ଦୁର୍ନିତି

ଜି ଏସ ଟି – ବାଡ଼ ଖାଉଛି ଫସଲ ! ଖାତା କୁ କମ ପକେଟ କୁ ବେଶୀ

Spread the love

ଭୁବନେଶ୍ୱର ୮/୮(ସତ୍ୟାନୁସଂଧାନ ବ୍ୟୁରୋ) ରାଜ୍ୟର ରାଜସ୍ୱ ଆଦାୟରେ ପ୍ରମୁଖ ଭୁମିକା ନିଭା ଉ ଥିବା ସେବାଓଦ୍ରବ୍ୟକର ର ବିପୁଳ ପରିମାଣଏବେ ଲୁଟି ନି ଆ ଯାଉଥିବାର ଚାଂଚଲ୍ୟକର ତ ଥ୍ୟ ଓ ଅଭିଯୋଗ ହସ୍ତଗତ ହୋଇଛି । ମିଳିଥିବା ସୁଚନା ଅନୁଯାଇ କେନ୍ଦ୍ରସରକାର ୨୦୧୭ ଜୁଲାଇ ମାସରୁ ଜିଏସଟି ଲାଗୁକରିଛନ୍ତି ଉକ୍ତ ଆଇନ୍ କାର୍ଯ୍ୟକାରି ହେବାପରଠାରୁ ସାରାଦେଶରେ ଟିକସ ସଂଗ୍ରହ ପରିମାଣ ଯଥେଷ୍ଟ ବ୍ରୁଦ୍ଧିପାଇଛି ମାତ୍ର ସରକାରକଂ ସମିକ୍ଷାରୁ ଜଣାପଡିଛି ଯେ ପ୍ରାୟ ୩୪ ହଜାର କୋଟି ଟଂକାର ଜି ଏସ୍ ଟି ଅସାଧୁ ବ୍ୟବସାୟିଓ କର୍ମଚାରି ମାନେ ଲୁଟିନେଇଛନ୍ତି। ତେବେ ବାସ୍ତବ ପରିମାଣଏହାଠୁ ଢେରଅଧିକା। ରାଜ୍ୟରେ ମୋଟ ଟିକସ ଚୋରି ର ପରିମାଣ ମଧ୍ୟରେ ସବୁଠୁଆଗରେ ରହିଛି କଟକ, ଭୁବନେଶ୍ୱର ପୁରି ,ବାଲେଶ୍ୱର, ବ୍ରହ୍ମପୁର ,କେନ୍ଦ୍ରାପଡା, ଜଗତସିଂହପୁର ,ଭଦ୍ରକ୍ ,ଭଳି ଉପକୁଳଓ ସୁନ୍ଦରଗଡ ଭଳି ଶିଳ୍ପାଂଚଳ ଜିଲ୍ଲା। ରାଜ୍ୟର ଖୋଦ୍ ରାଜଧାନି ଭୁବନେଶ୍ୱର ଓ ୈତ ନଗରି କଟକ ପାଖାପାଖି ଅଂଚଳରେଏହି ଟିକସ ଚୋରି ପରିମାଣ ସର୍ବାଧିକ ବୋଲି କୁହା ଯାଉଛିଏହି ଚୋରିରେ ବ୍ୟବସାୟିକଂ ସହ ବିଭାଗିୟ କର୍ମଚାରି ମଧ୍ୟ ହାତମିଳାଇଛନ୍ତି। ଦ୍ରବ୍ୟ ପରିବହନ ବେଳେ ଗାଡିରେ ଦୁଇପ୍ରକାର ବିଲ୍ ରହୁଚି ଗୋଟିଏ ଅସଲି ଓ ଅନ୍ୟଟି ନକଲି। ପ୍ରକ୍ରୁତ ପରିମାଣ ଠାରୁ ବହୁକମ୍ ପରିମାଣ ଦର୍ଶାଇପ୍ରସ୍ତୁତ ନକଲି ବିଲ୍ କୁ ବିନା ଯାଂଚରେ ବିଭାଗିୟ କର୍ମଚାରି ମାନେ ସହମତ କରୁଛନ୍ତିଏଥି ନିମନ୍ତେ ବିପୁଳ ପରିମାଣ ମାସିକିଆ ବଟି ନିଆଯାଉଚି । କଟକ – ଭୁବନେଶ୍ୱର ଜାତିୟ ରାଜପଥ ପାର୍ଶ୍ୱରେ ଗଢିଉଠିଥିବା ମାର୍ବଲ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଏହାର ବଳିଷ୍ଟ ନମୁନାଏହି ବ୍ୟବସାୟି ମାନେ ରାଜ୍ୟବାହାରୁ ବିଶେଷତଃ ରାଜସ୍ଥାନରୁ ବହୁ ଶସ୍ତାରେ ମାର୍ବଲ କିଣିଥାନ୍ତି ଉ ତ୍ପାଦନ ସ୍ଥଳରେ ୨ପ୍ରକାର ବିଲ୍ ପ୍ରସ୍ତୁତ କରାଯାଏ। ଗୋଟିଏ ବହୁତ କମ୍ ଅନ୍ୟଟି