
ପଂଗୁ ଲଂଘୟତେ ଗିରି…..୨କି.ମି.ର ରାସ୍ତାକୁ ୩କି.ମି.ର କାର୍ଯ୍ୟାଦ୍ଦେଶ ?
କଟକ୨୨।୮(ବିଶେଷ ପ୍ରତିନିଧି ) ଇଶ୍ୱର ନାମକ ଏକ ଅଦ୍ରୁଷ୍ଟ ଶକ୍ତି ପରାକାଷ୍ଠାରେ ଯଦି ପଂଗୁ ବି ଗିରୀ ଲଂଘିବା ବିଶ୍ୱାସ କରାଯାଏ, ତେବେ କଟକ ଜିଲ୍ଲା ଗ୍ରାମଉନ୍ନୟନ ସଂସ୍ଥାର ଆଶୀର୍ବାଦ ମିଳିଲେ କାମ ଜାଣି ନ ଥିବା ଠିକାଦାର ବି କୋଟିପତି ହୋଇଯିବା କିଛି ବିଚିତ୍ର ନୁହେଁ। ରାସ୍ତାର ଲମ୍ବ ସରକାରକଂ ପ୍ରଦତ୍ତ କିଲୋମିଟର ଖୁଣ୍ଟିରେ ମୋଟ୍ ୨କି.ମି ।ଅଥଚ ଏହି ରାସ୍ତାଉପରେ ୩କି.ମି ର କାର୍ଯ୍ୟାଦ୍ଦେଶ କଟକ ଜିଲ୍ଲା ଗ୍ରାମଉନ୍ନୟନ ବିଭାଗ ଦେଇଥିବା ସୂଚନା ଫଳକରେ ଉଲ୍ଲେଖ ହୋଇଛି ।କଣ୍ଟାପଡା ବ୍ଲକ ବଡପାଟସୁନ୍ଦରପୁର ଠାରେ ପୂର୍ତ୍ତ ଓ ଗ୍ରୁହ ନିର୍ମାଣ ବିଭାଗର ବାଗଲପୁର-ବାଲିଆ ଷ୍ଟୋର,ଅଣଖିଆ ରାସ୍ତାରୁ ବାହାରିଥିବା ଉକ୍ତ ରାସ୍ତାର ଅବସ୍ଥିତି ବାସ୍ତବରେ ବଡପାଟସୁନ୍ଦରପୁର ଠାରେ ହିଁ ଅଟେ। ସୂଚନା ଫଳକରେ କିନ୍ତୁ ଏହାକୁ ସାନ ପାଟସୁନ୍ଦରପୁର – ୱାଉଜଂଗ ୩ କି.ମି ୦୦୭ ବୋଲି ଉଲ୍ଲେଖ ଅଛି । ଅସଲରେ ଏହି ରାସ୍ତାଟିର ଲମ୍ବ ୨କି.ମି.। ତେବେ ୧କି.ମି ରାସ୍ତା ଆଦୌ କାମ ନ ହୋଇ ବିଲ୍ ହେବା ଏକ ପ୍ରକାର ସୁସ୍ପଷ୍ଟ ହୋଇଛି । ଜନସାଧାରଣରୁ ଆପତ୍ତିକୁ ବି ବିଭାଗ ଅଣଦେଖା କରିବା , ଟାଳିଦେବା ରହସ୍ୟ ବି ଆହୁରି ସନ୍ଦେହରେ ପକାଇଛି। ରାସ୍ତାର ନିର୍ମାଣ କାର୍ଯ୍ୟ ୧୬ ଜୁନ ରୁ ସରିଯିବା କଥା କାରଣଏଥିରେ ମାଟିକାମ ବି ରହିଛି ଯାହା ପ୍ରାକ ମୌସୁମି ଜନିତ ସରକାରକଂ ସ୍ଥାୟୀ ନିଷେଧ ନାମା ।ମାତ୍ର କାର୍ଯ୍ୟ ଟି ଏହି ସରକାରୀ ବାରଣ ସମୟ ମଧ୍ୟରେ ହିଁ ଆରମ୍ଭ ହେଉଛି ,ସରିବ କେବେ ? ଯାହା ଫଳରେ ୫ ବର୍ଷର ରକ୍ଷଣା ବେକ୍ଷଣ ସମୟ କେବେଠୁ ଆରମ୍ଭ ହେବ ? ସେଥିନେଇ ସାଧାରଣରୁ ପ୍ରଶ୍ନ ଉଠିଲାଣି ।ଅଭିଯୋଗକୁ ବିଭାଗ ଅଣଦେଖା କରୁଥିବାରୁ ସ୍ଥାନୀୟ ଲୋକେ ବିଭାଗୀୟ ପୋର୍ଟାଲ କୁ ଅନଲାଇନ ଜରିଆରେ ଅଭିଯୋଗ କରିଥିଲେ ହେଲେ ” ତୁ ଗୁହାରୀ କରିବୁ ଯାହାକୁ ମୁଁ ….. କରିଚି ତାହାକୁ” (ଓଡିଆ ଢଗଢମାଳି) ନ୍ୟାୟରେ ସେହି ନିର୍ବାହୀ ଯନ୍ତ୍ରୀକଂ ପାଖକୁ ତାହା ପଠାଇ ଦିଆଯାଇଥିବାର ବିଭାଗୀୟ ପୋର୍ଟାଲରେ ଉତ୍ତର ମିଳିଛି। ସବୁଠୁ କୌତୁହଳର ବିଷୟ ଯେ ଓଡିଶା ସରକାରକଂ ମୁଖ୍ୟଭାବେ ଯଦି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନପଟନାୟକକୁଂ ବିଚାର କରାଯାଏ ତେବେ ନିଜମାତ୍ରୁଭାଷା ଜାଣି ନ ଥିବାର ବହୁସମାଲୋଚନା ସତ୍ତ୍ୱେ କାର୍ଯ୍ୟାଳୟ ଗୁଡିକରେ ଓଡିଆ ଭାଷା ପ୍ରଚଳନର ନିର୍ଦ୍ଦେଶ ଦେଇଛନ୍ତି ଅଥଚ ଉକ୍ତ କାର୍ଯ୍ୟସ୍ଥଳୀରେ ବିଭାଗ ଯେଉଁ ସୂଚନା ଫଳକ ଲଗାଇଛି ସେଥିରେ ଦୁଇ ଦୁଇଟି ସ୍ଥାନରେ “ଶେଷ”କୁ କିପରି “ସେସ”ଲେଖା ଯାଇଛି ?ଏହା ଆମ ମାତ୍ରୁଭାଷା ପ୍ରତି ଅପମାନ ନୁହେଁ କି ? ୧ କୋଟି ୩୭ଲକ୍ଷ ଟଂକା ସରକାର ଦେଇଛନ୍ତି, ନିର୍ଭୂଲ ଓଡିଆରେ ସୂଚନା ଫଳକଟିଏ ଲେଖିବାକୁ ଲୋକ ମିଳିଲେନି ? ଅଭିଯୋଗ ଉପରେ ପ୍ରତିକ୍ରିୟା ଜାଣିବାକୁ ଗ୍ରାମଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ନୀଳମାଧବ ସାହୁକୁଂ ଯୋଗାଯୋଗ କରାଯାଇଥିଲା ସେ କହିଥିଲେ କି ଏହି ରାସ୍ତା ୨୦୦୧ DRRP (District Rural Road Planning) ତାଲିକା ପ୍ରସ୍ତୁତି ବେଳେ ହୋଇଥିଲା ।ସେତେବେଳେ ଯାହା ହୋଇଥିବ ଆମେଏଥିରେ କିଛି କରିପାରିବୁ ନାହିଁ। ଅନ୍ୟପ୍ରଶ୍ନ ଗୁଡିକର କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ପାରି ଗୋଳମାଳିଆ ଉତ୍ତର ଦେଇଥିଲେ ।