ(ଚିତ୍ରକୂଟ ଆଶ୍ରମ) ଠାରେଏକ ସାମ୍ବାଦିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଂଗଠନର ଉପସଭାପତି ଅକ୍ଷୟପଣ୍ଡା,ଓଡିଶା ନିଶାନିବାରଣ ମଂଚର ମଳୟ ତ୍ରିପାଠୀ,ସମବାୟବିତ ବନ୍ଧୁ ଚରଣ ସାହୁ ,ଆଂଚଳିକ ବିକାଶ ପରିଷଦର ସଭାପତି କେଦାର ଜେନା,ନବନିର୍ମାଣ କ୍ରୁଷକ ସଂଗଠନର ବିନାୟକ ବେହେରା,ଅଲ୍ଓଡିଶା ଇଲେକଟ୍ରିକ ଆସୋସିଏସନର ବିଜୟ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ।ବିଦ୍ୟୁତ ଉପଭୋକ୍ତା ମାନକୁଂ ନାନାଭାବେ ଶୋଷଣ କରାଯାଉଥିବା,ଭୁଲ ବିଲ ଦେଇ ଜୋର ଜୁଲମରେ ପ୍ରାପ୍ୟ ଆଦାୟ କରାଯାଉଥିବା ବେଳେ ଚଳିତ ଜାନୁଆରୀ ୧୬ତାରିଖରୁ ତ୍ରୁଟୀପୂର୍ଣ ବକେୟା ବିଲ ଉପରେ ବିନା ସଂଶୋଧନରେ ପ୍ରାପ୍ୟ ନଦେଲେ ଗ୍ରାହକକଂ ସଂଯୋଗ କାଟିଦେବାକୁ ସେସୁ ପକ୍ଷରୁ ଦିଆ ଯାଇଥିବା ଧମକ ବିରୁଦ୍ଧରେ ସଂଗଠନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।ଆଜିର ବୈଠକରେ ସଂଗଠନ ଦାବୀ କରିଛି ଯେ ବିଜୁଳିର ଘରୋଇ କରଣ ବେଳେ ଗ୍ରାହକ ମାନକୁଂଉତ୍ତମ ସେବା ୨୪ ଘଣ୍ଟା ଅବିରତ ବିଜୁଳି ଯୋଗାଣ ପ୍ରତିଶ୍ରୁତି ଦିଆ ଯାଇଥିଲା।ଅଥଚ କୌଣସିଟି ପ୍ରତିଶ୍ରୁତି ପୂରଣ ହେଲା ନାହିଁ।ରେଳ ବିଭାଗରେ ୨୪ଘଣ୍ଟା ଅବିଛିନ୍ନ ବିଜୁଳି ମିଳୁଛି।ଭୁଲ ବିଲକୁ ସଂଶୋଧନ ନିମନ୍ତେ ଗ୍ରାହକ ମାନକଂ ବାରମ୍ବାର ଅଭିଯୋଗକୁ କେହି ଶୁଣୁନାହାନ୍ତି । ତ୍ରୁଟୀପୂର୍ଣ ମିଟର ବ୍ୟବହାର କରି ଗ୍ରାହକମାନକୁଂ ଶୋଷଣ କରାଯାଉଛି ଆପତ୍ତିଅଭିଯୋଗ କେହିଶୁଣୁ ନାହାନ୍ତି , କ୍ଷତିର ପ୍ରକ୍ରୁତ କାରଣ ନ ଦର୍ଶାଇ ଗ୍ରାହକକଂ ଉପରେ ଲଦି ଦିଆ ଯାଉଛି।ପରଚେଜ ପଲିସି ନାହିଁ,ଦୁର୍ବଳମାନର ସେବା ଆଦି କୁ ଦାୟୀ କରାଯାଇଛି ।ଦିଲ୍ଲୀ ରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଗ୍ରାହକ ପାଉଛନ୍ତି ଅଥଚଏଠାରେ ୟୁନିଟ ପିଛା ୨ଟଂକାରେ ବି ବିଜୁଳି ମିଳୁନାହିଁ।ଯଦିଏସବୁର ସମାଧାନ ଦିଗରେ ସରକାର କଥାବାର୍ତ୍ତା ନ କରନ୍ତି ତେବେଓଡିଶା ସାରା ବିଜୁଳି ବିଲ ନ ଦେବାକୁ ଗ୍ରାହକକୁଂ ସଚେତନ କରାଯିବ।ବିଭାଗ ସଂଯୋଗ କାଟିପାରିବ ନାହିଁ ।ସଂଗଠନ ପକ୍ଷରୁ ଦାବୀ କରାଯାଇଛି ଯେ ଦୀର୍ଘ ଦିନ ଧରି ବିଦ୍ୟୁତ ଉପଭୋକ୍ତା ମାନକଂ ସ୍ୱାର୍ଥପାଇଁ ସଚେତନତା ଯାତ୍ରା ଓ ସତ୍ୟାଗ୍ରହ କରାଯାଇ ଆସୁଛି।ଆଗରୁ ବିତରକ କମ୍ପାନୀ ଘରେ ପଶି ବେନିୟମ ଭାବେ ଗ୍ରାହକ ମାନକୁଂ ଧମକ ଚମକ ଦେଇ ବିଭିନ୍ନ ପ୍ଲଗ ପଏଣ୍ଟ ଓ ଅନ୍ୟାନ୍ୟ ସଂଯୋଗ ଗୁଡିକୁ ଅତିରିକ୍ତ କିଲୋୱାଟ୍ ଭାବେ ଜୋରିମାନା ଓ ବକେୟାବିଲ ଦର୍ଶାଇ ଗ୍ରାହକ ମାନକଂ ଠାରୁ ବହୁଗୁଣିତ ଅର୍ଥ ଆଦାୟ କରୁଥିଲେ । ସଂଗଠନର ଆନ୍ଦୋଳନ ପରେ ବିଦ୍ୟୁତ ଦର୍ ବ୍ରୁଦ୍ଧି ସ୍ଥଗିତ ରହିବା ସହିତ ଘରେପଶି ଏପରି ଚଢାଉ ବନ୍ଦ ହୋଇଯାଇଛି।ନିକଟ ଅତୀତରେ ସେସୁ ସି.ଇ.ଓ ଅରୁଣ ବୋଥ୍ରା ଗଣମାଧ୍ୟମରେ ଗ୍ରାହକ ମାନକୁଂ ବକେୟା ବିଦ୍ୟୁତ ବିଲ ପଇଠ ନ କଲେ ୧୬ ଜାନୁୟାରୀ ଠାରୁ ସେମାନକଂ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯିବାକୁ ଧମକ ଦେଇଛନ୍ତି,ଏହା ଆଇନ ସମତ ନୁହେଁ କାରଣ,ଏପରି ବହୁ ବିଲ ତ୍ରୁଟୀପୂର୍ଣ ଅଟେ