ଅପରାଧ ରାଜ୍ୟଖବର

ଆଦିବାସୀ ନା ବାଳିକାକୁ ଅସଦାଚରଣ:ଅଭିଯୁକ୍ତ ଥାନାରେ ଅଟକ

Spread the love

କଟକ ଗ୍ରାମାଞ୍ଚଳ ଜିଲ୍ଲା:(ନି.ପ୍ର)ରାଜ୍ୟରେ ସରକାର ସିନା ବଦଳିଛି ହେଲେ ଅପରାଧ ଥମିବାର ନାଁ ନେଉ ନାହିଁ।ଗୋଟିଏ ଦିନରେ କଟକ ଗ୍ରାମାଂଚଳ ଜିଲ୍ଲା ପୁଲିସ ଅନ୍ତର୍ଗତ ଦୁଇ ଦୁଇଟି ଥାନା ଗୋବିନ୍ଦପୁର ଓ ଓଲଟପୁର ଥାନା ଅଂଚଳରେ ଏହି ଦୁଇଟି ଅପରାଧ ଘଟିଥିବା ବେଳେ ଗୋଟିକରେ ଥାନାରେ ଲିଖିତ ଅଭିଯୋଗ ଉପରେ ପୁଲିସ ମାମଲା ରୁଜୁ କରି ମାମଲାର ତଦନ୍ତ ଓ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି ଦ୍ଵିତୀୟ ଘଟଣାରେ ଏଯାଏ ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋ ଇ ନାହିଁ,ପୀଡ଼ିତ ଛାତ୍ର ଜଣକ ନିର୍ଯ୍ୟାତନା ପରେ ଭୟରେ ହଷ୍ଟେଲ ଛାଡି ପଳାଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ,ପ୍ରଥମ ଘଟଣା ଘଟିଛି ଗୋବିନ୍ଦ ପୁର ଥାନା କୂଳବ୍ରାହ୍ମଣସାଇଲୋ-ଧାନମଣ୍ଡଳ କନ୍ଦଳନଦୀ ବନ୍ଧକୁ ଲାଗି ଥିବା କୂଳବ୍ରାହ୍ମଣସାଇଲୋ ଠାରେ ଏକ କୁକୁଡା ଫାର୍ମ ରହିଛି।ଏହି ଫାର୍ମ ରେ କାମ କରିବାକୁ ପଛୁଆ ଅଞ୍ଚଳ ଜିଲ୍ଲାର ଜଣେ ଆଦିବାସୀ ଦମ୍ପତ୍ତିଙ୍କୁ ଓ ତାଙ୍କସହ ଥିବା ତାଙ୍କର ଏକ ନା-ବାଳିକା ଝିଅ(୧୧)କୁ ଆଣି ଫାର୍ମ ମାଲିକ ରଖିଥିଲେ।ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି ଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଥିଲେ,ତେବେ ଅବିବାହିତ ଫାର୍ମ ମାଲିକ(୪୮) ଆଦିବାସୀ ପରିବାରର ନା ବାଳିକା ପ୍ରତି ଅସଦା ଚରଣ କରିଥିବାର ଲିଖିତ ଅଭିଯୋଗ ଆଜି ପୂର୍ବାହ୍ନରେ ଗୋବିନ୍ଦପୁର ଥାନାରେ ପୀଡ଼ିତଙ୍କ ପକ୍ଷରୁ ଆଗତ ହୋଇଥିଲା।ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଡ଼କାଇ ପଚରା ଉଚରା କରୁଥିବା ଓ ପୁଲିସ୍ ଉଚ୍ଚ କର୍ତ୍ତୃପକ୍ଷ ଘଟଣାସ୍ଥଳ ପରିଦର୍ଶନ କରି ବାପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ଆଇନଜୀବିଙ୍କୁ ଅସାମାଜିକ, ଭଡ଼ାଟିଆ ଗୁଣ୍ଡାଙ୍କ ମରଣାନ୍ତକ ଆକ୍ରମଣ:ସଂପତ୍ତି ବିବାଦରୁ ଭାଇ ସାଜିଛି ଭଗାରୀ!!

Spread the love

Spread the love