
ଅନ୍ଧୁଣୀ,ଦଳିତ ଝିଅକୁ ଥାନାରେ ପୁଲିସର ଦୁର୍ବ୍ୟବହାର ଅଭିଯୋଗ!ନ୍ୟାୟ ଦାବୀ
ଜଣେ ଜନ୍ମ ଅନ୍ଧୁଣୀ,ଦଳିତବର୍ଗ ଝିଅ କଟକ ଗ୍ରାମାଞ୍ଚଳଜିଲ୍ଲା ପୁଲିସ ଅନ୍ତର୍ଗତ,ଗୋବିନ୍ଦ ପୁର ଥାନାକୁ ଧର୍ତ୍ତଵ୍ୟ ଅପରାଧର ଅଭିଯୋ ଗ ପତ୍ର ନେଇ ଯାଇଥିବା ବେଳେ ଥାନାରେ ଥିବା ଏ.ଏସ.ଆଇ ଆଲୋକ ଷଡ଼ଙ୍ଗୀ ଏତ ଲା ପଞ୍ଜିକରଣ ବଦଳରେ ଅତି ଆପତ୍ତି ଜନ କ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାର ଅଭି ଯୋଗ ଉଠିଛି।
ଗ୍ରାମାଞ୍ଚଳ ଜିଲ୍ଲା,(ନି.ପ୍ର) ପ୍ରାପ୍ତ ସୁଚନା ଅନୁଯାୟୀ,ଗୋବିନ୍ଦପୁର ଥାନା,ଚଉପଡ଼ା ଗ୍ରାମର ମନ୍ଦର ଭୋଇଙ୍କ ଝିଅକୁ ସେହି ଗ୍ରାମର ଜନୈକ ଯୁବକ ବିନା କାରଣରେ ଅଶ୍ଲୀଳ ଗାଳି ଗୁଲଜ ସହିତ,ଜୀବନରୁ ମାରିଦେବାକୁ ବନ୍ଧୁକଧାରି ଗୁଣ୍ଡା ଡ଼କାଇ ଧମକ ଚମକ ଦେବାରୁ,ପୀଡ଼ିତା ଜଣକ ଜୀବନ ଭୟରେ ଗୋବିନ୍ଦପୁର ଥାନାରେ ସୁରକ୍ଷା ଲୋଡିଲେ।ଲିଖିତ ଅଭିଯୋଗକୁ ସେତେବେଳେ ଥାନାରେ ଥିବା ଏ ଏସ ଆଇ ଆଲୋକ ଷଡଙ୍ଗି ପଞ୍ଜିକରଣ ବଦଳରେ କୁଆଡେ ଅତି ଆପତ୍ତି ଜନକ ମନ୍ତବ୍ୟରେ କଟୁ ସମାଲୋଚନା କରିବା ସହିତ ଆଉ ଥରେ ଏତଲା ଲେଖାଇ ଥିଲେ।ଏଥିନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ,ଉତ୍ତେଜନା ପ୍ରକାଶ ପାଇଛି।ଅଭିଯୁକ୍ତକୁ ପୁଲିସ ଥାନାକୁ ନେଇଥିବାବେଳେ ଭିଡିଓ ଫୁଟେଜ ଭିତ୍ତିରେ ବନ୍ଧୁକ ଧାରୀ ସହ ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଗିରଫ ଦାବି ହୋଇଛି।ଅନ୍ୟଥା ଘଟଣା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଓ ୫ଟି ସଚିବଙ୍କୁ ପୀଡ଼ିତା ଅଭିଯୋଗ କରିବେ ବୋଲି କହିଛନ୍ତି।ସୂଚନା ଯୋଗ୍ୟ ଯେ,ପୁଲିସ କର୍ମଚାରୀ ଆଲୋକ ଷଡ଼ଙ୍ଗୀଙ୍କ ନାମରେ ଦୀର୍ଘ ଦିନ ଧରି ନାନା ଅଭିଯୋଗ ହୋଇ ଆସୁଥିଲେ ହେଁ ତାଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରା ନ ଯିବା ମୂଳରେ କି ରହସ୍ୟ ରହିଛି ବୁଝା ପଡୁ ନାହିଁ।

