ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

ମାଲବୁହା ଟ୍ରାକ୍ଟରରେ ଯାତ୍ରୀ ସେବା!

Spread the love

#ମାନବାଧିକାର ଉଲଂଘନ #ପରିବହନ ବିଭାଗ କୁମ୍ଭକର୍ଣ ନିଦ୍ରାରେ ?

ରାଜ୍ୟରେ ଯାତ୍ରୀବାହି ଯାନର କିଛି ଅଭାବ ନାହିଁ, ହେଲେ ମଣିଷକୁ ପଶୁପରି ମାଲବୁହା ଗାଡିରେ ଲଦି କିପରି ନିଆ ଯାଉଛି ତାହାର ନଜିର ବି କିଛି କମ୍ ନାହିଁ।ପୁଲିସ,ପ୍ରଶାସନ ପରିବହନ ସବୁ ବିଭାଗ ବି ରାଜ୍ୟରେ ରହିଛି ଓ କର୍ମଚାରୀକଂ ପିଛାରେ ସରକାର ରାଜକୋଷରୁ କୋଟି କୋଟି ଟଂକା ପାଣିପରି ଖର୍ଚ୍ଚ କରୁଛନ୍ତି,ଅଥଚ ସବୁ ଯେମିତି ବେସ୍ୱାର୍ଥରେ ଯାଉଛି।କଟକ ଓ ଖୋର୍ଦ୍ଧା ଜିଲ୍ଲା ଗ୍ରାମାଂଚଳକୁ ଲାଗିଥିବା ବେଆଇନ ଇଟାଭାଟି ଗୁଡିକରେ ଦାଦନ ଖଟିବାକୁ ଆସିଥିବା ଶ୍ରମିକମାନକଂ ଜୀବନର ମୂଲ୍ୟ ସତେ ଯେମିତି ଜନ୍ଦା ପିମ୍ପୁଡି ଅଥବା ଗୋଟିଏ କାଚ ଗ୍ଲାସ ଠାରୁ ବି ନିହାତି କମ୍,କିଛି ନାହିଁ କହିଲେ ଚଳେ।ନା ଅଛି ରାଜ୍ୟ କିମ୍ବା ଜିଲ୍ଲା ଶ୍ରମ ବିଭାଗ ନିକଟରେ ଏଇସବୁ ଶ୍ରମିକ ମାନକଂ ନାଁ ଗାଁ ଠିକଣା।ନା ଅଛି ଶ୍ରମିକ ମାନକଂ ପରିଚୟ,ପଂଜିକରଣ ବାବଦରେ କିଛି ତଥ୍ୟ ଶିଶୁ ନାବାଳକ ବାଳିକା ବି ଏଥିରେ ସାମିଲ।କୁଆଡେ ଗଲେ ରାଜ୍ୟରେ ଥିବା ମାନବାଧିକାର କର୍ମୀ?କେଉଁଠି ଚାହିଁ ଶୋଇଛି ଏତେ ବେଳକୁ ଉଭୟ ଜିଲ୍ଲାର ପରିବହନ ବିଭାଗ? ଗାଡିମୋଟର,ହେଲମେଟ୍ ଯାଂଚକାରୀ ପୁଲିସ ଦଳ?ଟ୍ରାକ୍ଟର ଇଂଜିନ ପାଖରେ ବସିଛନ୍ତି କେତେଜଣ ପୁଣି ଅବୋଧ ଶିଶୁ ବି ଚାଳକ କୋଳରେ ବିପଜ୍ଜନକ ଅବସ୍ଥାରେ ? ରାଜ୍ୟରେ ଆଇନ କାନୁନ କିଛି ଥିବା ପରି ଲାଗୁଛି କି ?ଟ୍ରାକ୍ଟର ଡାଲାରେ ବାବା ବାଲୁଂକେଶ୍ୱର ଲେଖାଅଛି।ପଂଜିକରଣ ନମ୍ବର OD O2 Q 7390 ମାଲିକକଂ ନାମ ବାହନ ପୋର୍ଟାଲରୁ ଧରି ରାଜ୍ୟପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ନ ନେଲେ,ସାଧାରଣ ନାଗରିକ ଆଇନଗତ ପଦକ୍ଷେପ ନେବେ ବୋଲି ସୂଚାଇଛନ୍ତି

OD 02 Q 7390 ଯାନ କାହା ନାମରେ ପଂଜିକରଣ ହୋଇଛି ?

ଶ୍ରମିକ ହେଲେ ବି ଏମାନେ ମଣିଷ ନା ପଶୁ ?

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]