ଦେଶ-ପରଦେଶଖବର ରାଜ୍ୟଖବର

ଭିନ୍ନକ୍ଷମକଂ ଜାତୀୟ ଅନୁଷ୍ଠାନ’ନିରତାର’ର ୩୬ତମ ପ୍ରତିଷ୍ଠା ଦିବସ ପାଳିତ,ସଂପତ୍ତି ଦାତାକଂ ଗଳାକୁ ମିଳିଲାନି ଗେଣ୍ଡୁମାଳଟାଏ!ପୂଜ୍ୟ-ପୂଜାର ନମୁନା

Spread the love

ଦେଶ-ବିଦେଶରେ ବହୁଳପ୍ରସାରିତ ଏକ ନାମ ଭିନ୍ନକ୍ଷମକଂ ଜାତୀୟ ଅନୁଷ୍ଠାନ ଓଲଟପୁର ସ୍ଥିତ ନିରତାରର୩୬ତମ ପ୍ରତିଷ୍ଠା ଦିବସ ଗତକାଲି ପାଳିତ ହୋଇଥିଲା।କାର୍ଯ୍ୟସୂଚୀରେ ଯେଉଁ ବିଶିଷ୍ଟ ଅତିଥି ମାନକଂ ନାମ ଥିଲା ସେମାନକଂ ମଧ୍ୟରେ ସର୍ବାଗ୍ରେ ଥିଲେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡଂଗୀ ଭାରତ ସରକାରକଂ ଅଣୁ, ଲଘୁ -ମଧ୍ୟମ ପ୍ରତିଷ୍ଠାନ, ରାଜ୍ୟସଭା ସାଂସଦ ପଦ୍ମ ବିଭୁଷଣ ଡଃ ରଘୁନାଥ ମହାପାତ୍ର, ଖଲିକୋଟ ବିଶ୍ୱବିଦ୍ୟାଳୟ ଭାଇସ ଚାନସେଲର ପ୍ରଫେସର ଅମରେନ୍ଦ୍ର ପ୍ରସାଦ ମିଶ୍ର। ମାତ୍ର କେନ୍ଦ୍ର ସରକାରକଂ ଏକ ଅନୁଷ୍ଠାନର ପ୍ରତିଷ୍ଠାଦିବସରେ ଜଣେ ନିମନ୍ତ୍ରିତ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଆସିଲେନି କାହିଁକି ?? କଣ ସମସ୍ୟା ରହିଲା, ନିଶ୍ଚୟ କିଛି ଗୁରୁତର କାମ ପଡିଥିବ! ନ ହେଲେ ପ୍ରତିଶ୍ରୁତି ଭଂଗ କଲାଭଳି ମନ୍ତ୍ରୀ ସେ ନୁହନ୍ତି ଏପଟେ ସ୍ଥାନୀୟ ସାଂସଦ ରାଜଶ୍ରୀ ମଲ୍ଲିକ କିମ୍ବା ନିଆଳି ବିଧାୟକକଂ ନାମ ବି କାର୍ଯ୍ୟସୂଚୀରେ ନ ଥିଲା ତେଣୁ ସେମାନେ ନ ଆସିବାଟା ସ୍ୱାଭାବିକ।ହେଲେ ମନ୍ତ୍ରୀ ଶ୍ରୀ ଷଡଂଗୀ ଆସିଲେନି କାହିଁକି? ତା ଆଗରୁ ସମସ୍ତକଂ ଜାଣିବାଟି ନିହାତି ଜରୁରୀ କି ନିରତାର ଅନୁଷ୍ଠାନ କେଉଁ ମନ୍ତ୍ରଣାଳୟ ଅଧୀନରେ ?