କେନ୍ଦ୍ରତୈଳମନ୍ତ୍ରୀକୁଂ ଉଜାଲା ଘୋଟାଲା ସଂପର୍କରେ ଅବଗତ କରାଗଲା
ହୋଇପାରେ ବିତରକ ଓ ପଦାଧିକାରୀକଂ ଅବହେଳା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ !
ଭୂବନେଶ୍ୱର,୨।୯ (ସ୍ୱତନ୍ତ୍ର ପ୍ରତିନିଧି) ତୈଳ ବିତରଣକାରି କମ୍ପାନୀମାନକଂ ଦ୍ୱାରା ନିଯୁକ୍ତ ଘରୋଇ ରନ୍ଧନ ଗ୍ୟାସ ବିତରକ ମାନେ ନିୟମ ଓ ସର୍ତ୍ତାବଳୀ ଭାଂଗି ଗୋଟିଏ ଗୋଟିଏ ପରିବାରକୁ ଏକାଧିକ ଗ୍ୟାସ ଯୋଗାଇଥିବା ଯୋଗୁ ରାଜକୋଷରୁ ବିପୁଳ ଅର୍ଥ ସବସିଡ ବାବଦରେ କ୍ଷତିଘଟିଥିବାର ଅଭିଯୋଗ ସହ ଏହିସବୁ ଗ୍ୟାସ ହାଟ ବଜାରରେ ଖୋଲାମେଲାରେ ଚା ଜଳଖିଆ ଦୋକାନ ହୋଟେଲ,ଢାବା ଗୁଡିକରେ ବ୍ୟବସାୟୀକ କାର୍ଯ୍ୟରେ ବ୍ୟବହାର ହେଉଛି ଏହି ଅପବ୍ୟବହାର ରୋକିବାକୁ ସବସିଡି ଗ୍ୟାସ ନେଉଥିବା ରାସନକାର୍ଡ ଧାରୀ ହିତାଧିକାରୀକଂ ପରିବାରକୁ ଆଧାର ସଂଯୋଗ କରିବାକୁ କେନ୍ଦ୍ର ସରକାର ଓ ତୈଳ ମନ୍ତ୍ରଣାଳୟ ନିତିଗତନିଷ୍ପତ୍ତି ନେଇଥିଲେ।ଏହି ମର୍ମରେ ତୈଳ ବଣ୍ଟନକାରୀ କମ୍ପାନୀ ଗୁଡିକ ଜରିଆରେ ନିଯୁକ୍ତ ବିତରକ ମାନକୁଂ ଅବଗତ କରାଯାଇଥିଲା । ଅନଲାଇନ ଆଧାର ସଂଯୋଗ ହେବାକୁ କମ୍ପାନୀ ପକ୍ଷରୁ ସଫ୍ଟ ୱେୟାର ବି ଯୋଗାଇ ଦିଆଯାଇଥିଲା ଫଳରେ ଆଧାରକାର୍ଡର ତଥ୍ୟରେ ପରିବାର ସଦସ୍ୟକଂ ନାମ ସହିତ ବିଭିନ୍ନ କମ୍ପାନୀରୁ ନେଇଥିବା ଗ୍ୟାସର ଏକାଧିକ ସଂଯୋଗ ବି ଧରାପଡିଥାନ୍ତା।ଏହାକୁ ଲୁଚାଇ ରଖି ମିଥ୍ୟା ତଥ୍ୟରେ ଏରଂଚର ଜେନା ଭାରତ ଗ୍ୟାସ,ଅଡଶପୁରର ଉଦୟନାଥ ଭାରତ ଗ୍ୟାସ ଗୋଟିଏ ଗୋଟିଏପରିବାରକୁ ୩/୪ ଓ ଜାଲଗ୍ରାହକକୁଂ ଏକାଧିକ ଗ୍ୟାସ ସଂଯୋଗ ଦେଇଥିବା ଅଭିଯୋଗ ହୋଇଥିଲା।ନିୟମାନୁଯାୟୀ ନିଜେ ବିତରକ ମାନେ ସଠିକ ତଥ୍ୟକୁ ଯାଂଚକରି ସଂଯୋଗ ଦେବା ନଚେତ ଧରାପଡିଲେ କାର୍ଯ୍ୟାନୁଷ୍ଠାନ ଏମିତି କି ବିତରକ ନିଯୁକ୍ତିକୁ ରଦ୍ଦ କରାଯିବାକୁ ସର୍ତ୍ତାବଳୀରେ ଉଲ୍ଲେଖ ଅଛି ।ତେବେ ବହୁ ବିତରକ ରାଜ୍ୟସାରା ଏପରି କଳାକାରନାମାରେ ସଂପ୍ରୁକ୍ତ ଥିବାର ଅଭିଯୋଗ ଏବେ ବଳବତ୍ତର ହେବାରେ ଲାଗିଛି।ତେବେ ଜେନା ଗ୍ୟାସ ଓ ଉଦୟନାଥ ଗ୍ୟାସ ବିରୁଦ୍ଧରେ ଆସିଥିବା ନିର୍ଦ୍ଦିଷ୍ଟ ଅଭିଯୋଗ ସଂପର୍କରେ କେନ୍ଦ୍ର ତୈଳମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ରପ୍ରଧାନକୁଂ ୩ଦିନିଆ ରୁଷ୍ ଗସ୍ତ ସମୟରେ ଜଣାଇଦିଆଯାଇଛି।ମନ୍ତ୍ରୀମହୋଦୟ ଗସ୍ତରୁ ଫେରିବାପରେ କିଛି ଉଲ୍ଲେଖନୀୟ କାର୍ଯ୍ୟାଷ୍ଠାନ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି ।
ଫୁଲନଖରା – ନି ଆଳି ୬୦ ନମ୍ବର ରାଜ୍ୟ -ରାଜପଥ ପାର୍ଶ୍ୱସ୍ଥ ବାଗଲପୁର ବଜା୍ରେ ଦକ୍ଷିଣେଶ୍ୱର ମନ୍ଦିର ସାମ୍ନାରେ ଚା ‘ ଜଳଖିଆ ଦୋକାନରେ ଘରୋଇ ରନ୍ଧନ ଗ୍ୟାସ ବ୍ୟବହାର ର ଦ୍ରୁଶ୍ୟ । କାହା ନାଁ ରେ ଏ ସଂଯୋଗ ? କିଏ ସେହି ବିତରକ ? ଏମିତି ଏରଂଚ ବଜାର, କଣ୍ଟାପଡା ବଜାର ,ମହୀଧରପଡା ବଜାର, ଗୋବିନ୍ଦପୁର ବଜାର,ନିଆଳି ,ଚାରିଛକ,ନିମାପଡା,କୋଣାର୍କ , ଗୋପ,କାକଟପୁର, ଜଗତସିଂହପୁର,ବାଲିପାଟଣା ,ଖୋର୍ଦ୍ଧା , ଫୁଲନଖରା ଆଦି ସ୍ଥାନରେ ଦେଖିବାକୁ ମିଳିଛି ।