ଅଂଚଳ ଖବର

ନାଗରିକ ସଂଶୋଧନଆଇନ ବିରୁଦ୍ଧରେ କଂଗ୍ରେସର ସଭା

Spread the love

ନିଆଳି:

ନାଗରିକ ସଂଶୋଧନଆଇନ,ଜାତୀୟ ନାଗରିକ ପଂଜିକରଣ ଆଇନ,ଓ ଜାତୀୟ ଜନସଂଖ୍ୟା ପଂଜିକରଣ ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ନିଆଳି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ସ୍ଥାନୀୟ ଅଂଚଳରୁ ଶତାଧିକ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ଏକତ୍ର ହୋଇଥିଲେ।ମଝିଖଣ୍ଡ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ନିଆଳି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲା । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ଜଗତସିଂହପୁର ଲୋକସଭା ଆସନର ଯୁବକଂଗ୍ରେସ ସଭାପତି ଶଶୀକାନ୍ତ ଲେଂକା ଉକ୍ତ ଆଇନକୁ ସମାଲୋଚନା କରିଥିଲେ । ପୂର୍ବତନ ମନ୍ତ୍ରୀ ଭଜମନ ବେହେରା, ଶିକ୍ଷାବିତ ନଟବର ଷଡଂଗୀ,ସେକ୍ ମହିଉଦ୍ଦିନ,ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା,ଜିଲ୍ଲା କଂଗ୍ରେସ କମିଟୀ ସାଧାରଣ ସଂପାଦକ ଡଃ କେଦାର ନାଥ ସାହୁ,କଂଗ୍ରେସ ସେବାଦଳ ରାଜ୍ୟ ସଂଯୋଜକ ଭ୍ରୁଗୁରାମ ମଲ୍ଲିକ,ବାମପନ୍ଥୀ ନେତା ନାରାୟଣ ଡାଳୁଆ ପ୍ରମୁଖ ଯୋଗଦେଇଥିଲେ।ରାଷ୍ଟ୍ରପତିକଂ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ନିଆଳି ତହସିଲଦାର ରଂଜନ କୁମାର ଜେନାକଂ ଜରିଆରେ ପ୍ରଦାନ କରାଯାଇଥିଲା ଶାନ୍ତିଶ୍ରୁଂଖଳା ରକ୍ଷା ଦାୟୀତ୍ୱରେ ସଦର ଉପଖଣ୍ଡପୁଲିସ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା ଓ ନିଆଳି ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକକଂ ସମେତ ପୁଲିସ ସୁରକ୍ଷାବଳ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

କଂଗ୍ରେସର ପଦଯାତ୍ରା ଓ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ

Spread the love

Spread the loveସଭା ପ୍ରାରମ୍ଭରେ ପୂର୍ବତନ କଣ୍ଟାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱର୍ଗତଃ […]

ମଧ୍ୟାହ୍ନ ଭୋଜନ ପନିକିରେ ଛାତ୍ରୀଙ୍କ ପାଦ କଟିଲା!ଘଟଣା ଚାପିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଉଦ୍ୟମ!!

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା,(ନିପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,କଣ୍ଟାପଡ଼ା ବ୍ଲକ,ଗୋବିନ୍ଦପୁର ଥାନା ଅନ୍ତର୍ଗତ […]