ଓ ସେ ବିଭାଗର ମନ୍ତ୍ରୀ କିଏ ? ସାମାଜିକ ନ୍ୟାୟ ଓ ସଶକ୍ତି ମନ୍ତ୍ରଣାଳୟ ଅଧୀନରେ ନିରତାର ରହିଥିବା ବେଳେ ସମସ୍ତ ଆର୍ଥିକ ଅନୁଦାନ ପ୍ରଶାସନିକ ପରିଚାଳନା,କାର୍ଯ୍ୟାନୁଷ୍ଠାନ ଓ ପ୍ରଧାନମନ୍ତ୍ରୀକଂ ନିକଟରେ ସିଧାସଳଖ ଉତ୍ତରଦାୟୀ ଏହି ବିଭାଗର ମନ୍ତ୍ରୀ।ବିଭାଗର ବାର୍ଷିକ ବଜେଟ ୬୯୦୮ କୋଟୀ ପ୍ରାୟ।ଏହି ବିପୁଳ ଅନୁଦାନ ରାଶି ଓ ଦେଶର ଭିନ୍ନକ୍ଷମ ମାନକଂ ପାଇଁ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟକାରୀତା, ଥଇଥାନ ଭଳି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଂଗର ଭାର ନ୍ୟସ୍ତ ରହିଛି ବିଭାଗ ଉପରେ।ତେଣୁ ଜଣେ କ୍ୟାବିନେଟ ମନ୍ତ୍ରୀ ଭାବେ ପୂର୍ବ ଅଭିଜ୍ଞ ତଥା ଅନୁଷ୍ଠାନକୁ ବହୁବାର ଆସିଥିବା, ବହୁ ଘଳିଆକୁ ସ୍ୱଳ୍ପସମୟରେ ଧରି ନିରାକରଣ ନିର୍ଦ୍ଦେଶ ଦେଉଥିବା, ସମସ୍ୟାକୁ ତୁରନ୍ତ ପ୍ରଧାନମନ୍ତ୍ରୀକଂ ଦ୍ରୁଷ୍ଟିକୁ ଆଣି ପଦକ୍ଷେପ ନେଇପାରୁଥିବା, ମୁହେଁ ମୁହେଁ ରୋକଠୋକ ତଥା ମଧୁର ସମାଲୋଚନା ଛଳରେ ଜବାବ ଦେଉଥିବା ଥାୱରଚନ୍ଦ ଗେହଲଟକଂଉପରେ ବିଭାଗର ଦାୟୀତ୍ୱ ନ୍ୟସ୍ତ ଥିବା ବେଳେ ତାଂକୁ ସହାୟତା କରିବାକୁ ବିଭାଗର ରାଜ୍ୟ ମନ୍ତ୍ରୀଗୋଷ୍ଠୀ ଭାବେ ରତନଲାଲ କଟାରିଆ,କ୍ରୀଷନପାଲ ଗୁଜ୍ଜର ,ଓ ରାମଦାସ ଅଥୱାଲେ ରହିଛନ୍ତି,ଏମାନେ ସମସ୍ତେ ପୂର୍ବରୁ ନିରତାରକୁ ଆସିଛନ୍ତି।ଏଠାକୁଏହି ମନ୍ତ୍ରୀମାନେ ଆସିବା ବେଳେ ପରମ ଆଗ୍ରହ ପରିଲକ୍ଷିତ ହୋଇଛି। ସବୁଠାରୁ ଅଧିକ ଆଗ୍ରହ ଥାଏ ମନ୍ତ୍ରୀ ଥାୱରଚନ୍ଦ ଗେହଲଟ କଂର, ପ୍ରାୟତଃଏକଥା ସମସ୍ତେ ଜାଣିଛନ୍ତି।ଗଣମାଧ୍ୟମ ପ୍ରତିନିଧି ମାନକଂର ସମସ୍ତ ପ୍ରଶ୍ନକୁ ସାମନା କଲାବେଳେ ଦ୍ରୁଢତାର ସହ ମଜ୍ଜାଳିଆ ଉତ୍ତର ବି ଦେଇଥାନ୍ତି।