
ଅଡଶପୁର ରାଜା ହତ୍ୟାର ମୁଖ୍ୟ ନାୟକ,ସାମ୍ବାଦିକ ଜଣକ କିଏ!!? ?(ଭାଗ-୫)


କଟକ ଗ୍ରାମାଞ୍ଚଳ(ନି.ପ୍ର)ସମ୍ପ୍ରତି ଓଡ଼ିଆ ଖବରକାଗ ଜର ସାମ୍ବାଦିକ ହେବାକୁ କିଛି ପାଠପଢା ଦରକାର ନାହିଁ,କେବଳ ଖବର କାଗଜ ମୁଣ୍ଡରେ ବୁଲେଇ ଅଥ ବା ସାଇକେଲରେ ଲଦି ବିକ୍ରି କରିପାରିବାର ଯୋ ଗ୍ୟତା ଥିବା ଦରକାର।ସାମ୍ବାଦିକତାର ପଢା କି ସାଧାରଣ ଆଇନ କାନୁନ୍ ଜାଣିବା ବି ଏମାନଙ୍କ ପକ୍ଷେ ନିହାତି ଦରକାର ନାହିଁ।ଖବର କାଗଜ ସଂସ୍ଥା ପକ୍ଷରୁ ସୁନ୍ଦରିଆ ରଙ୍ଗୀନ ଟାଇବନ୍ଧା ଫଟୋଟିଏ ମରା ଯାଇଥିବାର ପରିଚୟପତ୍ର ଖଣ୍ଡେ ସାମ୍ବାଦିକ ପ୍ରମାଣ ଦେବାକୁ ଯଥେଷ୍ଟ।ବିଲରେ କୃଷି କର୍ମ କରିବାକୁ ୪୦୦ଟଙ୍କାର ଦୈନିକ ମଜୁରୀରେ ଯେଉଁଠି ଶ୍ରମିକଟିଏ ମିଳୁନାହିଁ,ସେଠାରେ ନିର୍ଭୁଲ ଓଡ଼ିଆ କି ଇଂରାଜୀ ଶବ୍ଦଟିଏ କହି ଜାଣି ନଥିବା ଯୁବକ,ଦିନ ସାରା ଭଙ୍ଗା ଦଦରା ମୋବାଇଲ ଖଣ୍ଡେ,ଆଉ ଲୋଗ ଲଗା ବୁମଟିଏ,ବାଇକ୍ ଖଣ୍ଡେ ଧରି ବୁଲିବାକୁ ଏତେ ମଜୁରୀ,ପେଟ୍ରୋଲ ଖର୍ଚ୍ଚ ଆସୁଛି କେଉଁଠୁ??ଉଚ୍ଚ ବଜାରଦର୍ ବେଳେ ଏମାନ ଙ୍କ ଘର ପରିବାର ଚଳୁଛି କେମିତି??ଫଳରେ ସମାଜ ବ୍ୟବସ୍ଥାରେ ଆଇନଗତ ବଟି ଓ ଚାନ୍ଦା ଆଦାୟର ଏକ ସହଜ ପନ୍ଥା ପାଲଟିଛି ଏଇ ପ୍ରକାର ସାମ୍ବାଦିକ ମାନସିକତା।ତେଣୁ ଅପରାଧ ଆଉ କମିବ କଣ?ଏଇ ମାନେ ତ ଅସଲ ଅପରାଧୀ!ଏମାନଙ୍କୁ ପ୍ରୋତ୍ସାହନ ଦେଇ ବୃତ୍ତିକୁ କଳୁଷିତ କରୁଥିବା ମାନେ ବି ସମ ପରିମାଣରେ ଦାୟୀ!ପୁଲିସ ଏବେ ଏମାନଙ୍କ ପରି ସାମ୍ବାଦିକ ମାନଙ୍କୁ ଡରି ଭୀଷଣ ଭୟଭୀତ।ପୁଲିସର ପ୍ରାକ୍ ଅପରାଧିକ ରିପୋର୍ଟ ବି ଏ ଯୋକ ମାନଙ୍କୁ ରୋକି/ଜବତ କରି ପାରି ନାହିଁ।କାରଣ ଛତୁ ଫୁଟିବା ପରି ନାମକୁ ମାତ୍ର ଖବର କାଗଜର ତଥା କଥିତ ପରିଚାଳନା କର୍ତ୍ତୃପକ୍ଷ ମାନେ ଏସବୁ ଅପରାଧିକ ରେକର୍ଡକୁ ବିଚାରକୁ ନିଅନ୍ତି ନାହିଁ, କାଗଜ ବିକ୍ରି ଆଳରେ ସାମ୍ବାଦିକତା ପରି ପବିତ୍ର ବୃତ୍ତିକୁ ଏହି ଅସାମାଜିକ ମାନଙ୍କ ହାତକୁ ଟେକି ଦେଇ,ଲାଗିପଡ଼ି ଅନୁପ୍ରବେଶ କରେଇବାର ଏକ ନଷ୍ଟ ପରମ୍ପରାକୁ ଆଦରି ନେଇ ସାରିଛନ୍ତି।ଏହାର ଦୁଇଟି ପ୍ରମାଣ ସଦ୍ୟ ଅଡଶପୁର ହତ୍ୟାକାଣ୍ଡର ପ୍ରଚ୍ଛଦପଟ ମୁଖ୍ୟ ଅଭିଯୁକ୍ତ ଜଣକ ତଥାକଥିତ ଜଣେ ସାମ୍ବାଦିକ ବୋଲି ସାଧାରଣ ଜନତାଙ୍କ ଚର୍ଚ୍ଚାରୁ ସୁସ୍ପଷ୍ଟ ହୋଇଛି,ଦିନେ ସାରଥୀଙ୍କୁ ଓଡ଼ିଶାରୁ ଗୋଲ କୁଣ୍ଡା ହୋଟେଲ ଯାଏ ଲଙ୍ଗଳା କରି ସାମ୍ବାଦିକତାର ଲଙ୍ଗଳ ବୁଲେଇ କ୍ଷତାକ୍ତ କରିଦେଇଥିବା ଚର୍ଚ୍ଚାର ଗଣମାଧ୍ୟମ ଅଡଶପୁର ରାଜାହତ୍ୟାକାଣ୍ଡ ମାମଲା ରେ ନୀରବ ରହିବାର ରହସ୍ୟ କଣ??ପ୍ରଥମ ଘଟ ଣା :-(୧)ଏଇ କିଛି ଦିନ ତଳେ ଜଣେ ସ୍ଥାନୀୟ ଅଡଶପୁରର ଜନୈକ ଔଷଧ ବିକ୍ରେତାଙ୍କ ସମ୍ପର୍କୀୟ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଠିକାଦାରୀର କାମ ନେଇ ଥିଲେ।ତାଙ୍କୁ ଫୋନ ଯୋଗେ ବଟି ଦାବି କରିଥିଲେ ଉକ୍ତ କୁଖ୍ୟାତ ଅପରାଧୀ-ସାମ୍ବାଦିକ ଜଣଙ୍କ।ମାତ୍ର ଠିକାଦାର ଉତ୍ତର ଦେଲେ ଯେ ଆମେ ବି ବଟି ନେବା ବାଲା,ଦେବାବାଲା ନୋହୁଁ।ତହୁଁ ଟକ୍କର ଦେବା ନେବା ଆରମ୍ଭ ହେଲା।’ରହ ଦେଖିବି କେମିତି ଦବୁ ନେଇଁ!କାଲି ସକାଳୁ କାଗଜରେ ଫାଳେ ଲେଖି ତୋ ଗା… କେମିତି ଫଟଉଚି ଦେଖିବୁ ରହ’।ଠିକାଦାର କହିଲେ ‘ଏବେ କୋଉଠି ଅଛୁ,କହରେ ଶଳା ମୁଁ ଯାଉଛି’।ସତକୁ ସତ ଉଭୟ ହେଲେ ମୁହାଁ ମୁହିଁ, ଯହିଁରେ ଆଗୁଆ ସୁଚନା ପାଇ ନିୟୋଜିତ ଭଡ଼ାଟିଆ ଗୁଣ୍ଡା ସେହି ନିର୍ଦ୍ଦିଷ୍ଟ କେତେ ଜଣ ଦହିବରା, ଗୁପଚୁପ ,ଓ ଅଣ୍ଡା ଦୋକାନୀ ମାନଙ୍କୁ ନିୟୋଜିତ କରାଯାଇ ଥିଲା।ଏହି ସାମ୍ବାଦିକଙ୍କ ଚାପରେ ଓଲଟପୁର ପୁଲିସ ଖବର ପାଇ ଭିଡ଼ି ଆସିଲା।ଠିକାଦାର ଓ ତାଙ୍କ ସମ ର୍ଥକଙ୍କୁ ଥାନାକୁ ନିଆଗଲା।ପରେ କେଶ୍ ହେଲା କି ଆପୋଷ ମିଳାମିଶା ହେଲା ତାହା ପୁଲିସକୁ ଜଣା। ଏସବୁର ଫୋନ କଲ୍ ରେକର୍ଡ ଯାଞ୍ଚ ହେଲାଣି କି?କାହିଁକି ନୁହେଁ??(୨)ଦ୍ଵିତୀୟ ଘଟଣା ଅନୁଯାୟୀ, ଅଡଶପୁର କଲେଜକୁ ବହୁ ଦୂରଦୁରାନ୍ତରୁ ପଢିବାକୁ ଆସୁଥିବା ପିଲାମାନଙ୍କୁ ହଷ୍ଟେଲ ସୁବିଧା ପର୍ଯ୍ୟାପ୍ତ ନୁହେଁ।ବାହାରେ ବେସରକାରୀ ଲୋକେ ମେସ ଖୋଲି ପିଲାଙ୍କୁ ରଖିଥାନ୍ତି।ଏମାନଙ୍କୁ ମାସି କିଆ ବଟି ଦେବାକୁ ଧମକ ଚମକ ଦେଉଥିବା ଓ ଖବରକାଗଜ ଭୟ ଦେଖାଇ ବଟି ଆଦାୟ ବି କରୁଥିବା ତଥା କଥି ତ ଖବରକାଗଜ ବିକାଳୀ-କୁ-ସାମ୍ବାଦିକ ଜଣକ କିଏ ??