ବନ୍ଧା ହେବେ କି ଖଣ୍ଡପଡା ଥାନା ବଡବାବୁ?? ହରଡଘଣାରେ ନୟାଗଡ ପୁଲିସ !
ଭୂବନେଶ୍ୱର/ନୟାଗଡ/ ଖଣ୍ଡପଡା ୨୩।୮(ସ୍ୱତନ୍ତ୍ର ପ୍ରତିନିଧି) ପୁଲିସ ସମସ୍ତକୁଂ ବାନ୍ଧୁଥିବା ବେଳେ ପୁଲିସକୁ ପୁଣି ବାନ୍ଧିବ କିଏ ?ସମସ୍ତକୁଂ ଚମକେଇ ଦେଲା ପରି ଘଟଣା ନୁହେଁ କି ?ଉତ୍ତର ଆସିବ ନିଶ୍ଚୟ ।ତେବେ ପୁଲିସକୁ ବାନ୍ଧିବ ଆଇନ, କାରଣ ଆଇନର ଉର୍ଦ୍ଧ୍ବରେ କେହି ବି ନୁହନ୍ତି। ଅବଶ୍ୟ କ୍ରୁତକର୍ମ ପାଇଁ ଓ ଏହାର କାଗଜ ପ୍ରମାଣ ଥିବାରୁ ଖଣ୍ଡପଡା ଥାନାପୁଲିସ ବଡବାବୁ ବନ୍ଧାହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।ଯଦିଓ ଜାମିନ ଯୋଗ୍ୟ ଦଫା ହୋଇଥିବାରୁ ଜାମିନ ମିଳିପାରେ ।ଘଟଣା ଅନୁଯାୟୀ ଅପରାଧ ସଂହିତା ଧାରା 154 (i) ରେ ନିର୍ଦ୍ଦେଶ ଅଛି ଯେ କୌଣସି ଧର୍ତ୍ତବ୍ୟ ଅପରାଧ ଘଟଣାର ଲିଖିତ ଅଭିଯୋଗକୁ ପୁଲିସ ପଂଜିକରଣ କରିବାକୁ ବାଧ୍ୟ । ଯଦି ଥାନାଧିକାରୀ ଏତାଲାଟିକୁ ପଂଜିକରଣ କରୁନାହାନ୍ତି ତେବେ cr.p.c sec.154(3)ଅନୁଯାୟୀ ଉପରିସ୍ଥ ଅଧିକାରୀକୁଂ ଲିଖିତ ଅଭିଯୋଗର ନକଲ ପଠାଇଲେ ଅପରାଧିକ ଘଟଣାରଏତାଲା ପଂଜିକରଣ ନିର୍ଦ୍ଦେଶ ଦିଆଯିବ।Cr.P.C sec 157(sub sec1)ଅନୁଯାୟୀ ଜଣେ ଥାନାଧିକାରୀ ନିଜ ଅଂଚଳରେ ଘଟୁଥିବା କୌଣସି ଅପରାଧ ସଂପର୍କରେ ନିଜଆଡୁ ଅଥବା କୌଣସି ସୂତ୍ରରୁ ଖବର ପାଇ ମାମଲା ରୁଜୁକରିବା କଥା।ଯଦି ଜାଣିଶୁଣି ଆଇନର ଏହି ଧାରାକୁ କୌଣସି ଅଧିକାରୀ ଅବମାନନା କରୁଥାନ୍ତି କିମ୍ବା କରିଥାନ୍ତି,ତାହାର ଉପଯୁକ୍ତ ପ୍ରମାଣ ସହିତ ଭାରତୀୟ ପିଂଗଳ କୋଡ୍ ଧାରା 166 ଆଧାର ରେ ଦଣ୍ଡନୀୟ ଓ ୬ମାସରୁ ୨ବର୍ଷ ଜେଲ କିମ୍ବା ଜେଲ ସହ ଜୋରୀମାନା ଉଭୟ ବି ହୋଇପାରେ। ରାଜ୍ୟପୁଲିସ ମୁଖ୍ୟାଳୟରୁ ସୂଚନାଅଧିକାର ଆଇନରେ ପ୍ରାପ୍ତ ତଥ୍ୟ ଅନୁଯାୟୀ,ବର୍ତ୍ତମାନ ନୟାଗଡ ଜିଲ୍ଲା, ଖଣ୍ଡପଡା ଥାନା ନିରୀକ୍ଷକ ଥିବା ଶ୍ରୀ ବିମଳକୁମାର ମଲ୍ଲୀକ31.12.2005 ରୁ 11.10.2007 ପର୍ଯ୍ୟନ୍ତ ନୟାଗଡ ଜିଲ୍ଲା ଫତେଗଡ ଥାନାର ଥାନାଧିକାରୀ ଓ ନୟାଗଡ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷଭାବେ ଭାବେ ଶ୍ରୀମତି ରୁତୁ ଆରୋରା( IPS) 12.9.2005ଠାରୁ 06.10.2006ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେଏହି କାର୍ଯ୍ୟକାଳ ମଧ୍ୟରେ ଫତେଗଡ ଥାନାଂଚଳରେ ଘଟିଥିବା ଏକ ବଡ ଅପରାଧିକ ଘଟଣାକୁ ଥାନାଧିକାରୀ ଶ୍ରୀ ବିମଳ କୁମାର ମଲ୍ଲୀକ ଚପାଇ ରଖିଥିଲେ। ନିଜଆଡୁ କୌଣସି ମାମଲା ରୁଜୁ କରି ନ ଥିବାରୁ ପିଡୀତ ପକ୍ଷ ଏହି ଲିଖିତ ଏତାଲାର ଏକ ରେଜେଷ୍ଟ୍ରି ଡାକ ଯୋଗେ ଥାନାକୁ ପଠେଇଥିଲେ।ଶ୍ରୀ ମଲ୍ଲିକ ଏହାକୁ ଡାକ ପ୍ରାପ୍ତି ସ୍ୱୀକାର ରସିଦରେ ଦସ୍ତଖତ ପୂର୍ବକ ଗ୍ରହଣ କରିଥିଲେ ବି ଏତାଲାର ନକଲ ଦେବାକୁ ମୋଟା ଅଂକର ଉତ୍କୋଚ ଦାବୀକରି, ଏହା ନ ପାଇବାରୁ ଏତାଲା ପଂଜିକରଣ କରି ନଥିବା ଓ ଏତାଲାର ନକଲ ଦେଇ ନ ଥିବା ଅଦାଲତରେ ତାଂକ ନାମରେ ରୁଜୁ ମାମଲାରେ ଉଲ୍ଲେଖ ହୋଇଛି।ବରଂ ଅଭିଯୁକ୍ତ ମାନକଂ ସହ ମୂଲଚାଲ କରି ଘଟଣା ଜଣେଇ ଦେଇଥିଲେ।ଏମିତିକି ଏତାଲାର ଏକ ନକଲ ରେଜିଷ୍ଟ୍ରୀ ଡାକରେ ପ୍ରାପ୍ତି ସ୍ୱୀକାର ଦସ୍ତଖତ ପୂର୍ବକ ଏସ୍.ପି ନୟାଗଡ ପାଇବାପରେ ଫତେଗଡ ଥାନାକୁ ଚିଠିନମ୍ବର 964/29.07.2006 ରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ,ତଥାପି ଏସବୁ ସତ୍ତ୍ୱେ ଶ୍ରୀ ମଲ୍ଲିକ ଏତାଲା ପଂଜିକରଣ ନ କରି ଏସ୍.ପିକଂ ନିର୍ଦ୍ଦେଶକୁ ଟାଳି ଦେଇଥିଲେ।ପିଡୀତ ପକ୍ଷକୁଂ ଏସବୁ ବି ଜଣାଇ ନଥିଲେ। 2018.ମସିହାରେ ସୂଚନାଧିକାର ତଥ୍ୟରେ ଘଟଣା ଜଣାପଡିବାପରେ ସପ୍ରମାଣ ଭିତ୍ତିରେ ଶ୍ରୀ ମଲ୍ଲିକକଂ ନାମରେ ଫୌଜଦାରୀ ଦଣ୍ଡବିଧି ଧାରା ଆଧାରରେ କୋର୍ଟରେ ମାମଲା ରୁଜୁ ହୋଇଛି।ସମୟ କହିବ ସେ ଦୋଷମୁକ୍ତ କିମ୍ବା ଦୋଷଯୁକ୍ତ ହୋଇ କୋର୍ଟରୁ ଫେରୁଛନ୍ତି।ଏବେ ଶ୍ରୀମଲ୍ଲୀକ ଖଣ୍ଡପଡା ଥାନା ନିରୀକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ତାଂକ ପ୍ରତିକ୍ରୀୟା ଜାଣିବାକୁ ନୟାଗଡ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଜରିଆରେ ଉଦ୍ୟମ କରାଯାଇଥିଲା ମାତ୍ର ତାହା ସମ୍ଭବ ହୋଇପାରିନାହିଁ।ଘଟଣାଟି ସାରା ଜିଲ୍ଲାରେ ଆଲୋଚନା ଓ କୌତୁହଳର ବିଷୟବସ୍ତୁ ପାଲଟିଛି ।