ପ୍ରକ୍ରୁତ ବିଲ୍। ମାର୍ବଲ ସହ ପରିବହନ ଗାଡିରେଆସିଥିବା ପ୍ରକ୍ରୁତ ବିଲ୍ କୁ ଲୁଚାଇରଖି ଜାଲ ବିଲ କୁ ବିଭାଗିୟଅଧିକାରିମାନକୁଂ ଦର୍ଶାଯାଇଥାଏ। ଏହି ମାର୍ବଲ ବିକ୍ରିପାଇଂ ଗୋଦାମରେ ପହଂଚିବା ପରେ ଗ୍ରାହକ ମାନକୁଂ ବିକ୍ରି ମାର୍ବଲରେ ମଧ୍ୟ ଜାଲ୍ ବିଲ୍ ମିଳିଥାଏ ,ଏଷ୍ଟିମେଟ ବୋଲି ବିଲ୍ ଦିଆଯାଏ, ପ୍ରକ୍ରୁତ ବିକ୍ରି ପରିମାଣ ଲୁଚାଇ ଗ୍ରାହକ କୁ ଜି. ଏସ୍. ଟି ର କିଛି ଅଂଶ ରିହାତି ଦିଆଗଲା ବୋଲି ଉଭୟକଂ ମଧ୍ୟରେ ଅଲିଖିତ ବୁଝାମଣାହୁଏ।ଅନ୍ୟଥା, ସଠିକ୍ ପ୍ରାପ୍ୟ ଦିଅ ,ଉପଯୁକ୍ତ ବିଲ୍ ନିଅ ଦାବି କରାଯାଏ। ଫଳରେ ଗ୍ରାହକ ମାନେ ରିହାତି ପାଉଥିବା ଲୋଭରେ ପାଟି ଖୋଲି ନ ଥାନ୍ତି , ରାଜ୍ୟରେ ଥିବା ଭିଜିଲାନ୍ସ ବିଭାଗ ବି ଅଭିଯୋଗ ନ ଥିବା ଆଳରେଏହି ବିପୁଳ ଟିକସ ମାରୁଣି କୁ ଧରି ନ ଥାଏ। କାଗଜ ପତ୍ର ଓ ଗୋଦାମ ଷ୍ଟକ ଭିତରେ ବ୍ୟାପକଅମେଳ ଥିଲେ ବି ,ଏହାକୁ କେହି ଧରପଗଡ କରି ନ ଥାନ୍ତି। କେତେକ ବ୍ୟବସାୟିକ ପ୍ରତିଷ୍ଠାନ କାଗଜପତ୍ର ରେ ଗୋଟିଏ ସ୍ଥାନ ଦର୍ଶାଇ ଥିବା ବେଳେଅନ୍ୟତ୍ର ଶାଖା ଖୋଲି ଟିକସ ଠକିଥାନ୍ତି। ବ୍ୟାଂକ ଖାତାରେ ବି ଏସବୁର ପ୍ରମାଣ ଥାଏ ।ଅଥଚ ବାଡ ଫସଲ ଖାଉଥିବା ନ୍ୟାୟ ରେ ସବୁ ବୁଝାମଣାରେ ଚାଲେ । ସେହିଭଳି ଲଘୁଖଣିଜ ଆଇନଆଧାର ରେ ସରକାର କଂ ବିଭିନ୍ନ ତହସିଲ ଅଧିନରେ ଦିଆଯାଇଥିବା ନଦିଗୁଡିକର ବାଲିଘାଟ ରାଜସ୍ୱ ରେ ବି ବିପୁଳ ଟିକସ ମାରୁଣି ଚାଲିଛି, କେବୁଲ ବ୍ୟବସାୟି, ଗହଣାଦୋକାନି, ପୁରୁଣା ଯାନ ବ୍ୟବସାୟି, ବିଲଡର, ଜମି ମାଫିଆ, ବିଭିନ୍ନ ଦଲାଲ ,ଏଜେଣ୍ଟ, ବସ୍ତ୍ର ବ୍ୟବସାୟି, ବଡବଡ ଗ୍ରୋସେରି ହୋଲସେଲ ଦୋକାନି ଏହିପନ୍ଥାରେ ଟିକସ ଲୁଟି ଚାଲିଥିଲେ ବି ସରକାର ନିଦାବିଷ୍ଣୁ ପାଲଟିଛନ୍ତି। କେବଳଏତିକି ନୁହେ,ଏପରିଉପାୟରେ ଲବ୍ଧ ଠୁଳଧନ ଆୟ ବହିର୍ଭୁତ ହୋଇ ଥିଲେ ବି ଆୟକର ବିଭାଗ ଧରପଗଡ ନ କରି ନିଘୋଡ ନିଦ୍ରାରେ। କଥାରେଅଛି ଚେଇଂ ଶୋଇଥିବ ଯିଏ ତାକୁଉଠେଇବ କିଏ?ଆମେ ଏ ସଂପର୍କ ରେ କିଛି ବିଭାଗିୟଅଧିକାରିଓ ବ୍ୟବସାୟି କଂ ପ୍ରତିକ୍ରିୟା ଲୋଡିଥିଲୁମାତ୍ର ସେମାନେ ଅନ୍ ରେକର୍ଡ କିଛି କହିବାକୁ ମନାକରିଥିଲେ

