
କୁନିକୁନି ଓଠରେ, ଦରୋଟିକଣ୍ଠରେ ସଡକ ସୁରକ୍ଷା ଜୀବନ ଭିକ୍ଷାର ନିବେଦନ….
ପାଠ ପଢିବା ଓ ଖେଳି ବୁଲିବା ବୟସରେ ନିଜ ଜୀବନଓ ଅନ୍ୟମାନକଂ ଧନ ଜୀବନ ସୁରକ୍ଷା ନିମନ୍ତେ ଭିକ୍ଷା…..!ପୁଣି କୁନିକୁନି ଓଠ ଆଉ ଭଲଭାବେ କଥା କହି ଶିଖି ନ ଥିବାର ଦରୋଟି କଣ୍ଠରେ?ବାଲ୍ୟ ଚପଳତାରେ ନିଜେ ଚକୋଲେଟ ଟିଏ ଖାଇବାର ଲୋଭ ସମ୍ବରଣ କରିପାରୁ ନ ଥିବାର ବୟସରେ ରାସ୍ତା ଦୁର୍ଘଟଣା ନିମନ୍ତେ ବଡମାନକୁଂ ଚକୋଲେଟ ଦେଇ ସଚେତନତା କରାଇବା କମବଡ କଥା ନୁହେଁ ନିଶ୍ଚୟ।ସବୁକଥାକୁ ଯଦି ସରକାର କରିବେ ଭାବିବା ତେବେ ଆମର ଦାୟୀତ୍ୱଟି କଣ ତାହା ସର୍ବପ୍ରଥମେ ଆମେ ନିଜେ ନିଜକୁ ପଚାରିବା ଦରକାର ନୁହେଁ କି?ଆଜିଥିଲା ଚଳିତବର୍ଷର ସଡକ ସୁରକ୍ଷା ସପ୍ତାହର ଶେଷ ଦିନ,ସରକାରୀ ଭାବେ ତ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରରେ ସଚେତନତା କାର୍ଯ୍ୟକ୍ରମମାନ ପାଳିତ ହୋଇଥାଏ,ହେଉଛି କିନ୍ତୁ ଫୁଲନଖରା – ନିଆଳି ୬୦ନମ୍ବର ରାଜ୍ୟ- ରାଜପଥ ପାର୍ଶ୍ୱକୁ ଲାଗିଥିବା ସ୍ୱାମୀ ଶିବାନନ୍ଦ ବିଦ୍ୟା ମନ୍ଦିର,ପ୍ରାଚୀ ଜ୍ଞାନପୀଠ,ଅଡଶପୁରର କୁନିକୁନି ବିଦ୍ୟାର୍ଥୀ ମାନେ ସଡକ ସୁରକ୍ଷା ସପ୍ତାହର ଶେଷ ଦିନରେ ଆଜି ସେମାନକଂ ନିତ୍ୟ ନୈମିତ୍ତିକ ବିଦ୍ୟାଧ୍ୟୟନ ସହିତ ରାଜପଥରେ ସଡକ ସୁରକ୍ଷା ସଚେତନ ଶୋଭାଯାତ୍ରା କାର୍ଯ୍ୟକ୍ରମ କରିଥିଲେ।ଓଲଟପୁର ପୁଲିସ ଏ.ଏସ. ଆଇ ଦୁର୍ଯ୍ୟୋଧନ ସେଠୀକଂ ନେତ୍ରୁତ୍ୱ ଓ ଥାନାର ଅନ୍ୟକିଛି ପୁଲିସ କର୍ମଚାରୀମାନକଂ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ସଡକ ନିରାପତ୍ତା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବିନାହେଲେମେଟ୍ ଧାରୀ ବାଇକ ଚାଳକକୁଂ ବିଦ୍ୟାର୍ଥୀ ମାନେ ପୁଲିସ ଉପସ୍ଥିତିରେ ଅଟକାଇ ହେଲେମେଟ ପିନ୍ଧିବାକୁ ବୁଝାଇଥିଲେ,କେତେକ ବୟସାଧିକ ବ୍ୟକ୍ତି ସେମାନକଂର ହେଲମେଟ ବାଇକ ଡିକିରେ ଅଛି କହିଥିଲେ ହେଁ ପିନ୍ଧି ନ ଥିବାରୁ ତାଂକୁ ହେଲମେଟ ପିନ୍ଧିବାର ନିହାତି ଆବଶ୍ୟକତା ବୁଝାଇ ଦେବାସହିତ ପିନ୍ଧାଇ ଦିଆଯାଇଥିଲା ଓ ଯେଉଁମାନେ ସଡକ ନିରାପତ୍ତାର ନିୟମ ପାଳୁଥିବା ଦେଖିବାକୁ ମିଳୁଥିଲା ସେମାନକୁଂ ଚକୋଲେଟ ଖାଇବାକୁ ଦିଆଯାଇଥିଲା।ଅପରାହ୍ନ ସୁଧା ପ୍ରାୟ ୩୦୦ ଯାନ ବାହନ ଧାରୀକୁଂ ସଚେତନ କରାଯାଇଛି ପୋଲିସ ସୂତ୍ରରୁ ସୂଚନା ମିଳିଛି।୫୦ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ଓ ଶିକ୍ଷକଶିକ୍ଷୟତ୍ରୀ ପଥପ୍ରଦର୍ଶକ ଭାବେ ଭାଗନେଇଥିଲେ ।