ମହିଳା ଗୋଷ୍ଠୀର ବ୍ୟାଂକ ରୁଣକୁ ବେଆଇନ ସୁଧଲଗାଣ:ପ୍ରତିବାଦରୁ ମରଣାନ୍ତକ ଆକ୍ରମଣ,ଥାନାରେ ଅଭିଯୋଗ
କଣ୍ଟାପଡା ୨୩।୮(ନି.ପ୍ର) ସରକାର ମହିଳା ମାନକଂ ଆତ୍ମ ନିର୍ଭରଶୀଳ ହେବାକୁ ସ୍ୱୟଂସହାୟୀକା ଗୋଷ୍ଟୀ ଗୁଡିକ ଜରିଆରେ କୋଟିକୋଟି ଟଂକାର ବ୍ୟାଂକ୍ ରୁଣ ଯୋଗାଇଦେଉଛନ୍ତି । ଅଥଚ କେବଳ କାଗଜପତ୍ରରେ ପ୍ରକଳ୍ପମାନ ସିମୀତ ରହିବା ସହିତ,ବିନା ପ୍ରକଳ୍ପରେ ପ୍ରାପ୍ତ ବ୍ୟାଂକ୍ ରୁଣକୁ ଗାଁ ଗଣ୍ଡାରେ ଗରୀବଲୋକମାନକୁଂ ଚଢାସୁଧରେ ଲଗାଣ କରି ଶୋଷଣ କରିବା ସହିତ ନାନାଦି ଆଇନ ଶ୍ରୁଂଖଳା,ଅଶାନ୍ତ ପରିବେଶ ସ୍ରୁଷ୍ଟି କରୁଛନ୍ତି ଯାହା ଏବେ ସମସ୍ତକଂ ମୁଣ୍ଡ ବଥା ବଢାଇଛି । ଏମିତି ଏକ ଘଟଣାକ୍ରମେ ସୁଧ ଲଗାଣକୁ ତୀବ୍ର ବିରୋଧ କରି ଜଣେ ମହିଳା ଗୋଷ୍ଠୀର ସଭାନେତ୍ରୀ ଓ ସଂପାଦିକାକଂ ମରଣାନ୍ତକ ଆକ୍ରମଣର ଶୀକାର ହୋଇଛନ୍ତି ,ଏମାନେ ସମସ୍ତେ ଗୋଟିଏ ଦଳର ସମର୍ଥକ ହୋଇଥିବାରୁ ୭ ଦିନ ବିତିଲାଣି ପୁଲିସ ଏତାଲାକୁ ପଂଜିକରଣ କରି ନ ପାରି ଅଡୁଆରେ ପଡିଛି ଓ ମିଳାମିଶା ପାଇଁ ଚାପ ଜୋରଦାର କରିଛି ।ପ୍ରାପ୍ତ ତଥ୍ୟ ଅନୁଯାୟୀ କଣ୍ଟାପଡା ବ୍ଲକ,ବଡପାଟସୁନ୍ଦରପୁର ପଂଚାୟତ ଓ ଗାଁ ରେ ମହିଳା ଦୂର୍ଗା ସ୍ୱୟଂ ସହାୟୀକା ଗୋଷ୍ଠୀ ରହିଛି । ଏହି ଗୋଷ୍ଠୀକୁ ନିକଟରେ ବ୍ୟାଂକରୁ ୨ଲକ୍ଷ ଟଂକା ରୁଣ ମିଳିଥିଲା। ୧୨ ଜଣ ସଦସ୍ୟା ନିଜ ନିଜ ଭିତରେ ଟଂକାକୁ ଭାଗବଣ୍ଟା କରି ନେବାପରେ ଆଉ ବଳକା ୨୦ହଜାର ଟଂକାକୁ ବ୍ୟାଂକରେ ଜମାରଖିଦେବାକୁ ନିଷ୍ପତ୍ତି ହୋଇଥିଲା । ଅଥଚ ଏହି ନିଷ୍ପତ୍ତି ନ ମାନି କିମ୍ବା କାହାକୁ ନ ପଚାରି ଜଣେ ବାହାର ଲୋକକୁଂ ଟଂକା ରୁଣଦେଇଥିବାରୁ ଓ ଧାର୍ଯ୍ୟ ସମୟରେ ଏହାର ଫେରସ୍ତ ନ ଆସିବାରୁ ବିନୋଦିନୀ ବେହେରା ପ୍ରତିବାଦ କରିଥିଲେ ଫଳରେ ତାଂକୁ ଅପର ଦୁଇଜଣ ମରଣାନ୍ତକ ଆକ୍ରମଣ କରିବାସହ ଜୀବନରୁ ମାରିଦେବାକୁ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ ଅଂଚଳର ଜଣେ ବିଜେଡି ନେତ୍ରୀ ଘଟଣାରେ ହସ୍ତକ୍ଷେପ କରି ଉଭୟ ପକ୍ଷକୁଂ ଆଜି ନିଜଘରକୁ ଡକାଇ ଥିଲେ, ସେଠାରେ ମାଡମାରିଥିବା ଦୁଇମହିଳା ପିଡୀତା କୁଂ ଗୋଡ ଧରି ଭୂଲମାଗିବାପରେ ଘଟଣାର ଆପୋଷ ସମାଧାନ ହୋଇ ଯାଇଛି ବୋଲି ସ୍ଥାନୀୟ କିଛିଲୋକ କହିଛନ୍ତି।