
ଠିକାଦାର ମାଲା ମାଲ୍, ରାସ୍ତା ନାଁ ରେ ଲୋକେ ଭୋଗୁଛନ୍ତି ଯମଯନ୍ତ୍ରଣା:ଯନ୍ତ୍ରୀ କି ମନ୍ତ୍ରୀ କାହାର ଦେଖାନାହିଁ ।
ନିଆଳି୨୨୮(ନି.ପ୍ର) କଟକ ଜିଲ୍ଲା ଗ୍ରାମଉନ୍ନୟନ ବିଭାଗ ସରକାରୀ ଅନୁଦାନରେ ଗାଁ ଗଣ୍ଡା ରାସ୍ତା ଗୁଡିକର କିଭଳି ଉନ୍ନୟନ କରିଛି ତାହା ନିଜଆଖିରେ ଜଣେ ନ ଦେଖିଲେ ବିଶ୍ୱାସ କରିବା ଅସମ୍ଭବ। ନିଆଳିବ୍ଲକ ଷଡାଂଶ ପଂଚାୟତ ଅନ୍ତର୍ଗତ ସାତକାଳିଆ ଗ୍ରାମ,ଗୁଣ୍ଡରରୁ ସାତକାଳିଆ ଶିଖରଘାଟ ପର୍ଯ୍ୟନ୍ତ ପ୍ରାୟ ୩ କି.ମି ରାସ୍ତା,ଆଗରୁ ରାସ୍ତାଟି ନାଲି ମୋରମ ଥିଲା ବୋଲି ଲୋକକଂ ସୂଚନାରୁ ଜଣାପଡିଛି।କଟକ ଗ୍ରାମଉନ୍ନୟନ ବିଭାଗରୁ ପ୍ରାୟ ୨କୋଟୀ ଟଂକାର ଟେଣ୍ଡରରେ ପାଇଥିବା ଜନୈକ ଠିକାଦାର ଗତ ଜୁନମାସ ପ୍ରଥମ ସପ୍ତାହରେ ଗାଁ ରେ ପହଂଚି,ଲୋକେ ସହଯୋଗ କଲେ କାର୍ଯ୍ୟଟି ଶୀଘ୍ର ସରିବ ବୋଲି ମଧୁର ପ୍ରତିଶ୍ରୁତି ବାଣ୍ଟିଥିଲେ।ଭଲ ରାସ୍ତାଟିଏ ଆଶାରେ ନିଜ ବିଲରୁ ବିନା ଟଂକାରେ ଲୋକମାନେ ମାଟି ଯୋଗାଇଥିଲେ।ଜୁନ ମାସ ୧୬ ତାରିଖରୁ ପ୍ରାକ୍ ମୌସୁମି ରୁତୁ, ମାଟିକାମ ବନ୍ଦ ନିମନ୍ତେ ସରକାରକଂ ସ୍ଥାୟୀ ନିର୍ଦ୍ଦେଶନାମା ଜାରୀଥିବା ଓ ଜୁନ ୭ ତାରିଖରେ ୨କୋଟି ଟଂକାର ମାଟି କାମ ଆରମ୍ଭ କଲେ ତାହା ଉକ୍ତ ମୌସୁମି ରୁତୁରେ ସରିପାରିବ ନାହିଁ ଜାଣି ମଧ୍ୟ କେଉଁ ଯନ୍ତ୍ରୀ ଉକ୍ତ ଠିକାଦାରକଂ ସହ କାର୍ଯ୍ୟ ଆରମ୍ଭ କରିବାକୁ ସହମତ ହେଲେ ତାହା ଘୋର ସନ୍ଦେହ ସ୍ରୁଷ୍ଟି କରିଛି। କେବଳ ଏତିକି ନୁହେଁ, ଆଉ ମଧ୍ୟ ଜଣା ପଡିଛି ଯେ ମାଟି ରାସ୍ତାଉପରେ ଥରେ ବୋଲଡର କି ମୋରମ ହେଲେ ପରବର୍ତ୍ତି ଅପଗ୍ରେଡେସନ ହେବାକୁ ଢଳେଇ କିମ୍ବା ପିଚୁ କରାଯିବାକୁ ସରକାରୀ ସ୍ଥାୟୀ ନିୟମ ରହିଥିବା ସତ୍ତ୍ୱେ ଏହି ମୋରମ ରାସ୍ତାଟି ଉପରେ ପୁନଃ ମାଟି ପକାଇବାର ଆଦେଶ କିପରି କିଏ ଦେଲା ତାହା ବଡ ବିସ୍ମୟର ବିଷୟ ବୋଲି ଜଣେ ଅବସର ପ୍ରାପ୍ତ ଯନ୍ତ୍ରୀ ମତ ଦେଇଛନ୍ତି।