ଅଭିଯୋଗର ଉତ୍ତର ବି ସେଠାରେ ରିଭ୍ୟୁ ମିଟିଂ ରେ ଗଣମାଧ୍ୟମ ସାମ୍ନାରେ ଖୋଲା ଆଲୋଚନା କରିଥାନ୍ତି। ଗଡବଡ ତାଂକୁ ପସନ୍ଦ ଲାଗେନା,କେବଳ ସେତିକି ନୁହେଁ ସିମୀତ ସମୟର ରହଣି ମଧ୍ୟରେ କେବଳ ରୋଗୀକଂ ଶଯ୍ୟା ବୁଲି ନ ଥାନ୍ତି ବରଂ ବ୍ୟକ୍ତିଗତ ଛୋଟ ପିଲା ରୋଗୀକୁଂ ବି ମୋବାଇଲ ନମ୍ବର ଦେଇଥାନ୍ତି ଓ ସମସ୍ୟା ହେଲେ କଲ କରିବାକୁ କହିଥାନ୍ତି।ତେବେ ପ୍ରତିଷ୍ଠା ଦିବସରେ ଶ୍ରୀ ଗେହଲଟକୁଂ ମୁଖ୍ୟ ଅତିଥି ହେବାକୁ ନିମନ୍ତ୍ରଣ କରା ଯାଇ ନ ଥିଲା ନା ସେ କାର୍ଯ୍ୟବ୍ୟସ୍ତ ଥାଇ ମନା କଲେ ? ଯଦି ମନାକରିଥାନ୍ତି ତେବେ କଥା ଅଲଗା।କାରଣ ଅନ୍ୟ ତିନି ରାଜ୍ୟମନ୍ତ୍ରୀ କେହି ହେଲେ ଆସିଥାନ୍ତେ କିନ୍ତୁ ଶ୍ରୀ ଗେହଲଟ କୁଂ ବାଦ ଦେଇ ଅନ୍ୟ ୩ଜଣ ମନ୍ତ୍ରୀକୁଂ ଡାକିବା ସମିଚୀନ ହୋଇ ନ ଥାନ୍ତା।ଯେତେବେଳେ ଓଡିଶାର ଜଣେ କେନ୍ଦ୍ରମନ୍ତ୍ରୀକଂ କାର୍ଯ୍ୟସୂଚୀ ନିରତାର ପ୍ରତିଷ୍ଠା ଦିବସରେ ସ୍ଥିର ହେଉଛି ସେତେବେଳେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଆଉ ଆସିବାକୁଉଚିତ ମଣି ନ ଥାଇପାରନ୍ତି।ଭିତିରି କଥାଟି ହେଲା ନିରତାରର ବାର୍ଷିକ ବଜେଟ ପ୍ରାୟ ୨୫ କୋଟି। ଯଦି ଆଉ କେତେଲକ୍ଷ ଟଂକା ଅତିରିକ୍ତ ଖର୍ଚ୍ଚ ହୁଏ ତାହା ଅନୁଷ୍ଠାନର ଆୟରୁ ଭରଣା କରାଯାଇ ପରେ ଆସନ୍ତା ବର୍ଷକୁ ଏକ୍ସକ୍ୟୁଟିଭ କାଉନସିଲରେ ପାଶ୍ ହୁଏ। ଏହାଛଡା ବିଭିନ୍ନ ବାବଦରେ ଜରୁରୀ ଖର୍ଚ୍ଚ ନିମନ୍ତେ ନିରତାର କର୍ତ୍ତ୍ରୁପକ୍ଷକଂର କ୍ଷମତା ବି ଅଛି ହେଲେ କୈଫିୟତ ଦେବାକୁ ହେବ।