ଅଂଚଳ ଖବର ଜିଲ୍ଲାଖବର

ଏସ.ପି କଂ ତାଗଦାକୁ୮ ଦିନ ପୁରିଲା:ଧରାପଡିଲାନି ବୋଲେରୋ ଚୋର

Spread the love

କଟକ ୦୧।୦୯(ବି.ପ୍ର) – କଟକ ଗ୍ରାମାଂଚଳ ଜିଲ୍ଲା ପୁଲିସ ଏସ.ପି ରାଧାବିନୋଦ ପାଣିଗ୍ରାହୀକଂ କଡା ତାଗିଦର ୮ଦିନ ବିତିଲା ପରେ ବି ଏକ ବୋଲେରୋ ଚୋରୀ ସଂପର୍କରେ ଗୋବିନ୍ଦପୁର ପୁଲିସକୁ ଚୋରୀ ବୋଲେରୋ କିମ୍ବା ସଂଦିଗ୍ଧ ଅଭିଯୁକ୍ତ ମାନଂକ ସଂପର୍କରେ କୌଣସି ସୁରାକ ନ ମିଳିବା ପୁଲିସର ଭୂମିକା ଉପରେ ପ୍ରଶ୍ନଚିହ୍ନ ଆଂକିଦେଇଛି। ମିଳିଥିବା ସୂଚନା ଅନୁଯାୟୀ, କଟକ ସଦରଥାନା ଅନ୍ତର୍ଗତ ଜନୈକ ବ୍ୟକ୍ତିକଂ ଏକ ବୋଲେରୋ କୁ ଗୋବିନ୍ଦପୁର ଥାନା ବଡପାଟସୁନ୍ଦରପୁର ର ରସାନ ନ୍ଦ ମହାନ୍ତି ଆଣି ବୁଝାଶୁଝା କରୁଥିଲେ ଓ ଏଥିରୁ ନିଜ ଗୁଜରାଣ ମେଣ୍ଟାଉଥିଲେ ଗତ ପ୍ରାୟ ୧୫ଦିନ ତଳେ ଗାଡିଟିକୁ ଚଳାଉଥିବା ସ୍ଥାନୀୟ ଜଣେ ଡ୍ରାଇଭର ରାତିଡ୍ୟୁଟି ସାରି ରସାନନ୍ଦକଂ ଘରସମ୍ମୁଖରେ ରଖି ଚାଲିଯାଇଥିଲେ , ତେବେ ସକାଳୁ ଗାଡିଟି ଚୋରି ହୋଇଯାଇଥିବା ଜଣାପଡିଥିଲା। ବହୁ ଖୋଜାଖୋଜି ପରେ ଗାଡି ନମିଳିବାରୁ ସେ ଗୋବିନ୍ଦପୁର ଥାନାରେ ସଂଦିଗ୍ଧ ମାନକଂ ନାଁ ରେ ଲିଖିତ ଅଭିଯୋଗ ଦେଇଥିଲେ। ପୁଲିସ ସେମାନକୁଂ ଧରି ଆଣି ପଚରା ଉଚରା ପରେ ଛାଡିଦେବାରୁ କଟକ ଗ୍ରାମାଂଚଳ ଜିଲ୍ଲା ଏସ.ପି ଶ୍ରୀ ରାଧାବିନୋଦ ପାଣିଗ୍ରାହୀ କୁଂ ଭେଟି ଅଭିଯୋଗ କରିଥିଲେ, ଥାନାଧିକାରୀ ଶରତଚନ୍ଦ୍ରସେଠୀକଂ ସରକାରୀ ବାସଭବନରେ ଏ.ସି ରେ ଅଭିଯୁକ୍ତ କୁଂ ବସିଥିବାର ଦେଖିଥିବାର ଅଭିଯୋଗରେ ଦର୍ଶାଇଥିଲେ । ଏହାଶୁଣି ଏସ.ପି କଡାତାଗଦା କରିଥିଲେ। ତେବେ ଏସ.ପି କଂ ତାଗଦା ପରେ ଓ ଘଟଣାର ତଦନ୍ତ ପର୍ଯ୍ୟବେକ୍ଷଣ କରିବାକୁ ସଦର ଏସ.ଡି.ପି.ଓ ସୁବାଷ ଚନ୍ଦ୍ର ପଣ୍ଡାକୁଂ ନିର୍ଦ୍ଦେଶ ଦେବାର ୮ ଦିନ ପରେ ଚୋରି ବୋଲେରୋ କିମ୍ବା ଅଭିଯୁକ୍ତକୁଂ ପୁଲିସ ଧରିବାରେ ସମର୍ଥ ହୋଇପାରିନାହିଁ।

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]