
ଅଂଗନୱାଡି କର୍ମୀକୁଂ ଧରି ନାମ ମାତ୍ର ସର୍ଭେ:ବୁଡିବା ଡଂଗାରେ ବସି ଫସିବେ ସମସ୍ତେ !

ଦୁର୍ନିତୀ ଡଂଗାବୁଡିବ ଫସିବେ ସମସ୍ତେ । କିଏ କହିବ ଧର୍ମଶାଳା ଘଟଣାର ପୁନରାବ୍ରୁତ୍ତି ନ ହେବ । ଏଭଳି ଏକ ଅନୁରୂପ ଘଟଣା ପୂର୍ବରୁ କଣ୍ଟାପଡାବ୍ଲକ ରେ ମଧ୍ୟ ଘଟିଥିଲା । ପାଣିପାଉଚ କିଣା ରେ ୫୦ହଜାର ଓ ଏମିତି କିଛି ଘୋଟାଲା ରେ ଫସି ରାଜନେତା କଂ ଯୋଗୁ ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିଲେ।ଏବେ ସେଭଳି ପରିସ୍ଥିତି ଉପୁଜିଛି ।ଲୋକେ କହୁଛନ୍ତି ଇତିହାସ ପୁଣିଥରେ କଡଲେଉଟେଇବାକୁ ଯାଉଛି ।ସୂଚନାନୁଯାୟୀ,କଣ୍ଟାପଡାବ୍ଲକରେ ଫନି ଘରଭଂଗା ଓ ଆବାସ ଘର ବଣ୍ଟନରେ ବ୍ୟାପକ ଦୁର୍ନିତୀ ହୋଇଥିବା ଧରାପଡିଛି । ଯେଉଁମାନକଂ ଘରଭାଂଗି ନାହିଁ , କୋଠାଘରଅଛି ସେମାନେ ତଦନ୍ତକାରୀ କର୍ମଚାରୀକୁଂ କୌଶଳକ୍ରମେ ଧରାଧରି କରି , ତାଲିକାରେ ନାମ ଭର୍ତ୍ତି କରାଇଛନ୍ତି । ଏହା ବିରୁଦ୍ଧରେ ସ୍ଥାନୀୟ ଜନସାଧାରଣ କଂ ପକ୍ଷରୁ ଉଚ୍ଚନ୍ୟାୟାଳୟରେ ଏକାଧିକ ମାମଲା ରୁଜୁ ହୋଇଥିଲା ।ଗୋଟିଏ ମାମଲାରେ ହାଇକୋର୍ଟ ଦାୟୀ କର୍ମଚାରୀକଂ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ୨ ମାସ ମଧ୍ୟରେ ନେବାକୁ ନିର୍ଦ୍ଦେଶ ଦେଇଥିବାରୁ ବ୍ଲକ ପ୍ରଶାସନ ଛାନିଆରେ ଅଛି ତେବେଏଥିରୁ ମୁକୁଳିବାକୁ ଆଉଥରେ ଅନୁସଂଧାନ ଆଳରେ କାହାକୁ ନା କାହାକୁ ମୁଣ୍ଡରେ ନଡିଆ ଭାଂଗିବାକୁ ମସୁଧା ହୋଇଛି ଏହା ଜାଣିପାରି ଏଥିରୁ ଶିକ୍ଷକ ମାନେ ଖସିଯାଇଛନ୍ତି ।ତେଣୁ ଅଂଗନୱାଡି କର୍ମୀକୁଂ ଏଥିରେ ଫସାଇ ଦିଆ ଯାଇଛି ଯେତେବେଳେ ମାମଲା କୋର୍ଟ କଚେରୀ କୁ ଯିବ ସେତେବେଳେ ବିଡିଓ ନିଜେ ଦୋଷ ନ ନେଇ ସେହିସବୁ କର୍ମଚାରୀକଂ ମୁଣ୍ଡରେ ଦୋଷ ଲଦିବେ ଫଳରେ ବିନା ଦୋଷରେ ସେ ସବୁକର୍ମଚାରୀ ଦଣ୍ଡ ଭୋଗିବେ।କେହି କେହି ଜାଲରୁ ମୁକୁଳି ନ ପାରି ଛଟପଟ ହୋଇମରିବେ । ଅନ୍ୟପକ୍ଷରେ ଯେଉଁମାନକଂ ନାଁ ଭର୍ତ୍ତି ପାଇଁ ମୋଟାଅଂକ ଆଦାୟ ହୋଇଛି ,ସେମାନଂକ ନା କଟିଲେ ସେମାନେ ବି ଜୀବନ ନେଇପାରନ୍ତି।ତେଣୁ ନିଜେ ବଂଚିଲେ ବାପର ନାଁ ନ୍ୟାୟରେ ତତ୍କାଳ ରକ୍ଷାପାଇବାକୁ ଅଂଗନୱାଡି କର୍ମୀକୁ ବଳିବୋଦା କରାଯାଇଥିବା ଆଲୋଚନା ଯୋର ଧରିଛି । ଆଜିଏଭଳି ଚିତ୍ର ସାମ୍ନାକୁ ଆସିଛି।ପଣସ ଖାଇଲା କିଏ ବଗମୁଣ୍ଡେ ଅଠା ପରି ଘଟଣା ହେବାକୁ ଯାଉଛି