
‘ଫନି’ଘରଭଂଗା ହିତାଧିକାରୀ ଚୟନରେ ବ୍ୟାପକଅନିୟମିତତା: ପ୍ରତିବାଦରେ ନିଆଳି ବି.ଜେ.ପି ର ଆନ୍ଦୋଳନ ଚେତାବନୀ
ନିଆଳି : ‘ଫନି’ଘରଭଂଗା ଓ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ନିଆଳି ବିଜେପି ପକ୍ଷରୁ ଛବିମଲ୍ଲିକକଂ ନେତ୍ରୁତ୍ୱରେ ଶତାଧିକ କର୍ମୀ ବ୍ଲକ ଓ ତହସିଲ ପ୍ରଶାସନକୁ ଭେଟି ୭ ଦଫା ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।ଏହାର ଯଥାଶୀଘ୍ର ସୁବିଚାର ନ ହେଲେ ଦଳ ପକ୍ଷରୁ ନିଆଳି ବ୍ଲକ ସମ୍ମୁଖରେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଅବଲମ୍ବନ କରାଯିବାକୁ ଚେତାବନୀ ଦିଆ ଯାଇଛି। ବ୍ଲକରେ ବିଡିଓ ଅଶୋକ କୁମାର ଲେଂକା ଓ ତହସିଲଦାର ରଂଜନ କୁମାର ଜେନା ଦାବୀପତ୍ର ଗ୍ରହଣ କରିଥିଲେ।