ଏପରି ସ୍ଥଳେ ତରବରିଆ ଭାବେଏପରି ଅଧାପନ୍ତରିଆ ମାଟିପକାଇ ଚଳନ୍ତି ରାସ୍ତାକୁ ଅଚଳନ୍ତି କରିଦିଆଯିବାରୁ ପ୍ରାୟ ୩ଟି ଗ୍ରାମର ହଜାର ହଜାର ଗ୍ରାମବାସୀ ମରଣ ଯନ୍ତାରେ ଫସିଛନ୍ତି। ରାତି ତ ଦୂର ଦିନରେ ବି ଯାତାୟତ ଅସମ୍ଭବ ହୋଇଛି ।ଆମ୍ବୁଲାନସ,ଅଗ୍ନିଶ୍ରମ ଗାଡି ,ପରିବା,ଦୁଗ୍ଧ ଆଦି ପରିବହନ ହୋଇ ନ ପାରି ଚାଷୀ, ବ୍ୟବସାୟୀ ,ଖାଉଟୀ ବିପୁଳ କ୍ଷତି ସହୁଛନ୍ତି। ଛାତ୍ରଛାତ୍ରୀ ଅଧ୍ୟ ୟନ ନିମନ୍ତେ ଶିକ୍ଷାନୁଷ୍ଠାନକୁ ଯାଇପାରୁନାହାନ୍ତି।ଆମେ ଏ ସଂପର୍କରେ ଜାଣିବାକୁ ଜଗତସିଂହପୁର ଡି.ଆର.ଡି.ଏ କର୍ତ୍ତ୍ରୁପକ୍ଷକୁଂ ଆଜି ଅପରାହ୍ନରେ ଯୋଗାଯୋଗ କରିଥିଲୁ ଆମକୁ ଆର.ଡି ବିଭାଗକୁ ପଚାରିବାକୁ ପରାମର୍ଶ ମିଳିଥିଲା।ଆର.ଡି ନିର୍ବାହୀ ଯନ୍ତ୍ରୀ ତାଂକ ଜିଲ୍ଲାରଏହି କାର୍ଯ୍ୟ ନୁହେଁ,କଟକ ଜିଲ୍ଲାର କହିଥିଲେ। କଟକ ଗ୍ରାମଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ନୀଳମାଧବ ସାହୁ କୁଂ ଯୋଗାଯୋଗ କରାଯିବାରୁ ବିଭାଗର ନିଆଳି ଅଧିକାରୀ ଶରତ ସାହୁ କୁଂ ପଚାରିବାକୁ ଓ କଣ ଉତ୍ତର ଦେଲେ ଜଣାଇବାକୁ କହିଥିଲେ। ତାଂକ ଦେଇଥିବା ସରକାରୀ ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇଥିଲା , ମାତ୍ର କାର୍ଯ୍ୟାଳୟ ସମୟ ନିର୍ଘଣ୍ଟ ମଧ୍ୟରେ ମୋବାଇଲ ସୁଇଚ ବନ୍ଦ ଥିବା ଉତ୍ତର ମିଳିଥିଲା ।ଏହି ବିଷୟ ପୁନର୍ବାର ନିର୍ବାହୀ ଯନ୍ତ୍ରୀ ଇଂଶ୍ରୀ ସାହୁକୁଂ ଜଣାଇ ଦିଆଯିବା ପରେ ବି ସେ ଆଉକଣ ପଦକ୍ଷେପ ନେଲେ ତାହା ଖବର ଲେଖାହେବା ପର୍ଯ୍ୟନ୍ତ ଜଣାଇନାହାନ୍ତି।