କଟକ ଗ୍ରାମାଞ୍ଚଳ (ନି.ପ୍ର) ଜଳ ସମ୍ପଦ ଓ ରାଜସ୍ବ ବିଭାଗ କର୍ମଚାରୀଙ୍କ ସହଯୋଗରେ ସରକାରୀ କେନାଲ ବନ୍ଧରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟ ର ବିରାଟକାୟ ଚାକୁଣ୍ଡା ଗଛକୁ ଜନୈକ ବ୍ୟକ୍ତି କାଠ ମାଫିଆଙ୍କୁ କାଟି ବିକ୍ରି କରିଦେଇ ଥିବା ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ,ଗୋବିନ୍ଦପୁର ଠାରୁ କାକଟପୁର ବ୍ରାଞ୍ଚ କେନାଲରୁ ବାହାରି ବଡ଼ପାଟସୁନ୍ଦରପୁର,ବଡ଼ଖାଲଗ୍ରାମ ପର୍ଯ୍ୟନ୍ତ ଯାଇଥିବା କେନାଲ ର କୂଳଶଙ୍ଖୁଆ ଠାରେ ବନ୍ଧ ଉପରେ ୪ ଗୋଟି ଚାକୁଣ୍ଡା ଗଛ ରହିଥିଲା।ସ୍ଥାନୀୟ ଜନୈକ ବ୍ୟକ୍ତି ଏହାକୁ ଓ ଏଥି ସହିତ ଅନ୍ୟ ୩ଟି ଗଛକୁ ମାତ୍ର ୮୩ ହଜାର ଟଙ୍କାରେ ବିକ୍ରି କରିଦେଇଛନ୍ତି।ସ୍ଥାନଟି ଦୁଇ ଗୋଟି ଆର୍ ଆଇଙ୍କ କ୍ଷେତ୍ର ଅଞ୍ଚଳରେ ଆସୁଥିବା ସନ୍ଦେହ କରି ସ୍ଥାନୀୟ କିଛି ଲୋକ ଉଭୟ ଆର୍ ଆଇଙ୍କୁ ଫୋନ ଯୋଗେ ଜଣାଇ ଥିଲେ।ମାତ୍ର ସେମାନେ ଉଦାସୀନ ରହିଥିଲେ।ଝାରପଡ଼ା ଜଳସମ୍ପଦ ସେକ୍ସନ ଯନ୍ତ୍ରୀ ମଧ୍ୟ ନୀରବ ରହିବା ଦେଖିବାକୁ ମିଳିଛି।ଫଳରେ ଦୀର୍ଘ ୪ଦିନ ଅକ୍ଲାନ୍ତ ପରିଶ୍ରମ କରି ସରକା ରୀ ଗଛଟିକୁ ସେମାନେ ଲୁଟି ନେଇଛନ୍ତି।ଖବର ଲେଖାଯିବା ବେଳପର୍ଯ୍ୟ ନ୍ତ କୌଣସି ବିଭାଗୀୟ କର୍ମଚାରୀ ପୁଲିସରେ ଅଭିଯୋଗ କରି ନାହାନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ରାଜସ୍ବ କର୍ମଚାରୀ ମାନେ ସରକାରଙ୍କୁ ଭୁଲ୍ ତଥ୍ୟ ଦେଇ ଇଟାଭାଟି,ବାଲି,ମାଟି,ସରକାରୀ ଗଛ,ସରକାରୀ ଜମି ଅବରୋଧକାରୀ ଆଦିଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ଲୁଟି ଖାଉଛନ୍ତି।


