
ଆମ ବ୍ଲକ ବିଜେଡି ସଭାପତି କୋଉ ଦଳର?:ଅନ୍ଧକିଏ?ଭକ୍ତକିଏ?
ଏଥର ମୁଁ କିଛି ଆଉ କହିବିନାହିଁ । କାରଣ ଆପଣ ମାନକଂ ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ମୁଁ ଅବା କିଏ ଯେ?ଖାଲି ଗୋଟାଏ କଥା ଗୋଳମାଳିଆ ଧରୁଛି ବୁଝିପାରୁନି ଆମ ବ୍ଲକ ବିଜେଡିର ନୂଆ ସଭାପତି କୋଉଦଳର ?କାହାର ସେ ଭକ୍ତ ?ପୁଣି କାହାର ଅନ୍ଧ ଭକ୍ତ ?ନା ଉଭୟ ଦଳର ସଂଗଠନ କଲେ ଚଳିବ କି ?ଅବଶ୍ୟ ମାନ୍ୟ କେନ୍ଦ୍ରମନ୍ତ୍ରୀ ଯେତେବେଳେ ମାନ୍ୟ ମୁଖ୍ୟମନ୍ତ୍ରୀ କଂ ଘରେ ଏକାଠି ଖିଆ ପିଆ କଲେଣି ଆଉ ତାରା ବାହିନୀପତି ସାରକଂ ପୁଲିସିଆ ଭାଷାରେ ଚିଟିଫଣ୍ଡ ତଦନ୍ତ ବି ବନ୍ଦ ହେଲାଣି, ତେଣୁ ଏତେବେଳେ ଆପନ ମାନେ ଖୁସି ତୋ ?ଆମେ କାଇଁ ଖୁସି ନ ହବୁ ଯେ ?ଗୋଟାଏ ରାଇଜର ସମସ୍ତେ।ଖାଲି ଆମେ କାଇଁ ଆମଭିତରେ ମରାମରି ହେଇ ଆଣ୍ଠୁଗଣ୍ଠି ଛିଣ୍ଡେଇବା ଯେ ?ଭଲ ବ୍ୟବସାୟ ରାଜନିତୀ ପାନ ଗୁଆ ଖଇର… ପ୍ରଶ୍ନ ଉଠୁଛି କି ନେତା ଯଦି ତାଂକ ଭିତରେ ଏମିତି ସଲା ସୁତୁରା ସାଧାରଣ ଲୋକଟିଏ ଭୋଟ ବେଳେ ଯଦି ଚହଲିଲା ତାହା ହେଲେ ତାହାର ଦୋଷ କେଉଁଠି ?ସେଥିପାଇଁ ଆଜିର ରାଜନିତୀ ଝଲକ ଆମ ପ୍ରିୟ ପାଠକକଂ ଟିକେ ବିଚାର ପାଇଁ ରଖିଲୁ।ବିଜେଡିରେ ରହିବେ ବିଜେପିରେ ରହିବେ ଫାଇଦା ନେବେ ସାଧାରଣ ଲୋକକଂ ସହ ରହି ନିଜକୁ ଯାହା ସୁହାଇବ କହିବେ ଗ୍ଲାସ ଉଠିଲେ ତାଂକର ଧଣ୍ଡି ଉଠିଲେ ବି ତାଂକର।ୟାକୁ ସେମାନେ କୁହନ୍ତି କଣ ନା ରାଜନିତୀ ?ଛି !ସେଥିପାଇଁ ଏମାନକଂ ବାର୍ତ୍ତାଳାପରୁ ଆମକୁ ଲାଗେ କି ପୁରା ମତଲବି । ଏଇସବୁ କଥାଗୁଡା ମୋତେ କହି କହି ବିଚାରା ସାଧାରଣ ଲୋକଟି ମୋତେ ଗୁଡାଏ ମାନସିକ ନିଯ୍ୟାତନା ଦେଇ ତା ବାଟରେ ଚାଲିଗଲା। ମୁଁ ଡଃ ପ୍ରାଣବନ୍ଧୁ କରକଂ ଲିଖିତ ସୁଅ ମୁହଁର ପତରର ଅପର୍ତ୍ତୀ ଗୁରେଇ କଥା ଗୁଡାକ ମନଭିତରେ ଖାଲି ଖାଲି ଘାଣ୍ଟି ଚକଟି ହେଉଥିଲି ।