ଯେମିତିକି କେତେକ କର୍ମଚାରୀକୁଂ ଅଧ୍ୟାପକ ଓ ପ୍ରଫେସର ପଦବୀର ଦରମା ଦିଆଯାଇଥିବାରୁ ଏକ୍ସକ୍ୟୁଟିଭ କାଉନସିଲ ମିଟିଂରେ ଏହାର ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ସେମିତି ହାଇଡ୍ରୋଥେରାପୀ କେନ୍ଦ୍ର ପ୍ରକଳ୍ପର ନିର୍ମାଣ ଖର୍ଚ୍ଚ ଯେତିକି ଟଂକାରେ ଅଟକଳ କରାଯାଇଥିଲା ମନ୍ତ୍ରଣାଳୟ ଅଗ୍ରୀମ ଆକାର ରେ ଯୋଗାଇଥିଲା ମାତ୍ର କୌଣସି କାରଣ ନ ଥାଇ ପ୍ରକଳ୍ପ ନିର୍ମାଣ ୩/୪ ବର୍ଷ ବିଳମ୍ବ ହେବା ସହିତ କାମନେଇଥିବା କେନ୍ଦ୍ର ପୂର୍ତ୍ତବିଭାଗ ଅଟକଳ ମୂଲ୍ୟକୁ ସମୟକୁ ସମୟ ବଢାଇ ଚାଲି ଶେଷରେ କେତେ କୋଟିରେ ପହଂଚାଇଦେଲା।ମନ୍ତ୍ରୀ ଥାୱରଚନ୍ଦ ଏନେଇ ଲିଖିତ କୈଫିୟତ ମାଗିଲେ କି କଣପାଇଁ ଜଳଚିକିତ୍ସା ପ୍ରକଳ୍ପ ବିଳମ୍ବ ହେଲା । କେନ୍ଦ୍ର ପୂର୍ତ୍ତ ବିଭାଗ ଉତ୍ତର ଦେଲା ଯେ ସଂପ୍ରୁକ୍ତ ସ୍ଥାନରେ ଏକ ଗଛ ଥିଲା ଯାହାକୁ କାଟିବାକୁ ଓଡିଶା ବନବିଭାଗର ଅନୁମତି ମିଳିବାକୁ ବିଳମ୍ବ ହେଲା ଏ ବାବଦରେ ନିର୍ଦ୍ଦେଶକକୁଂ ପଚରାଯାଉ।କିନ୍ତୁ ଗଛପାଇଁ ବିଳମ୍ବ ଡାହାମିଛ ।କାରଣ ପ୍ରକଳ୍ପ ଆରମ୍ଭ ହେବା ଆଗରୁ ସେଠାରେ ଏକ ସୂଚନାଫଳକ ଲଗାଯାଇଥିଲା କି site for hydro therapy centre ଯାହାକି ସଂପ୍ରୁକ୍ତ ସ୍ଥାନର ତତ୍କାଳୀନ ସମୟର ଫଟୋ ଆମପାଖରେ ସଂରକ୍ଷିତ ଅଛି, ଯାହା ପର୍ଯ୍ୟାୟକ୍ରମେ ଦର୍ଶାଯିବ।ସେହିପରି ନିରତାର ଶାଖା କେନ୍ଦ୍ର ନିର୍ମାଣରେ କେନ୍ଦ୍ର ପୂର୍ତ୍ତବିଭାଗ ବିଳମ୍ବ କରୁଥିବାରୁ ମନ୍ତ୍ରୀ ଥାୱାର ଚନ୍ଦ ନିରତାର କର୍ତ୍ତ୍ରୁପକ୍ଷ ଓ ଗଣମାଧ୍ୟମ ସାମ୍ନାରେ ସଂପ୍ରୁକ୍ତ ସଂସ୍ଥାର ବଡ ଯନ୍ତ୍ରୀକୁଂ ଖାଲି କଡାସମାଲୋଚନା କରି ନଥିଲେ କେବେସରିବ ତାର ନିର୍ଦ୍ଦିଷ୍ଟ ସମୟ ଆଦାୟ କରି ନିଜ ସଚୀବକୁଂ ଲେଖି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସେ ମୁହୂର୍ତ୍ତଟି ବେଶଉପଭୋଗ କରିବାର କଥା କି ମନ୍ତ୍ରୀ ଥାୱରଚନ୍ଦକଂ ଗାଳିରେ ସେଦିନ କେନ୍ଦ୍ରପୂର୍ତ୍ତବିଭାଗ ସେ ଅଧିକାରୀକଂ ସମ୍ମାନ ସର୍ବ ସମକ୍ଷରେ କେମିତି ଭୂଲୁଣ୍ଠିତ ହେଉଥିଲା ସେତିକି ନୁହେଁ ମହିଳା ଛାତ୍ରୀ ନିବାସ ଉନ୍ମୋଚନରେ ବି ଥାୱରଚନ୍ଦଆସିଥିଲେ ରୁମଗୁଡିକରେ ବ୍ୟବହ୍ରୁତ ନିର୍ମାଣ ସାମଗ୍ରୀକୁ ବି ପରଖିଥିଲେ ଓ କ୍ୱାଲିଟୀ ଉପରେ ବି ପଚାରିଥିଲେ ତୀର୍ଯ୍ୟକ ଛାଡିଥିଲେ।ଏପରି ମନ୍ତ୍ରୀ ବର୍ତ୍ତମାନ ସମୟରେ ବିରଳ। ମଝିରେ ପୁରୀ କୋଣାର୍କ ପ୍ରାୟଅନ୍ୟ କାର୍ଯ୍ୟରେ ଆସିଥିଲେ। ଆପେ ତାଂକ ଆଡୁ ସୂଚନା ପଠାଇଲେ କି ମାତ୍ର ୧୫ ମିନିଟପାଇଁ ନିରତାର ଆସିବେ ବୁଲିବାକୁ ସେତିକିରେ ଖବର ପହଂଚିବାକ୍ଷଣି ନିରତାର ପରିସର ହଟାତ ଚଳଚଂଚଳ ହୋଇଉଠିଥିଲା। ଯାହାର ପ୍ରାଣ ସଦା ସର୍ବଦା ନିରତାର ପାଇଁ ବ୍ୟାକୁଳ ଥିଲା ସେ ପ୍ରତିଷ୍ଠା ଦିବସରେ ନ ଆସିବା ଯେତିକି ବିସ୍ମୟଜନକ ତତୋଃଧିକ ସନ୍ଦେହ ଜନକ କି ମନ୍ତ୍ରୀପ୍ରତାପ ଷଡଂଗୀକୁଂ ମୁଖ୍ୟଅତିଥି କରାଯିବା ଏବଂ ସେ ନ ଆସିବା । ତାହାଲେ ଏପରି ପ୍ରସ୍ତାବ ଦେଇଥିଲା କିଏ ?ମନ୍ତ୍ରୀ ଶ୍ରୀ ଷଡଂଗୀ ଅଧିକାଂଶ ସମୟ ତାଂକ ନିର୍ବାଚନ ମଣ୍ଡଳୀରେ ଅଧିକାଂଶ କାର୍ଯ୍ୟକ୍ରମରେ ବ୍ୟସ୍ତ ଯେହେତୁ ସେ ଠିକ ଜାଣିଛନ୍ତି ତାଂକ ନିଜ ଘର ଭିତରଟା ଠିକ ଥିବା ଯାଏ ତାଂକ ଆସନ କେହି ବି ନେଇପାରିବେ ନାହିଁ।ତେଣୁ ସେ ବିଶେଷ କାର୍ଯ୍ୟକ୍ରମ ବାହାରେ ରଖନ୍ତି ନାହିଁ।ତେଣୁ ତାଂକୁ ଆଣିବା ଯୋଜନା ଟି କେବଳ କେମିତି ଥାୱରଚନ୍ଦ ନ ଆସନ୍ତୁ।