ଧରା ପଡିଗଲା ବନ୍ଧୁକ ମୁନରେ ଅଭିଯୁକ୍ତ ମାନେ ପୁଲିସ ହେପା ଜତରେ ଥିବା ବାଲି ହାଇୱା ଅପହରଣର ମିଛ ଡ୍ରାମା, ନାଟକ ବାଜି।ଯାହା ପ୍ରଥମରୁ ଆଶଙ୍କା,ସନ୍ଦେହ ଥିଲା ତାହା ସତ୍ୟରେ ପ୍ରମାଣିତ ହେଲା। ପ୍ରାପ୍ତ ତଥ୍ୟ ସୂଚନା ଅନୁଯାୟୀ ବିନା K/Y ଫର୍ମରେ କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ଦେବୀ ନଦୀର ଗୋବିନ୍ଦ ପୁର ପଞ୍ଚାୟତ ତୀର୍ଥପଡ଼ା ସଇରାତରୁ ବ୍ୟାପକ ବାଲି ଚୋରୀ ହେଉଛି,ଏହି ଘଟଣା ପୁଲିସ ଓ ତହସିଲ ଗୋଚରରେ ହେଉଛି ଫଳରେ ବାଡ ଫସଲ ଖାଉଥିବାରୁ ଜଗୁଆଳି ଆଉ ହେବ ବା କିଏ??ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କେତେକ ଖବର କାଗଜ ରେ ତହସିଲଦାର ଓ ବାଲି ମାଫିଆଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ବୋଲି ଖବର ପ୍ରକାଶିତ ହେବାରୁ ତହସିଲଦାର ବ୍ୟତିବ୍ୟସ୍ତ ହୋଇ ପଡ଼ି ସମ୍ପୃକ୍ତ ଖବର କାଗଜକୁ କାରଣ,ପ୍ରମାଣ,ପ୍ରତିବାଦ ନୋଟିସ ପଠାଇ ଥିଲେ।ସଂପୃକ୍ତ ଖବର କାଗଜ ଏହାର ଠିକ୍ ପରଦିନ ତହସିଲଦାର ବାଲିଘାଟରେ ନିଜେ ଉପସ୍ଥିତ ଥାଇ ମେସିନ୍ ଯୋଗେ ବାଲି ଉଠାଣ ହେଉଥିବା ଓ କୌଣସି କାର୍ଯ୍ୟାନୁ ଷ୍ଠାନ ନେଇ ନ ଥିବାର ଫଟୋଚିତ୍ର ଓ ରାଜସ୍ବ ସଚିବ ନିକୁଞ୍ଜ କିଶୋର ଧଳଙ୍କ ନିର୍ଦ୍ଦେଶ ନାମା, ମେସିନ୍ ଯୋଗେ ନଦୀରୁ ବାଲି ଉଠାଣ ନ ହେବାକୁ ଚିଠି ଛାପି ନିଜର ଦାମ୍ଭିକ ପଣିଆର ସତ୍ୟତା ପ୍ରତିପାଦନ କରିଦେଲା।ଅଗତ୍ୟା ଉପାୟ ନପାଇ ତହସିଲ ପକ୍ଷ ରୁ ୪ ଜଣ ଆର୍ ଆଇଙ୍କ ମିଳିତ କମିଟି ଗଢି ବାଲି ଚୋରା ଚାଲା ଣ ରୋକିବା ଦାୟିତ୍ୱ ନ୍ୟସ୍ତ କରାଗଲା।ଉକ୍ତ ଆର୍ ଆଇ ମାନେ ଦିନ ଦ୍ଵି ପ୍ରହରେ ବାଲି ଚୋରା ଚାଲାଣ କରୁଥିବା ଏକ ହାଇୱାକୁ ଧରି ଗୋବିନ୍ଦପୁର ପୋଲିସକୁ ଡାକିଲେ ଓ ପଳାଇ ଯାଉଥିବା ହାଇୱାକୁ ଜିମା ଦେଲେ।ପୁଲିସ କର୍ମଚାରୀଙ୍କ ହେପାଜତକୁ ଯାଇ ଥିବା ହାଇୱାଟିକୁ ରାତିରେ ଥାନା କିମ୍ବା ତହସିଲ ପରିସରକୁ ନ ନେଇ ଅଧା ବାଟରେ ଅଟକ ରଖାଯାଇଥିଲା କାହିଁ କି?କାହା ନିର୍ଦ୍ଦେଶରେ? ପୁଲିସ କବଜାରେ ଥିବା ଗାଡି ଯଦି ଖସିଗଲା ତେବେ ସଂପୃକ୍ତ ପୁଲିସ କର୍ମଚାରୀ ନିଜେ ଥାନାରେ ଲିଖିତ ଅଭି ଯୋଗ ଦେଲେ ନାହିଁ କାହିଁକି?