ରାଜଧାନୀର ନାକତଳେ ଚୋରା କରତକଳ! ରାଜ୍ୟଜଂଗଲ ବିଭାଗ ଅନ୍ଧାରରେ ବାଡିବୁଲାଉଛି?



ରାଜ୍ୟର ରାଜଧାନୀ ଭୂବନେଶ୍ୱର,ଜଂଗଲ ବିଭାଗର ଖୋଦ୍ ନାକତଳେ ଚାଲିଛି ଚୋରା କରତକଳ କାରଖାନା।୧୯୯୧ ସ’ ମିଲ ସ’ପିଟ୍ ନିୟନ୍ତ୍ରଣ ଆଇନ ଧାରା ୪ ଅନୁଯାୟୀ ଜଂଗଲ ସୁରକ୍ଷା ଓ ବନ୍ୟଜନ୍ତୁ ରକ୍ଷା ନିମନ୍ତେ ରାଜ୍ୟରେ ବେସରକାରୀ କରତକଳ ସଂପୂର୍ଣ ରୂପେ ନିଷିଦ୍ଧ ହୋଇସାରିଛି।ଏମିତି କି ଏହି ଆଇନ ବିରୁଦ୍ଧରେ ହାଇକୋର୍ଟ ଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ରୁଜୁ ଶତାଧିକ ମାମଲା ଖାରଜ ହୋଇସାରିଛି।କରତକଳ ମାଲିକମାନେ ନିଜର ଆତ୍ମନିଯୁକ୍ତି ନିମନ୍ତେ କରିଥିବା ଆବେଦନ ଉପରେ ଜଂଗଲାଂଚଳର ୧୦କି.ମି ପରିଧି ବାହାରେ କ୍ଲଷ୍ଟରରେ କରତକଳ ସ୍ଥାପନନିମନ୍ତେ ସୁଯୋଗ ,ସ୍ଥାନ ଚିହ୍ନଟ କରି ଯୋଗାଇଦେବାକୁ ନିର୍ଦ୍ଦେଶ ବି କାର୍ଯ୍ୟକାରୀ ହୋଇସାରିଛି।ଏହାସତ୍ତ୍ୱେ ଆଇନକୁ ଫୁ କରି ବନ୍ୟଜନ୍ତୁକଂ ଜୀବନ ଓ ଜଂଗଲକୁ ବିପନ୍ନ କରିଚାଲିଛି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଶେଷତଃ ଅବିଭକ୍ତ ଉପକୂଳ ଜିଲ୍ଲାରେ ଗଢି ଉଠିଥିବା ଶହଶହ ବେଆଇନ ଚୋରା କରତକଳ।ସରକାରୀ ଥଇଥାନ କରତକଳ ଅପେକ୍ଷା ଏହିସବୁ ଚୋରା କରତକଳରେ ରାତିସାରା ବେଶ ଭିଡ ଲାଗିରହିଥାଏ।ଏହି ସମୟ ତକ ସେଠାରେ ଛୋଟବଡ ବଜାର,ଗହଳ ଚହଳ ଲାଗିଯାଏ । ସକାଳହେଲା ବେଳକୁ ସବୁଯେମିତି ଶୂନ ଶାନ ମରୁଭୂମି କି ଶ୍ମଶାନର ନୀରବତା! କାଉ କୋଇଲିକୁଂ ବି ଦେଖିବାକୁ ମିଳେନା। ଜଂଗଲ ବିଭାଗର କେତେକ ଅଧିକାରୀ ମୋଟା ଅଂକର ମାସିକିଆ ବଟି ପାଇ କେବଳ ଅନ୍ଧାର ରେ ବାଡି ମାରିଥାନ୍ତି ଅତି ବେଶୀରେ ଲୋକଦେଖାଣିଆ ଚଢାଉ ନାଁ ରେ ଆଗୁ ଆ ଖବର ଦେଇ କେବେ କେମିତି ପହଂଚିଥାନ୍ତି ଓ କେଇଟା ମାମୁଲି ନଟ୍ ବୋଲ୍ଟ କିମ୍ବା ଚକା କେଇଟା ଖୋଲି ନେଇ ଗଣମାଧ୍ୟମ ଜରିଆରେ ଆତ୍ମପ୍ରଚାର କରିଥାନ୍ତି।