ତା ଛଡା ଯଦିବି ଆସିଲେ କିଛି ଭୟନାହିଁ କାରଣ ନିରତାର ତାଂକ ମନ୍ତ୍ରଣାଳୟ ସଂପର୍କିତ ନୁହେଁକି ସେ ଅନ୍ୟଏକ ମନ୍ତ୍ରୀକଂ ବିଭାଗରେ ହାତ ପୁରାଇବେ ବା କାହିଁକି ?ମନ୍ତ୍ରୀ ଶ୍ରୀ ଷଡଂଗୀ ବି ଏତେ ଓଲୁ ନୁହନ୍ତି ଯେ ସେ ଅନ୍ୟଏକ ନିର୍ବାଚନ ମଣ୍ଡଳୀରେ ପୁଣି ଅନ୍ୟଜଣେ ମନ୍ତ୍ରୀକଂ ବିଭାଗରେ ମାମଲତି କରିବେ।ନିଜ ବିଭାଗ ଓ ନିଜ ସଂସଦୀୟ କ୍ଷେତ୍ର ଛାଡି ଏପରି କଲେ କଣ ଲାଭ ତାଂକୁ ମିଳିବ ? ବରଂ ବିଭାଗୀୟ ନିଜ ଏକାଦଳର ମନ୍ତ୍ରୀକୁଂ ଏହା ଚାପୁଡା ସଦ୍ରୁଶ ହେବ । ତେବେ ମନ୍ତ୍ରୀ ଥାୱରଚନ୍ଦକୁଂ ନିରତାର କର୍ତ୍ତ୍ରୁପକ୍ଷ ଏତେ ଡରିବାର କାରଣ କଣ ?ପ୍ରତିଷ୍ଠା ଦିବସରେ ଦୂରେଇ ରଖିବା କାରଣ କଣ ??? ଯଥେଷ୍ଟ କାରଣ ବି ଅଛି। ୧ମ କାରଣ ମନ୍ତ୍ରଣାଳୟ ଦେଇଥିବା ଅନୁଦାନରେ କାମ କଣ ହୋଇଛି ମନ୍ତ୍ରୀ ପଚାରିବେ,ସମୀକ୍ଷା କରିବେ ସମୟସୀମା ଧାର୍ଯ୍ୟକରିବେ ନିଜ ବ୍ୟକ୍ତିଗତ ସଚୀବକୁଂ ନୋଟ୍ କରିବାକୁ ନିର୍ଦେଶ ଦେବେ ୨ୟମୁଖ୍ୟ କାରଣଟି ହେଉଛି କି ଫନିବାତ୍ୟାରେ ନିରତାରର କଣ କ୍ଷତି ହୋଇଛି ? ପୁନଃ ନିର୍ମାଣ କେତେ ହୋଇଛି?ଅନୁଦାନ କେତେ ବ୍ୟବହାର ହୋଇଛି କୋଉଫଣ୍ଡ ବ୍ୟବହାର ହୋଇଛି?ମନ୍ତ୍ରଣାଳୟକୁ କ୍ଷୟକ୍ଷତି ପରିମାଣ କେତେ ମଗାଯାଇଛି? ଥାୱରଚନ୍ଦକଂ ଆଖିରେ ସବୁ ଧରାପଡିଥାନ୍ତା।ସୁନ୍ଦର ଫୁଲବଗିଚାରୁ ମନ୍ତ୍ରୀ ଆକଳନ କରିଥାନ୍ତେ କି ପ୍ରକ୍ରୁତରେ ଫନିବାତ୍ୟାରେ ନିରତାରର ସେମିତି କିଛିବି ହୋଇନି। କିନ୍ତୁ ଯେଉଁପରିମାଣର ଦର୍ଶାଯାଇଛି ତାହା ଅତ୍ୟନ୍ତ ଅବିଶ୍ୱାସ ଜନକ।