କୁଆଡେ ଆର୍ ଆଇ ଜବତ ନାମା କରି ପୁଲିସକୁ ଦେବା କଥା,ସେଥିପାଇଁ ସେମାନଙ୍କୁ କୈଫିୟତ ମଗାଯାଇଛି ଓ ସେମାନଙ୍କ ବିରୁଦ୍ଧରେ ପ୍ରୋସିଡିଙ୍ଗ୍ କରା ଯାଉଛି।ଯାହା ମାର ମାର ଭଣ୍ଡାରିଆକୁ ମାର ପ୍ରମାଣ କରୁଛି।ସୂଚନା ଅନୁଯାୟୀ ଗାଡିଟିର ପରମିଟ ଓ ଫିଟନେସ ବହୁ ବର୍ଷ ଆଗରୁ ସରି ଯାଇଥିଲା।ପୁଲିସ କବଜାରୁ ସେଥିଲାଗି ଖସାଇ ନେଇ ପରିବହନ କାଗଜ ପତ୍ର ଅପଡେଟ କରିବାକୁ ପୁଲିସ କର୍ମଚା ରୀଙ୍କୁ ହାତଗୁଞ୍ଜା ଦେଇ ଖସାଇ ନେବାକୁ ମିଛ ଡ୍ରାମା ରଚା ଯାଇ ଥିଲା।ଅଥଚ ନିର୍ଦ୍ଦୋଷ ଆର୍ ଆଇ ବାଲି ଚୋରା ଚାଲାଣ ଗାଡି ଧରି ପୁରସ୍କାର ପାଇଲେ।ତେବେ ଏହି ପୁରସ୍କାରରୁ ତହସିଲଦାର ଓ ଅତିରିକ୍ତ ତହସିଲଦାର କାହିଁକି ଭାଗ ନ ପାଇ ବେ?ଏଥିନେଇ ଏବେ ଉଠିଛି ପ୍ରଶ୍ନ।

ଅଜବ ଗଜବ ଆମ ଶିକ୍ଷାଧିକାରୀ!!
କଣ୍ଟାପଡ଼ା ବ୍ଲକ ଶିକ୍ଷାଧିକାରୀ ଓ ତାଙ୍କ କାର୍ଯ୍ୟାଳୟ ହାଲତ ଯିଏ ଶୁଣିବ ସେ ହସି ହସି ବେଦମ୍ ହେବ।ଏମିତି କାରଣରୁ କୁଆଡେ ପ୍ରଧାନଶିକ୍ଷକ ଥିବାବେଳେ କେନ୍ଦ୍ରାପଡ଼ାରେ ମାତ୍ର ୩ ଦିନ ଲାଗି ସାର୍ ସସ୍ପେଣ୍ଡ ହୋଇଥିଲେ ବୋଲି ଆମ କେନ୍ଦ୍ରାପଡ଼ା ପ୍ରତିନିଧି ଜଣାଇଛନ୍ତି।ତେବେ ଏଥର ବିଷୟକୁ ଆସିବା।ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଉକ୍ତ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସଂଗ୍ରାମ କେଶରୀ ସାହୁ ରାଜନୀତିରେ ଭାଗନେଇ ଭୋଟ ଲାଗି ଲୋକଙ୍କୁ ପ୍ରଭାବିତ କରିବା,ଟଙ୍କା ବାଣ୍ଟିବା,ଧମକ ଚମକ ଦେବାର ଅଭିଯୋଗ ନିର୍ବାଚନ କମିଶନଙ୍କ ପାଖରେ ଲିଖିତ ଭାବେ ହୋଇ ଥିଲା। ଅଭିଯୋଗକାରି ମାନେ ଥିଲେ:-ରଞ୍ଜନ କୁମାର ସାହୁ,ବିଶ୍ଵ ନାଥ ବେହେରା,ବିଶ୍ୱଜିତ୍ ସାହୁ,ମିହିର ରଞ୍ଜନ ସାହୁ,ପ୍ରଭାତ କୁମା ର ବେହେରା,ସୁଶାନ୍ତ କୁମାର ବେହେରା,ବିପିନ କୁମାର ସାହୁ ରା କେଶ କୁମାର ସ୍ବାଇଁ,ସୁଧୀର ସ୍ୱାଇଁ,ସୁମନ୍ତ ସ୍ୱାଇଁ,ପୂର୍ଣ୍ଣଚନ୍ଦ୍ର ବାରିକ, ତ୍ରିଲୋଚନ ବାରିକ,ଅବିନାଶ ବେହେରା,ବିଶ୍ୱଜିତ୍ ବେହେରା,ପ୍ର ମୋଦ କୁମାର ସାହୁ,ସାରଦା ପ୍ରସାଦ ବେହେରା,ସାରଙ୍ଗଧର ବେ ହେରା।