ନୂଆପଡ଼ା:  ନୂଆପଡ଼ା ଭଳି ଚିର ମରୁଡି ପ୍ରପୀଡିତ ଜିଲ୍ଲାର ସମସ୍ୟାକୁ ଆଖି ଆଗରେ ରଖି କୋମନା ପାଖରେ ଥିବା ବିଶ୍ୱନାଥପୁର ଗାଁ ପାହାଡ ନିକଟରେ ନିର୍ମାଣ ହେଲା ଡ୍ୟାମ । କିଛି ବର୍ଷ ଚାଷୀ ଭଲ ଭାବରେ ଚାଷ କରୁଥିଲେ । ଗତ 8 ବର୍ଷ ତଳେ ଏକ ବନ୍ୟା ହେବାରୁ ସ୍ପିଲୱେ ଭାଙ୍ଗିଯାଇଥିଲା । ହେଲେ ଆଜି ଯାଏଁ ସ୍ପିଲୱେ କାମ ସଂପୂର୍ଣ୍ଣ ନ ହେବାରୁ ଚାଷୀ ଏବେ ଚିନ୍ତାରେ । ଚଳିତ ବର୍ଷ ମରୁଡି ପରିସ୍ଥିତି ଦେଖା ଦେଇଥିଲେ ମଧ୍ୟ ଚାଷୀ ଏହି ଡ୍ୟାମରୁ ସୁଫଳ ପାଇବାରେ ବଞ୍ଚିତ ହେଉଛନ୍ତି ।

ଏହି ଡ୍ୟାମ ଦ୍ଵାରା ତଳ ଅଞ୍ଚଳର ପଏଁର ଓ ବିଶ୍ୱନାଥପୁରର 300 ଏକର ଜଳସେଚିତ ହେଉଥିଲା । ସେଠାକାର ଲୋକେ ମରୁଡି ସମୟରେ ମଧ୍ୟ ଅମଳ କରି ଚଳୁଥିଲେ । ହେଲେ 8 ବର୍ଷ ତଳେ ସ୍ପିଲୱେ ଭାଙ୍ଗି ଯାଇ ପାଣି ଏବେ ଗଚ୍ଛିତ ରହୁନାହିଁ ।

ଅନ୍ୟପଟେ ଚାଷୀଙ୍କ ବାରମ୍ବାର ଦାବି ପରେ ଏହି ଡ୍ୟାମକୁ ଗତ ବର୍ଷ ଜଳସମ୍ପଦ ବିଭାଗ ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରିଛି । କୋମନା ବ୍ଲକ ତରଫରୁ ମନରେଗା ଯୋଜନାରେ 10ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରି କାମ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ସାଢ଼େ 8 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ହେଲେ ସ୍ପିଲୱେ କାମ ଅଧା ମଧ୍ୟ ହୋଇପାରିନାହିଁ । ଅନ୍ୟପଟେ କୋମନା ବିଡ଼ିଓ ସାଢ଼େ 8 ଲକ୍ଷ ଟଙ୍କାରେ କାମ ସମ୍ପୂର୍ଣ୍ଣ ସମ୍ଭବ ନୁହେଁ ଆମେ ଅନ୍ୟ ପାଣ୍ଠିରୁ ବ୍ୟବସ୍ଥା କରି କାମ 

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]