ଏକଥା ଧରାପଡିଥିଲେ ଜଣାପଡିଯାଇଥାନ୍ତା କି ତାଂକ ବିଭାଗର ବଶମ୍ବଦ ବୋଲାଉଥିବା କର୍ମଚାରୀ ଜଣକଂ କେତେ ସଚ୍ଚୋଟ ଓ କେତେ ପାରିବାର ? ଅନ୍ୟଏକ କାରଣ ସି.ବି .ଆଇ ହାତରେ ଧରାପଡିଥିବା ଦୁଇ ଜାଲ କର୍ମଚାରୀ ପ୍ରସଂଗ। ଯହିଁରେ ନିକଟସ୍ଥ ଥାନାରେ ଏତାଲା କରିବାକୁ ସି.ବି.ଆଇ ନିରତାର ନିର୍ଦ୍ଦେଶକକୁଂ ନିର୍ଦ୍ଦେଶ ଦେଇଥିଲା।ମାତ୍ର ଜଣେ କୁଆଡେ ଉଭାନ ହୋଇଗଲା ଯେ ତାର ପତ୍ତା ମିଳୁନି। ଆରଜଣକଂ କୋର୍ଟରେ ଆଶ୍ରୟ ନେଇଥିବା କୁହାଯାଉଛି। ଯେଉଁ ଜଣକ ଫେରାର ତାହାର ବାପା କୁଆଡେ ଅତିତରେ ନିର୍ଦ୍ଦେଶକ କୁଂ ପାଠପଢାଇଥିଲେ ତେବେ ସେ କେଉଁ ନିର୍ଦ୍ଦେଶକକୁଂ ପଢେଇଥିଲେଏବେକାର କିମ୍ବା ପୂର୍ବର ତାହା ସତ କି ମିଛ ତଦନ୍ତ ହେଲେ ସ୍ପଷ୍ଟ ହେବ କୁହାଯାଉଛି।ତେଣୁ ପ୍ରତିଷ୍ଠା ଦିବସରୁ ଥାୱାରଚନ୍ଦକୁଂ ଦୂରେଇ ରଖିବା ବ୍ୟତିତ ଅନ୍ୟ ବିକଳ୍ପ ରାସ୍ତା କିଛି ନ ଥିଲା।ଆଉଏକ କାରଣ ବି ଥାଇପାରେ ନିରତାରରେ ବିନା ଛୁଟିରେ ଚାକିରୀ ଡ୍ୟୁଟୀରେ ଥାଇ କେତେଜଣ ପାଠପଢିବା ସହିତ ଏକ ସମୟରେ ଦରମା ବି ନେଇଥିବା ଯାହା ଅଫିସ ଅଫ ପ୍ରଫିଟର ଅଭିଯୋଗ ଆସୁଛି ।ଏକ ସମୟରେ ଦୁଇଟି କାମ କେମିତି ସମ୍ଭବ?ଯହିଁରେ ନିର୍ଦ୍ଦେଶକ କଂ ବିରୁଦ୍ଧରେ ଏପରି ଅଭିଯୋଗ ହେଉଛି।ତାହା ଲିଖିତ ଭାବେ ନେଟ୍ ରେ ପ୍ରଧାନମନ୍ତ୍ରୀକଂ ଦପ୍ତର କୁ ଯାଇଥିଲା ଯାହା ମାନ୍ୟବର ମନ୍ତ୍ରୀ ଥାୱରଚନ୍ଦକୁଂ ଆସିଥାଇପାରେ।ତେଣୁ ସେ ପ୍ରତିଷ୍ଠାଦିବସରେ ଆସିଥିଲେ ସମସ୍ୟା ହୋଇଥାନ୍ତେ।ସବୁଠୁ ଦୁଃଖ ଓ ପରିତାପର ବିଷୟ ଯେ ନିରତାର ଅନୁଷ୍ଠାନଟି ଯାହାକଂ ବିଶେଷ ଅବଦାନରେ ପ୍ରତିଷ୍ଠା ହୋଇଛି ସେ ହିଁ ଅସଲରେ ପ୍ରାଣ ପ୍ରତିଷ୍ଠାତା।