ନିର୍ବାଚନ କମିଶନ ଏହାର ତଦନ୍ତ ନିମନ୍ତେ ବିଭାଗୀୟ ଉପନିର୍ଦ୍ଦେଶକଙ୍କୁ ଅଭିଯୋଗ ପତ୍ରର ନକଲ ପଠାଇ ନିର୍ଦେଶ ଦେଇ ଥିଲେ।ଶେଷରେ ଏହା ଆସି ସଂପୃକ୍ତ ଆକାଉଣ୍ଟାଣ୍ଟଙ୍କ କାର୍ଯ୍ୟାଳୟରେ ପହଞ୍ଚିଲା।ତଦନ୍ତ କରିବାକୁ କର୍ମଚାରୀ ଲକ୍ଷ୍ମୀ ପ୍ରିୟା ବେହେରା,ନଳିନୀ ମହାପାତ୍ର,ଓ ନାଏବ ସରପଞ୍ଚ ଭୋଟ ରେ ବିବାଦୀୟ ଅଜିତ କୁମାର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇ ଥିଲା।କୌତୁହଳର ବିଷୟ ଯେ,ଅଭିଯୋଗ କାରିଙ୍କୁ ବାଦ୍ ଦେଇ ଯେଉଁ ମାନଙ୍କର ସାକ୍ଷ ନିଆଗଲା ସେମାନେ ହେଲେ:- ପବିତ୍ର ମୋହନ ସ୍ୱାଇଁ,ରାମଚନ୍ଦ୍ର ସ୍ୱାଇଁ,ଭଗ୍ୟଧର ସ୍ୱାଇଁ,ଦେବେନ୍ଦ୍ର ନାଥ ସ୍ୱାଇଁ,ବଂଶୀଧର ସାହୁ,ଗୋପାଳ ସାହୁ,ସୁରେନ୍ଦ୍ର ନାଥ ସାହୁ,ଉପେ ନ୍ଦ୍ର ନାଥ ସାହୁ,ରଞ୍ଜନ କୁମାର ସାହୁ,ରମେଶ ସାହୁ, ବରଦା ପ୍ରସାଦ ବେହେରା,ମଦନ ମୋହନ ବେହେରା,ଧରଣୀ ଧର ସାହୁ,ପ୍ରକାଶ ଚନ୍ଦ୍ର ପ୍ରଧାନ,ବିଶ୍ଵନାଥ କରଣ,କଲୋଳ କୁମାର ଦେଥି,ସଞ୍ଜୟ କୁମାର ସାହୁ,ହୃଦାନନ୍ଦ ସାହୁ,ମୁରଲୀ ଧର ସାହୁ,ଉମାକାନ୍ତ ସାହୁ, ଶିବେନ୍ଦ୍ର ସାହୁ,ଲକ୍ଷ୍ମୀଧର ସେଠୀ,ନରେନ୍ଦ୍ର ନାଥ ସାହୁ,ଅଶୋକ କୁମାର ସାହୁ,ଅରକ୍ଷିତ ସାହୁ,ମନୋଜ କୁମାର ସାହୁ,ଗୋପୀନାଥ ସାହୁ, ବେଣୁଧର ସାହୁ,ସରୋଜ ସାହୁ।ଏଥିରୁ ପ୍ରକୃତ ଅଧିକାରୀ ଜଣେ ଯଦି ସାଧାରଣ ଜ୍ଞାନ ଟିକେ ହେଲେ ଥିବ ନିଶ୍ଚୟ ଜାଣିବା ରେ କିଛି ବି ଅବୁଝା ହେବ ନାହିଁ ଯେ ସଂଗ୍ରାମ ସାହୁଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗ ଆପାତତଃ ୧୦୦% ସତ୍ୟ।ଅଭିଯୋଗ କରିଥିବା ଲୋକଙ୍କୁ ଛାଡି କେବେ ?କେଉଁଠି? ତଦନ୍ତ ହୁଏ କି??