ଅଂଚଳ ଖବର ଜିଲ୍ଲାଖବର ଦୁର୍ନିତି

କଣ୍ଟାପଡା,ନିଆଳି,ବାରଂଗ ବ୍ଲକରେ ଶହଶହ ଚାଷୀ ଅମଳଧାନକୁ ମଣ୍ଡିରେବିକୁଛନ୍ତି,ଟଂକିକିଆ ରାସନ ଖାଉଛନ୍ତି!

Spread the love

କଟକ ଜିଲ୍ଲାର କଣ୍ଟାପଡା,ନିଆଳି ଓ ବାରଂଗ ବ୍ଲକ ଏକ ଚାଷୀବହୁଳ ଅଂଚଳ ଭାବେ ସର୍ବତ୍ର ଜଣାଅଛି ବର୍ଷସାରା ଏଠିକାର ଚାଷୀ କିଛି ନା କିଛି ଚାଷ କାର୍ଯ୍ୟରେ ବ୍ୟସ୍ତ ଥାଏ ।ସେ ଧାନ ହେଉ କି ପାନ ହେଉ ଅଥବା ମୀନ ହେଉ।ହେଲେ ସରକାରକଂ ଟଂକିକିଆ ଚାଉଳ ଲାଗୁହେବା ପରଠୁ ଚାଷ କାର୍ଯ୍ୟ ଏଠି ବ୍ୟାହତ।କାରଣ କ୍ରୁଷି କାମ ପାଇଁ ଶ୍ରମିକ ମିଳୁନାହାନ୍ତି।ଏମିତି କି ଏହି ଅଭିଯୋଗ ଉଠାଉଥିବା ଚାଷୀଟି ମଧ୍ୟ କୋଉ ନା କୋଉ ରାଜନୈତିକ ଦଳର ସମର୍ଥକ ସାଜି କୌଶଳ କ୍ରମେ ରାସନ କାର୍ଡଟିଏ ହାତେଇ ନେଇଛିଏଥିରୁ ଅଧିକାଂଶ ଶାସକ ବିଜେଡି ଦଳର।ଫଳରେ ବିଲରୁ ଅମଳଧାନକୁ ସରକାରୀ ମଣ୍ଡିରେ ବିକି ପ୍ରାପ୍ୟ ନେବାସହ ନିଜଘରପାଇଁ ଟଂକିକିଆ ସରକାରୀ ଚାଉଳକୁ ବଡ ଆରାମରେ ଉପଭୋଗ କରୁଛି।ଏକଥା ଆମେ କହୁନୁ ,ଯାହା ସରକାରୀ ରେକର୍ଡ କହୁଚି।ମିଳିଥିବା ସୂଚନା ମୁତାବକ କଣ୍ଟାପଡା ବ୍ଲକ ଅଧୀନରେ ୭ଗୋଟି ପ୍ରାଥମିକ କ୍ରୁଷି ସମବାୟ ସମିତି ଥିବାବେଳେ ନିଆଳି ବ୍ଲକ ଅଧୀନରେ ୧୧ଗୋଟି, ବାରଂଗ ବ୍ଲକରେ ୭ଗୋଟି ସେବାସମବାୟ ସମିତି ରହିଛି। ପ୍ରତି ସମିତିର ସଦସ୍ୟ ଚାଷୀକଂ ସଂଖ୍ୟା ୧୫୦୦ରୁ ୨୦୦୦/ ୨୨୦୦ ,କେତେକ ସ୍ଥଳେ ୫୨୯ /୭୦୦ ବି ଅଛନ୍ତି ।ଏଣୁ ହାରାହାରି ଭାବରେ ମୋଟ୨୫ହଜାର ପାଖାପାଖି ଚାଷୀ ସମିତିର ସଦସ୍ୟଅଛନ୍ତି।ଖରିଫ ଧାନ ସଂଗ୍ରହରେ ସରକାରୀ ଧାର୍ଯ୍ୟ ପରିମାଣ ଅନୁଯାୟୀ ଏକ ଏକର ଜମିରୁ ୨୦ ରୁ ୨୫ କ୍ୱିଣ୍ଟାଲ ଧାନଅମଳ ହୋଇଥାଏ,ସ୍ଥଳ ବିଶେଷରେ ଏହି ପରିମାଣ ୩୫ କ୍ୱିଣ୍ଟାଲ ,ହାଇବ୍ରିଡ ବିହନ ହେଲେ ଓ ଉନ୍ନତପ୍ରଣାଳୀ ଚାଷ ପଦ୍ଧତି ଅବଲମ୍ବନରେ ଅମଳ ୬୦କ୍ୱିଣ୍ଟାଲ ବି ଛୁଇଁପାରେ।