କିନ୍ତୁ ପ୍ରତିଷ୍ଠା ଦିବସରେ ତାଂକର ପଥର ମୂର୍ତ୍ତୀ କିମ୍ବା ତୈଳଚିତ୍ରଟିରେ ଧୂପଦୀପ କି ବେକକୁ ଗେଣ୍ଡୁମାଳଟିଏ ମିଳିଲାନି।ଏହା ହିଁ ପୂଜ୍ୟପୂଜାର ନମୁନା।ଏକଥା ଆମେ କହୁନାହୁଁ। ନିରତାରର ଇତିହାସ ଦାବୀ କରୁଛି।ନିରତାର ଇତିହାସ କହୁଛି ଯେ ଅନୁଷ୍ଠାନଟି ଦିଲ୍ଲୀ ସଫଦରଜଂଗରେ ଚାଲିଥିଲା।ଇନ୍ଦିରାଗାନ୍ଧୀ ପ୍ରଧାନ ମନ୍ତ୍ରୀ ଥା’ନ୍ତି।ଓଡିଶାର ମୁଖ୍ୟମନ୍ତ୍ରୀ ଥା’ନ୍ତି ନନ୍ଦିନୀ ଶତପଥୀ।୧୯୭୫ ମସିହା, ଇନ୍ଦିରାଗାନ୍ଧୀକଂ ଓଡିଶା ଗସ୍ତ ସମୟରେ ନନ୍ଦିନୀ ଦେବୀ ତାଂକୁ କହିଲେ କି,ଓଲଟପୁର ଠାରେ ଏକ ୧୬.୫ଏକରବିଶିଷ୍ଟ ଜମି ଓ କିଛି କୋଠାବାଡି ବିଜୟରାମ ମିଶ୍ରକଂର ଥିଲା ସେଏହାକୁ ଓଡିଶା ସରକାରକୁଂ ଦାନ କରିଛନ୍ତି ଭାବୁଛି ଦିଲ୍କୀରେ ଚାଲିଥିବା ସରକାରୀ ଭିନ୍ନକ୍ଷମ ଅନୁଷ୍ଠାନଟି ଯଦି ଓଲଟପୁରରେ କରାଯାନ୍ତା ତେବେ ଭଲ ହୁଅନ୍ତା।ନୂଆଦିଲ୍ଲୀ ଫେରିବାପରେ ତୁରନ୍ତ ଇନ୍ଦିରାଗାନ୍ଧୀ ତାଂକ ବ୍ୟକ୍ତିଗତ ଚିକିତ୍ସକ ଡଃ ବାଲୁ ଶଂକରନକୁଂ ସ୍ଥାନଟି ଦେଖି ନିଷ୍ପତ୍ତି ନେବାକୁ କହିଥିଲେ।ତଦନୁଯାୟୀ ଆଜିର ନିରତାର ସେଇ ସୁନ୍ଦର ସବୁଜିମାମୟ ଭୂଖଣ୍ଡଉପରେ ସଗର୍ବେ ଠିଆ ହୋଇଛି ଅଥଚ ସେଇ ପ୍ରାଣ-ପ୍ରତିଷ୍ଠାତା ଜଣକୁ ପ୍ରତିଷ୍ଠା ଦିବସରେ ନା ମିଳେ ଫୁଲଟାଏ ,ଧୂପଦୀପ ଟିକେ ନା କେହି କର୍ମଚାରୀ ଟିକେ ମନେପକାନ୍ତି ତାଂକ ଅବଦାନ।କିନ୍ତୁ ରେକର୍ଡ ଡ୍ୟାନ୍ସ ନାଚ ଗୀତରେ ମସଗୁଲ ହୋଇଯାନ୍ତି ଅନୁଷ୍ଠାନର ପିଲାମାନେ।ଯାହାଏ ବର୍ଷବି ହୋଇଥିଲା

Nirtar cultural programme on 36th foundation day( (Satyanusandhana News)

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]