ଜଣେ ମେସ୍ ମାଲିକ ବଟି ଦେବାକୁ ରାଜି ନ ହେବାରୁ ତାଙ୍କୁ ଧମକ ଚମକ ଦେଇ ଖବର କାଗଜ ରେ ଲେଖିଦେବି କହି ମିଛରେ ବ୍ରାଉନସୁଗାର କାରବାର ବୋଲି ଲେଖି ପୁଲିସ ଚଢାଉ କରାଇ ଶେଷରେ କୌଣସି ବ୍ରାଉନ ସୁଗାର ନ ବାହାରିବାରୁ ହତ୍ୟା ଧମକ ଦେଇଥିବା ଏହି ସାମ୍ବାଦିକ ଜଣକ କିଏ???ପୁଲିସ ଏହାର ହାତବାରିଶି ସାଜିବାର କାରଣ କଣ??(୩)ସ୍ଥାନୀୟ ଜଣେ ଦୋକାନୀ ତା ଠାରୁ ବିଜୁଳି ସଂଯୋଗ ନ ନେବାରୁ ତାଙ୍କୁ ବିଭାଗୀ ୟ ବଚସ୍କର କର୍ମଚାରୀଙ୍କୁ ଡକାଇ ବାଇପାସ ଅଭି ଯୋଗ ଉଠାଇ ଜୋରିମାନା କରାଇଥିବା ଏହି ସାମ୍ବାଦିକ ଜଣକ କିଏ??ଲୋକମାନଙ୍କୁ ସାମ୍ବାଦିକ ତାର ଭୟ ଦେଖାଇ ନାନା ଅସହ୍ୟ,ଅସ୍ବାଭାବିକ ବ୍ୟବହାର,ଅକଥନୀୟ ଅତ୍ୟାଚାର,ନିର୍ଯ୍ୟାତନା ଚଳାଇଥିବା ଉକ୍ତ ଅପରାଧୀ ସାମ୍ବାଦିକ ସାରା ଅଞ୍ଚଳ ରେ ବୌଦ୍ଧିକ ରାହାଜାନୀ,ପ୍ରଚୁର ନିର୍ଯାତନା,ଆକ୍ର ମଣ କରୁଥିବା ବେଳେ,ଅଡଶପୁର ରାଜା ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ହୋଇଥିଲେ ହେଁ ପୁଲିସର ତଦନ୍ତକୁ ବାଟବଣା କରୁଥିବା ଅଭିଯୋଗ ହୋଇଛି।ଫଳରେ ଘଟଣାକୁ ୫ଦିନ ବିତିଥିଲେ ହେଁ ପୁଲିସର ପ୍ରାଥମିକ ତଦନ୍ତରୁ ଏଯାଏ ସେପରି ସୁଫଳ ମିଳି ପାରି ନାହିଁ।ଗୋଟିଏ ପଟେ ପୁଲିସ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଏହି ବ୍ୟକ୍ତିର ଦୁଇ ପ୍ରକାର ଆଭି ମୁଖ୍ୟ ଲୋକଙ୍କୁ ଘୋର ସନ୍ଦେହରେ ପକାଇଛି।ପୁଲିସ ବି ଏହି ଠଗକୁ ଦମନ ବଦଳରେ ଅପରାଧୀ ସାମ୍ବାଦିକର ଚାଲ ବୁଝି ନ ପାରି ମିଛ ବ୍ରାଉନ ସୁଗାର ରେ ଫସାଇବାରେ ବିଫଳ ମେସ ମାଲିକଙ୍କ ପୁଅକୁ ଉକ୍ତ ସାମ୍ବାଦିକ କଥାରେ ପରିଚାଳିତ ହୋଇ ହତ୍ୟା କାଣ୍ଡ ସନ୍ଦିଗ୍ଧ ଭାବେ ଡ଼କାଇ ପଚରାଉଚରା କରି ଥିବା,ତଦନ୍ତର ଅସଲ ଦିଗ ବାଟବଣା ହେଉଥିବା ଅଭିଯୋଗ ହେଉଛି।ତେଣୁ ଉଚ୍ଚକର୍ତ୍ତୃପକ୍ଷ ବେଳହୁଁ ସାବଧାନ ନହେଲେ ଏଭଳି ଏକ ବହୁ ପ୍ରତ୍ୟେକ୍ଷଦର୍ଶି ପ୍ରମାଣ ଥିବା ଅପରାଧ ତଦନ୍ତରେ ପୋଲିସ ବଦନା ମ ହେବା ସାର ହେବ ବୋଲି ମତ ପ୍ରକାଶ ପାଉଛି।ପୁଲିସ ଯେ ଏସବୁ ଜାଣିନାହିଁ ତାହା ନୁହେଁ ମାତ୍ର ନିରୁପାୟ ଓ ଖବର କାଗଜ ଭୟାଳୁ ପାଲଟି ତାହାର ପାଖ ମାଡି ପାରୁନାହିଁ।