ତେବେ ଚାଷୀ ନିଜ ଘରଖାଇବାକୁ ରଖି ଏକରପ୍ରତି ୧୭କ୍ୱିଣ୍ଟାଲ ମଣ୍ଡିକୁ ବିକିପାରିବ ବୋଲି ନିୟମ ରହିଛି।ଫଳରେ ଜଣେଚାଷୀ ନିଜ ବିଲରୁ ଅମଳ ଧାନ ଛଡା ସରକାରୀ ରାସନକୁ ଆଦୌ ଆଶାକରିବା କଥାନୁହେଁ।ଅଥଚ ତାହା ନ ହୋଇ ଚାଷୀ ଗୋଟିଏ ପଟେ ନିଜଧାନକୁ ମଣ୍ଡିରେ ବିକି ବ୍ୟାଂକ ଆକାଉଣ୍ଟ ଜରିଆରେ ନିଜ ନାମରେ ପ୍ରାପ୍ୟ ପାଇଥିବାର ସରକାରୀ ପ୍ରମାଣ ଥିବାବେଳେ,ସରକାରୀ ବଣ୍ଟନ ବ୍ୟବସ୍ଥାର ରାସନ ନେଉଥିବାର ପ୍ରମାଣ ବି ସେଇ ସରକାରୀ କାଗଜ ପ୍ରମାଣ କହୁଛି ।ସବୁଠୁ ବଡ କୌତୁହଳର ବିଷୟ ଯେ ଏହି ଉଭୟର କାଗଜ ପ୍ରମାଣ ସେହି ଯୋଗାଣ ବିଭାଗ ନିକଟରେ ମହଜୁଦ ରହିଛି ଯାହା ବିଭାଗୀୟ ଅଧିକାରୀ ମାନକୁଂ ଆଗାମୀ ଦିନରେ ଅଡୁଆରେ ପକାଇପାରେ।ରାସନ ଓ ସମିତି ସବୁଥିରେ ଆଧାର ସଂଯୋଗ ପରେ ପ୍ରାୟ ୫୦୦୦ ଚାଷୀକଂ ସଂପର୍କରେ ଏହି ଘଟଣାର ସତ୍ୟତା ଏବେ ସାମ୍ନାକୁ ଆସିଛି।ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ପ୍ରଣୟନ ଏହି ମହତ ଲକ୍ଷ୍ୟରେ ହୋଇଥିଲା ଯେ ଖାଦ୍ୟ ବିନା ଦେଶରେ କେହି ଜଣେ ବି ନ ମରୁ।ଏହାର ଅର୍ଥଏଇଆ ନୁହେଁ କି ନିଜ ଅମଳକୁ ଚାଷୀ ମଣ୍ଡିକୁ ବିକି ସରକାରୀ ରାସନ ନେବ।ଏହି ଜାଲିଆତିରେ ରାଜ୍ୟ ଯୋଗାଣ ବିଭାଗର ବ୍ଲକ ଯୋଗାଣ ନିରୀକ୍ଷକ ଓ ଜିଲା ସ୍ତର ରେ ସହକାରୀ ଯୋଗାଣ ଅଧିକାରୀ ଜଡିତ ଥିବାର ଅଭିଯୋଗ ଉଠୁଛି । ଯାହା ତଦନ୍ତ ହେଲେ ସତ୍ୟା ସତ୍ୟ ଜଣାପଡିବ। ଏ ସଂପର୍କରେ ତଥ୍ୟ ମତାମତ ଜାଣିବାକୁ ଆମେ ସେମାନକୁଂ ଫୋନ ଯୋଗାଯୋଗ କରିଥିଲେ ହେଁ ସେମାନେ ଧରାଦେଇ ନ ଥିଲେ

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]