breaking News ଅଂଚଳ ଖବର ରାଜ୍ୟଖବର

‘ଆମଅଧିକାର’ପକ୍ଷରୁ ବିଶ୍ୱମହିଳା ଦିବସ ପାଳିତ

Spread the love

କଣ୍ଟାପଡା(ନି.ପ୍ର) ୮।୩ କଟକ ଜିଲ୍ଲା, କଣ୍ଟାପଡା ବ୍ଲକ, ଦେବୀ-କନ୍ଦଳ ଦ୍ୱୀପାଂଚଳ ଅନ୍ତର୍ଗତ ସାଇଲୋ ବଡବିଲ ସ୍ଥିତ ରବିନାରାୟଣ ନଗରର ରବିନାରାୟଣ ମଂଚରେ ସମାଜସେବାର ଏକ ପ୍ରମୁଖ ତଥା ରାଜ୍ୟବ୍ୟାପୀ ସ୍ୱେଛାକ୍ରୁତ ରକ୍ତଦାନ ଶିବିର ଆୟୋଜନରେ ବହୁଳ ଚର୍ଚ୍ଚିତ ଅନୁଷ୍ଠାନ ‘ଆମ ଅଧିକାର’ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ମହିଳାଦିବସ ପାଳିତ ହେଉଛି । ଅପରାହ୍ନରେ ଅନୁଷ୍ଠିତ ଉତ୍ସବରେ ଭି. ଭି ପୂର୍ବାଂଚଳ ବିଶ୍ୱବିଦ୍ୟାଳୟ ଉତ୍ତରପ୍ରଦେଶର ଡଃ ଝାନସୀ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ,ଇଂଜିନିୟର ରବିନାରାୟଣ ମହାପାତ୍ର ସଭାପତିତ୍ୱ କରିଥିବାବେଳେ କଣ୍ଟାପଡା ପଂଚାୟତର ପୂର୍ବତନ ସରପଂଚ ତଥା ସମାଜ ସେବି ନମିତାମିଶ୍ର ଯୋଗ ଦେଇଥିଲେ।ଆମ ଅଧିକାର ମହିଳା ମୋର୍ଚ୍ଚାପକ୍ଷରୁ ସଂପାଦିକା ମମତା ଦାସ ଓ ସହ – ସଂପାଦିକା ନିରୂପମା ବେହେରା ଡଃ ମିଶ୍ରକୁଂ ପୁଷ୍ପଗୁଛ ଓ ଉତ୍ତରୀୟରେ ସମ୍ବର୍ଦ୍ଧିତ କରିଥିଲେ।ମହିଳାକଂ ଅଧିକାର ଓ ସଚେତନତା ଉପରେ ଆଲୋକପାତ କରାଯାଇଥିଲା। ସୁକାନ୍ତି ଭୋଳ,ଗୀତାଂଜଳି ମାଝି,ରଶ୍ମୀତା ଭୋଳ,ଅମିତା ପଣ୍ଡା,ସସ୍ମିତା ମହାନ୍ତି,ଗୌରୀ ମହାପାତ୍ର,ରଶ୍ମିତା ନାୟକ,କନକ ମଲ୍ଲିକ,ବାସନ୍ତି ଜେନା,ଅନିତା ନାୟକ ପ୍ରମୁଖ ଶତାଧିକ ମହିଳା ଯୋଗଦେଇଥିଲେ

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]