ଦେଶ-ପରଦେଶଖବର ରାଜ୍ୟଖବର

ଏସ.ଭି ନିର୍ତାର,ଓଲଟପୁରର ନୂତନ ୧୦୦ ଶଯ୍ୟା,କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

Spread the love

ଓଲଟପୁର ସ୍ଥିତ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ,ଜାତୀୟ ପୁନର୍ବାସ,ଗବେଷଣା ଓ ଥଇଥାନ ସଂସ୍ଥାନ ଓ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ଗ୍ରାମାଞ୍ଚଳ ବିଦ୍ୟୁତ୍ କର ଣ ନିଗମର ମିଳିତ ସହଯୋଗରେ ନବ ନିର୍ମିତ ୧୦ ୦ ଶଯ୍ୟା ବିଶିଷ୍ଟ ପ୍ରକଳ୍ପ,ଆଜି ପୂର୍ବାହ୍ନରେ କେନ୍ଦ୍ର ମନ୍ତ୍ରୀ ଓ ଅତି ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ଵାରା ଲୋକା ର୍ପିତ ହୋଇଯାଇଛି।ବିବରଣୀ ଅନୁଯାୟୀ,ଦିନକୁ ଦିନ ଦିବ୍ୟାଙ୍ଗଜନ ମାନଙ୍କ ବର୍ଦ୍ଧିତ ଆବଶ୍ୟକତା କୁ ଲକ୍ଷ୍ୟ କରି ଜାତୀୟ ଗ୍ରାମ୍ୟ ବିଦ୍ୟୁତ୍ କରଣ ନିଗମର କର୍ପୋରେଟ ସୋସିଆଲ ରେସ୍ପନସିବିଲିଟୀ (CSR) ପାଣ୍ଠିରୁ ୧୫କୋଟି ୮୯ଲକ୍ଷ ଟଙ୍କା ବ୍ୟୟରେ,୩୨୮୪ ବର୍ଗ ମିଟର ସ୍ଥାନ ଉପରେ ନୂତନ ୧୦୦ ଶଯ୍ୟା,୧୦ ଟି କୋଠରୀ,ଦୁଇଟି ହଲ,୪ମହଲା ସମ୍ପ୍ରସାରଣ ସୌଧ,ଗୋଟିଏ ବିଦ୍ୟୁତ୍ ସବଷ୍ଟେସନ,୨୦ଟି ଶୀତ ତାପ ନିୟନ୍ତ୍ରଣ ବିଶିଷ୍ଟ କକ୍ଷ,ଅଗ୍ନି ନିର୍ବାପକ ବ୍ୟବସ୍ଥା, ଏଲ.ଇ.ଡି ଆଲୋକ ବ୍ୟବସ୍ଥା ଗୋଟିଏ ଲିଫ୍ଟ ଆଦି ନିର୍ମାଣ ନିମନ୍ତେ ଉଭୟ ଅନୁଷ୍ଠାନ ମଧ୍ୟରେ ମେମୋ ରାଣ୍ଡମ ଅଫ ଏଗ୍ରିମେଣ୍ଟ ୨୦୧୭ମସିହା ଅପ୍ରେଲ ମାସରେ ସମ୍ପାଦିତ ହୋଇଥିଲା।୧୮ମାସ ମଧ୍ୟରେ କାର୍ଯ୍ୟ ସମାପ୍ତି ନିମନ୍ତେ ଉଲ୍ଲେଖ ଥିଲେ ହେଁ ଦୀର୍ଘ ୫ ବର୍ଷ ୬ମାସରେ କାର୍ଯ୍ୟ ସମାପନ ହୋଇଥିଲା। ନିକଟରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡାକ୍ତର ଜଗତ ପ୍ରକାଶ ନଡ୍ଡାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଅବସରରେ ଉକ୍ତ ପ୍ରକଳ୍ପର ଉଦ୍ଘାଟନ ନିମନ୍ତେ ସେପ୍ଟେମ୍ବର ୩୦ତାରିଖ ପୂର୍ବାହ୍ନକୁ ସମୟ ଧାର୍ଯ୍ୟ ହୋଇଥିଲା।ତାଙ୍କ ସହିତ ଉକ୍ତ ଲୋକାର୍ପଣ ଉତ୍ସବକୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତି ମନ୍ତ୍ରଣା ଳୟ ବିଭାଗର ମନ୍ତ୍ରୀ ଡାଃ ବୀରେନ୍ଦ୍ର କୁମାର,କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଗ୍ରାମ୍ୟ ବିଦ୍ୟୁତକରଣ ନିଗମ ଏକ୍ସ କ୍ୟୁଟିଭ ଡାଇରେକ୍ଟର ଟି ଏସ୍ ସି ବୋଷ,ବିଭାଗୀୟ ସଚିବ ମାନେ ଯୋଗ ଦେଇଥିଲେ।ପୂର୍ବାହ୍ନରେ ଅତିଥି ମାନେ ନିରତାର ଛାତ୍ରାବାସ ପଡ଼ିଆରେ ହେଲିକପ୍ଟର ରୁ ଅବତରଣ କରିବା ପରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା।ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଫିତା କାଟି ସ୍ବାମୀ ବିବେକାନନ୍ଦଙ୍କ ପୂର୍ଣାବବୟବ ମୂର୍ତ୍ତିକୁ ରୀମୋଟ କଣ୍ଟ୍ରୋଲରେ ଅନାବରଣ କରିଥିଲେ।ଅନୁଷ୍ଠାନ ପରିସରରେ ବୃକ୍ଷ ରୋପଣ କରାଯାଇ ଥିଲା।ସଭା ମଞ୍ଚକୁ ପାଛୋଟି ନିଆ ଯାଇଥିବା ବିଶିଷ୍ଟ ଅତିଥି ମାନଙ୍କୁ ଅନୁଷ୍ଠାନର ନିର୍ଦ୍ଦେଶକ ଡାକ୍ତର ପତିତ ପାବନ ମହାନ୍ତି ସମ୍ବର୍ଦ୍ଧିତ କରିବା ପରେ,ଉଦ୍ଘା ଟନୀ ସଙ୍ଗୀତ ଗାନ କରାଯାଇଥିଲା।ଅତିଥି ମାନେ ସେମାନଙ୍କ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ।ଶେଷରେ ସାଂସଦ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତ ର ଜଗତ ପ୍ରକାଶ ନଡ୍ଡା ନିଜର ଅଭିଭାଷଣ ପ୍ରଦାନ କରିଥିଲେ।ପୁନର୍ବାସ ଥଇଥାନ ପତ୍ରିକା ମୁକ୍ତ କରା ଯାଇ ଥିଲା।ସହାୟକ ଯନ୍ତ୍ର,କିଟ ଆଦି ବଣ୍ଟନ କରା ଯାଇଥିଲା।ସର୍ବଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ଥିଲା

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]