ଆଧାର ସଂଯୋଗରୁ ରାସନ ଜାଲିଆତି: ଧରାପଡି କଟିଲେ ଶହଶହ!
ଆଗକୁ ଆହୁରି କଟିବେ ସହସ୍ରାଧିକ ।ମାଗଣା ଘର ଓ ରନ୍ଧନ ଗ୍ୟାସ ସଂଯୋଗ ରେ ବି ଆଧାର ଲାଗୁ ଦାବୀ
କଟକ,୯।୯ (ନି.ପ୍ର)- ଜଣେ ବି କାହାରିକୁ ଭୋକଉପାସରେ ମରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରସରକାର ଘୋଷଣା କରି ଦେଶରେ ଜାତୀୟ ଖାଦ୍ୟନିରାପତ୍ତା ଆଇନ ଓ ଯୋଜନା ଲାଗୁକରିଥିଲେ।ତଦନୁଯାୟୀ କେନ୍ଦ୍ର ସରକାର ଗୋଟିଏ କିଲୋ ଚାଉଳରେ ରାଜକୋଷରୁ ୨୭ଟଂକା,ରାଜ୍ୟ ସରକାର ୨ଟଂକା, ହିତାଧିକାରୀ ୧ଟଂକା ବହନକରୁଥିଲେ । ତେବେ କେତେକ ଅସାଧୁବ୍ୟକ୍ତି ଏହାର ଫାଇଦା ନେଇ ଏକାଧିକ ଉପାୟରେ ତଂଚକତା କୁ ଆପଣାଇଥିଲେ।ଏବେ ଆଧାର ସଂଯୋଗ ହେବାରେ ଶହଶହ ହିତାଧିକାରୀ ଧରାପଡି ରାସନ ହରାଇଛନ୍ତି ତେବେ ସେମାନେଏପରି ଜାଲିଆତିରେ ହାତେଇଥିବା ରାସନ ବାବଦକୁ ସରକାରୀ ରାଜକୋଷରୁ ଲୁଟିଥିବା ଅର୍ଥ ସେମାନକଂ ଠାରୁ ଆଦାୟ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସରକାରୀ ଭାବେ ନିଷ୍ପତ୍ତି ହୋଇନ ଥିବା ଜଣାପଡିଛି । ବହୁ ହିତାଧିକାରୀ କଟକ,ଭୁବନେଶ୍ୱର ଭଳି ସହର ରେ ଅସ୍ଥାୟୀଭାବେ ବାସକରି ଜୀବିକାର୍ଜନ କରୁଥିବା ବେଳେ ସେଠାରେ ରାସନ ହାସଲ କରିଚାଲିଥିଲେ ଅପରପକ୍ଷରେ ଗାଁ ରେ ସେମାନକଂ ସ୍ଥାୟୀଘର ଓ ଭୋଟର ତାଲିକା ଥିବାରୁ ସେଠାରେ ମଧ୍ୟ ରାସନ ହାତେଇଥିଲେ। ଅନ୍ୟଘଟଣାରେ ବହୁ ଅବିବାହିତା ଝିଅ ବାପଘରେ ତାଲିକାଭୁକ୍ତ ଥାଇ ପୈତ୍ରୁକ ପରିବାର ରେ ରାସନ ତାଲିକାରେ ରାସନ ପାଉଥିଲେ,ଅଥଚ ବିବାହ ପରେ ବି ଶାଶୁଘର ତାଲିକାରେ ତାଂକୁ ରାସନ ମିଳୁଥିଲା ।ଏହାଦ୍ୱାରା କେବଳ ଯେ ସରକାରୀପାଣ୍ଠିର ଅପଚୟ ଘଟୁଥିଲା ତାହା ନୁହେଁ ବରଂ ପ୍ରକ୍ରୁତ ଗରୀବ ଲୋକେ ସୁବିଧାରୁ ବଂଚିତ ହେଉଥିଲେ।ଅନାବଶ୍ୟକ ଲୋକେ ରାଜକୋଷ ସବସିଡି ଅର୍ଥରୁ ଭରଣା କରାଯାଉଥିବା ଏହି ଚାଉଳ ଓ ଗହମକୁ କଳାବଜାରୀ ଓ ମୁନାଫାଖୋରକୁଂ କମପଇସାରେ ବିକ୍ରି କରିଦେଉ ଥିବାରୁ ତାହା କଷ୍ଟମ ମିଲର ମାନକଂ ଜରିଆରେ ରି-ସାଇକ୍ଲିଂ ହେଉଥିଲା। ଫଳତଃ ଜଳବିହୁନେ ସ୍ରୁଷ୍ଟି ନାଶ ଠାରୁ ଜଳଗହଳେ ସ୍ରୁଷ୍ଟି ନାଶ ପରିସ୍ଥିତିଉପୁଜିଥିଲା।ସରକାର ଆଧାର ସଂଯୋଗକୁ କାର୍ଯ୍ୟକାରୀ କରିବାରୁ ଏପରି ଶହଶହ ହିତାଧିକାରୀ ଧରାପଡିଛନ୍ତି ଓ ସେମାନକଂ ରାସନ ବି କଟିଯାଇଛି ।ଆଗାମୀ ଦିନରେ ଏଭଳି ସହସ୍ରାଧିକ ଧରାପଡିବେ ବୋଲି ଜଣେ ବିଭାଗୀୟ ଅଧିକାରୀ ଆମସହ ଆଲୋଚନାରେ କହିଛନ୍ତି ।ତେବେ ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଆଦି ମାଗଣା ଗ୍ରୁହ ଯୋଗାଣ ଯୋଜନା ସମେତ ସବସିଡି ରନ୍ଧନ ଗ୍ୟାସ ଯୋଗାଣରେ ବି ଆଧାର ସଂଯୋଗ କାର୍ଯ୍ୟକାରୀ କରାଗଲେ ବ୍ୟାପକ ଜାଲିଆତି ଧରାପଡିବ ବୋଲି ମତ ପ୍ରକାଶ ପାଉଛି ।