ଘରେପଶି ମହିଳାକୁଂ ବଳାତ୍କାର ଅଭିଯୋଗ !
ଅଭିଯୁକ୍ତକୁଂ ଗିରଫ ବଦଳରେ ଗୋବିନ୍ଦପୁର ପୁଲିସ ଆପୋଷ ସମାଧାନ ପାଇଁ ବ୍ୟାକୁଳ କାହିଁକି ? କଣ୍ଟାପଡା ୪।୯(ନି.ପ୍ର) କଟକ ଗ୍ରାମାଂଚଳ ପୁଲିସ ଜିଲ୍ଲାନ୍ତର୍ଗତ ଗୋବିନ୍ଦପୁରଥାନା, ସାଇଲୋଝାରପଡା ଗ୍ରାମରେ ଜଣେ ବିବାହିତା ମହିଳା(୩୦)କଂ ଘରେ ପଶି ଜନୈକ ବ୍ୟକ୍ତି ବଳାତ୍କାର ଉଦ୍ୟମ କରିଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୁକ୍ତକୁଂ ଗିରଫ ବଦଳରେ ଘଟଣାର ଆପୋଷ ସମାଧାନ ନିମନ୍ତେ ବ୍ୟାକୁଳ ହେଉଥିବାରୁ ପୁଲିସର କାର୍ଯ୍ୟକଳାପ ପ୍ରତି ସନ୍ଦେହ ଉଠିଛି। ପ୍ରାପ୍ତ ସୂଚନାନୁଯାୟୀ, ଝାରପଡା ପାତ୍ରଘରର ଜଣେ ବୋହୁକଂ ପ୍ରତି ପାଖ ସେନାପତି ଘରର ଜଣେ ବ୍ୟକ୍ତି ବହୁଦିନ ହେବ ମନ୍ଦ ନଜର ରଖି ଆସୁଥିଲେ, ମାତ୍ର ସୁଯୋଗ ମିଳୁ ନଥିବାରୁ ତାଂକ କାମ ପ୍ରବ୍ରୁତ୍ତି ଚରିତାର୍ଥ ହୋଇପାରୁ ନ ଥିଲା । ଗତ କିଛିଦିନ ତଳେ ମହିଳା ଜଣକଂ ଅସୁସ୍ଥତା ଜନିତ ଚିକିତ୍ସା ନିମନ୍ତେ ଡାକ୍ତରକଂ ନିକଟକୁ ଯାଉଥିଲେ।ତାଂକୁ ଉଦ୍ଦେଶ୍ୟ ମୂଳକ ଭାବେ ପଛେପଛେ ଅନୁସରଣ କରି ବ୍ୟକ୍ତିଜଣକଂ ବାଟରେ ଧରିନେଇଥିଲେ ସେ ଡାକ୍ତରୀବିଦ୍ୟା ନ ଜାଣି ଥିଲେ ବି କପଟ ପାଶା ମେଲିଥିଲେ । ମହିଳାକୁଂ ଲୋଭନୀୟ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, ସେ ଗୋଟାଏ ଭଲ ଔଷଧ ଦେବେ ଖାଇଦେଖ ଯଦି ଭଲ ନ ହେବ ତେବେ କିଛି ପଇସା ଦେବାକୁ ପଡିବନି ପୁରା ମାଗଣା । ମହିଳା ଜଣକୁଂ ଡାକ୍ତରଖାନା ବାଟରୁ ନିଜ ଗାଡିରେ ବସାଇ ଘରକୁ ଫେରାଇ ଆଣୁଥିବା ବେଳେ ସେ ଏପରି ତାଂକୁ ବାଟସାରା ବୁଝାଇ ବୁଝାଇ ଆଣିଥିଲେ । ମହିଳା ଜଣକଂ ପ୍ରଥମେ ଅରାଜି ଥିଲେ ହେଁ ମାଗଣା ଔଷଧ ଲୋଭରେ ତଥା ଔଷଧ କାମ ନ ଦେଲେ ଟଂକା ଦେବାକୁପଡିବନି ଭାବି ବାଧ୍ୟବାଧକତାକୁ ଏଡାଇ ପାରି ନ ଥିଲେ । ଏହି ଔଷଧ ଖାଇବା ପରେ ତାଂକ ଅସୁସ୍ଥତା କମି ନ ଥିବା କଥା ସେ ଜଣାଇଦେଇଥିଲେ।ତେବେ ମନ୍ଦ ଉଦ୍ଦେଶ୍ୟ ପୂରଣ ହୋଇପାରୁ ନ ଥିବାରୁ କାଳେ ମହିଳା ଜଣକଂ ତାଂକ ପଂଜାରୁ ଓ ଯୋଜନାରୁ ଖସିଯିବେ ଏହି ଚକ୍କରରେ ସେ ଆଉ ଅଧିକ କାଳ ବିଳମ୍ବ ନ କରି ତାଂକ ଘରେ ପହଂଚିଥିଲେ। ଘରଭିତରକୁ ପଶି ଔଷଧ ଟଂକା ମାଗିବା ଆଳରେ ତାଂକୁ ବଳାତ୍କାରଉଦ୍ୟମ କରିଥିଲେ। ଏହି ସମୟରେ ଘଟଣା ଦେଖି ଓ ପାଟିଶୁଣି ତାଂକ ପରିବାର ଲୋକେ ସେଠାରେ ଜୁଟି ଯିବାରୁ ଅଭିଯୁକ୍ତ ସେଠାରୁ ଖସିପଳାୟନ କରିଥିବା ସ୍ଥାନୀୟ ଲୋକକଂ ସୂଚନାରୁ ଜଣାପଡିଛି। ସଂପ୍ରୁକ୍ତ ମହିଳା ନିଜ ପରିବାର ଲୋକକଂ ସହ ସୋମବାର ଦିନ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିବା ସତ୍ତ୍ୱେ ଏ ଯାଏ ଅଭିଯୁକ୍ତ ଗିରଫ ତ ଦୂର ର କଥା ପୁଲିସ ଘଟଣାର ଆପୋଷ ସମାଧାନପାଇଁ ଚାପ ଦେଉଥିବା ଅଭିଯୋଗ ଉଠିଛି । ପୁଲିସର ଚାହିଁବାପ୍ରକାରେ ଆଜି ସଂଧ୍ୟାରେ ଆପୋଷ ମିଳାମିଶା ବୈଠକ ବସିଛି। ଜିଲ୍ଲାଏସ୍.ପି ଘଟଣାର ବିହିତ ତଦନ୍ତ କଲେ ଥାନାର ଭୂମିକା ଧରାପଡନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।