୨/୪ଦିନ ଛାଡି ଅବସ୍ଥା ଯଥା ପୂର୍ବଂ ତଥା ପର।ଏଥିରେ ଉତ୍ସାହିତ କିଛି ଚୋରା କରତକଳ ସମାନ ବାଟ ଆପଣେଇ ଥାନ୍ତି।ସବୁଠୁ ବଡକଥା ଜଂଗଲ ବିଭାଗର କେତେକ କର୍ମଚାରୀକଂ ସାହସ ଓ ସହଯୋଗ ସହିତ ପଡୋଶୀ ପଶ୍ଚିମବଂଗ ବଜାରରେ ସ୍ୱଳ୍ପ ମୂଲ୍ୟରେ କରତକଳର ଯନ୍ତ୍ରାଂଶ ମିଳିଯାଉଛି ତେଣୁ ଥରେ ଯଦିଓଡିଶା ବନ ବିଭାଗ ଗୋଟିଏ ଚୋରା କରତକଳକୁ ସଂପୂର୍ଣ ଜବତ ଓ ଖୋଲି ନେଇଯାଏ,ତାହା ହେଲେ ବି ୪/୫ ଦିନ ମଧ୍ୟରେ ଆଉଥରେ ତାହା ପୁନଃ ନିର୍ମାଣ ହୋଇଯାଇପାରୁଛି।ଅନ୍ୟପକ୍ଷରେ ଖୋଦ ରାଜ୍ୟ କ୍ଷମତାସୀନ ଦଳର ମନ୍ତ୍ରୀ ବିଧାୟକକଂ ସଂପର୍କୀୟକଂ କିମ୍ବା ବାହୁଛାୟା ତଳେ କେତେକ ଚୋରା କରତକଳ ଚାଲିଛି ଏପରି ସ୍ଥଳେ ବନ୍ୟଜନ୍ତୁ ସୁରକ୍ଷା ଓ ଜଂଗଲ ରକ୍ଷା ହେବ କେମିତି?ଆମେ ଖୋଦ ଭୂବନେଶ୍ୱର ଠାରୁ ମାତ୍ର୧୫/୨୦ କିମି ଦୂର ରେ ଅବସ୍ଥିତ ଗରଗରା ଠାରେ ପ୍ରାଚୀ ନଦୀ କୂଳରେ ୪ବର୍ଷହେଲା ଚାଲିଥିବା ଚୋରା କରତକଳ ର ଫଟୋଏଠାରେ ପ୍ରକାଶ କରୁଛୁ ଦେଖନ୍ତୁ କେତେବଡ ଚୋରା କରତକଳ କେତେ ଖୋଲା ମେଲାରେ ଚାଲିଛି ଅଥଚ ଜଂଗଲବାବୁମାନେଏଠାକୁ ନିୟମିତ ଆସି ପଣିପାଉଣା ନେଇ ଯାଉଛନ୍ତି ତେଣୁ କାରଖାନା ସୁରୁଖୁରୁରେ ଚାଲିଛି । ହଂସପାଳ ଠାରୁ କେନାଲବନ୍ଧ ପିଚୁସଡକରେ ପାରିବାସୁଦେବପୁର- ଜିତିକାର ସୁଆଁଲୋ ମଝିରେଏକ ସରୁ ପିଚୁରାସ୍ତାରେ ମାତ୍ର ୨କି.ମି ଆସିଲେ ପ୍ରାଚୀଉପରେ ନବ ନିର୍ମିତ ପୋଲ ଟିଏ ପଡେ ସେଇପୋଲର ଅନତିଦୂରରେ ଏତେବଡ ଚୋରା କରତକଳ କେତେ ଜଂଗଲକୁ ଖାଇ ସଫା କରିସାରିଲାଣି ହେଲେ ବନ ବିଭାଗ ହାଇ ହାକୁଟି ମାରୁଛି। କିଛି ଯେମିତି ଜାଣିପାରୁନି।ସେମିତି ଫୁଲନଖରା ରେଂଜ ଅଧୀନସ୍ଥ ଫୁଲନଖରା ଠାରୁ ମାତ୍ର ୪/୫ କି.ମି ଦୂରତାରେ ମହୀଧରପଡାରୁ ଅରଡିଆପଦା ରାସ୍ତା ପାର୍ଶ୍ୱ ରେ ନାଥ ସ’ ମିଲ୍।