ଦୁର୍ନିତି

ଭଗବତୀ ବିଦ୍ୟାମନ୍ଦିର : ୭୩ତମ ସ୍ୱାଧୀନତା ଦିବସ ପାଳିତ

Spread the love
ଭଗବତି ବିଦ୍ୟାମନ୍ଦିର ୨୦୧୯ ସ୍ୱାଧିନତା ଦିବସ ପତାକା ଉତ୍ତୋଳନ

କଣ୍ଟାପଡା ୧୫।୮(ନି.ପ୍ର)- ଭାରତୀୟ ଧର୍ମ ଓ ସଂସ୍କ୍ରୁତିର ବାର୍ତ୍ତାବହ ଏକ ଆଦର୍ଶ ଶିଶୁ ଶିକ୍ଷାନୁଷ୍ଠାନ,ଊରୁଜଂଗ ସ୍ଥିତ ଭଗବତୀ ବିଦ୍ୟାମନ୍ଦିର ରେ ୭୩ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ଗୁରୁ , ଗୁରୁ ମା’ ମାନେ ଅନୁଷ୍ଠାନ ପରିସର ରେଏକତ୍ରିତ ହୋଇଥିଲେ। ଜାତୀୟ ପତାକା ଷ୍ଟାଣ୍ଡପୋଷ୍ଟ ତଳେ ସେମାନେ ମୁରୁଜପକାଇବା ସହିତ ଫୁଲରେ ସଜାଇଥିଲେ। ଶିଷ୍ୟ,ଶିଷ୍ୟାମାନେ ପରେଡ ପ୍ରଦର୍ଶନ କରିବା ପରେଉତ୍ସବର ମୁଖ୍ୟଅତିଥି ବ୍ରାହ୍ମଣସାଇଲୋ ହାଇସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ସର୍ବେଶ୍ୱର ପ୍ରଧାନ ପତାକା ଉତ୍ତୋଳନ କରିଥିଲେ।ଜାତୀୟସଂଗୀତ ଜନଗଣ ମନଅଧୀ….. ଗାନ କରାଯାଇଥିଲା।ରାମଧୂନ, ପ୍ରଭାତଫେରି ପରେ ବିଦ୍ୟାଳୟ ପରିସର ରେଏକ ସଭା ହୋଇଥିଲା। ପ୍ରଧାନ ଗୁରୁଜୀ ରଣଜିତ ପଟନାୟକ,ସହକାରୀ ଗୁରୁଜୀ ଗଣେଶଚନ୍ଦ୍ର ମହାଳି,ଅକ୍ଷୟ କୁମାର ବେହେରା,ଅଶୋକ ସାମନ୍ତରାୟ,ପ୍ରତିମା ମହାଳି,ସୁମିତ୍ରା ପାତ୍ର, କାନନବାଳା ମହାନ୍ତିକଂ ସମେତ ସମସ୍ତ ଗୁରୁଜୀଓ ଗୁରୁ ମା’ ଅଂଶଗ୍ରହଣ କରିଥିଲେ।ଅନୁଷ୍ଠାନ ର ସଂପାଦକ ଅଶ୍ୱିନୀମହାନ୍ତି ଓ ସଭାପତି ଭ୍ରମରବର ପ୍ରଧାନ ଯୋଗଦେଇ ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟ ବର୍ଣନା କରିଥିଲେ। ଶେଷରେ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]