ଦିନସାରା ତାଲା ରାତି ୧୧ଟା ରୁ ଭୋର ୪ ଯାଏ ଖୋଲା । ବାବୁକଂର ଜେ.ସି.ବି.ଟିଏ ଅଛି କାମରେ ଲାଗିଛି ଫଳରେ ଭଡା ଜେସିବି ଦରକାର ପଡୁନି।ଜେସିବି ଶୁଣ୍ଡରେ ଯନ୍ତ୍ରାଂଶ ଆସେ ଲଗା ଯାଏ ପୁଣି ରାତିପାହୁ ପାହୁ ସେଇ ଜେସିବି ଶୁଣ୍ଡରେ ଖୋଲା ହୋଇ ବୁହା ହୋଇ ଚାଲିଯାଏ। ଦିନବେଳା ଆସି ଜଂଗଲ ବାବୁମାନେ ମାସିକିଆ ନେଇ ଚାଲିଯାନ୍ତି । ଥରେ ଗୁଣ୍ଡାଗର୍ଦ୍ଦି କରି ବନ ବିଭାଗ କର୍ମଚାରୀକୁଂ ହୁରୁଡେଇ ଦିଆଯାଇଥିଲା ଯେ ତାହା ଆଜିଯାଏ କାମରେ ଲାଗିଛି।ବନବାବୁ ମାନେ ପୁରା ଡରିରହିଛନ୍ତି ଧରପଗଡର ନାଁ ଧରୁ ନାହାନ୍ତି କେହି କେହି କହୁଛନ୍ତି ମାସିକିଆ ନେଇ ବୁଝାମଣା ହୋଇଯାଇଛି କିନ୍ତୁ ଏ ଯେଉଁ ନୂଆ ଜଂଗଲିଆ ବାବୁଟା ଆସିଛି ସେ କୁଆଡେ ଭାରି ଧରପଗଡ କରୁଛି,ହୁସିଆର।ଡିଜେଲ ମୋଟର ନ ହେଲେ ଟ୍ରାକ୍ଟର ଇଂଜିନ ରେ କାଠ ଚିରେଇ ଚାଲିଛି କିନ୍ତୁ ଲୋକେ କହୁଛନ୍ତି ନୂଆ ବାବୁଟା କୁଆଡେ ଜରସମନ ଟାଣ ପାଇଁଏମିତି କରୁଛି,ହେଇଥିବ ନହେଲେ ଏହା ଉପରେ ନଜର ପଡୁନି କାହିଁକି ?କେତେକ କହୁଛନ୍ତି।ସେମିତି କୁରାଂଗ – ଭିଂଗାରପୁର ରାସ୍ତାର ଗଂଗେଶ୍ୱର ଝୋଟକଳ ଆଗକୁ ପୋଲପାଖରେ ଠିଆ ହେଲେ ବାବୁକା ଡିହ ବୋଲି ଜାଗାଟିଏ ଅଛି ଦେଖାଯାଏ ସେଠାରେ ବି ଆଉଏକ ଚୋରା କରତକଳ ଚାଲିଛି।କନ୍ଦଳ ଗାଁ ,ଭୋଗେଶ୍ୱର,ଉତ୍ତାରଣ ତ୍ରି-ଛକ ପାଖରେ ବି ଗୋଟିଏ ପୁରୁଣା କରତକଳ ଏବେ ନବୀକରଣ ହୋଇଛି । ଏପରି ଯେଉଁ ଲମ୍ବା ତାଲିକା ଆମକୁ ମିଳୁଛି , ତାହା ବନ ବିଭାଗ କୁ ମିଳୁନି କାହିଁକି ? କାରଣ କଥାରେ ଅଛି “ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ ?” ଏବେଏସବୁ ଦେଖି ଏହି ଲାଭଜନକ ଚୋରା ବ୍ୟବସାୟକୁ ଅଧିକ ଅଧିକ ଆପଣେଇଲେଣି ଫଳରେ ଜଂଗଲ ରକ୍ଷା ଆଇନ ଫସର ଫାଟିବାକୁ ବସିଛି ।
ସଂପାଦକୀୟ……… ବଦ୍ରିମିଶ୍ର (ସ୍ୱତନ୍ତ୍ରପ୍ରତିନିଧି)
