breaking News ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

କେନ୍ଦ୍ରାପଡା/ଭୁବନେଶ୍ୱର: ରଂଜନଦାସ ମ୍ରୁତ୍ୟୁ ଘଟଣା,ପୁଲିସ ଅବହେଳାକୁ ଦାୟୀକରି ମାନବାଧିକାର ଆୟୋଗରେ ଦାଖଲ ହେଲା,ଆଉଏକଅଭିଯୋଗ

Spread the love

ରାଜ୍ୟର ବହୁଳଚର୍ଚ୍ଚିତ ରଂଜନଦାସ ମ୍ରୁତ୍ୟୁ ରହସ୍ୟରେ ଓଡିଶା ପୁଲିସର ରହସ୍ୟଜନକ ନୀରବତା ବିରୁଦ୍ଧରେ ରାଜ୍ୟବ୍ୟାପୀ ଅସନ୍ତୋଷ ବଢିଚାଲିଛି।ଏହି ପରିପ୍ରେକ୍ଷୀରେ ପୁଲିସ ଅବହେଳାକୁ ଦାୟୀକରି ରାଜ୍ୟ ମାନବାଧିକାର ଆୟୋଗକଂ ନିକଟରେ ଗତକାଲି ଦାଖଲ ହୋଇଛି ଆଉଏକ ଅଭିଯୋଗ। ଉକ୍ତ ଅଭିଯୋଗଟିକୁ ଦାଖଲ କରିଛନ୍ତି ଆଗଧାଡିର ଜଣେ ମାନବାଧିକାର ଓ ସୂଚନା କର୍ମୀ ମାଧବାନନ୍ଦ ଭୋଇ ତାଂକ ଅଭିଯୋଗର ସାରାଂଶ ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା,ପାଟକୁରା ଥାନା,ତାଳସଂଗା ପଂଚାୟତ, ମାଣିକପୁର ଗ୍ରାମର ସୂଚନାଧିକାର କର୍ମୀ ରଂଜନଦାସ ବିଭିନ୍ନ ସରକାରୀ ଯୋଜନାରେ ହେଉଥିବା ବ୍ୟାପକ ଦୁର୍ନିତି ବିରୁଦ୍ଧରେ ସୂଚନା ମାଗି ଏହାର ପରଦା ଫାଶ୍ କରିଥିଲେ,ଏଣୁ ତାଂକୁ ବିଭିନ୍ନ ସମୟରେ ହତ୍ୟା ଧମକ ମିଳିଥିଲା।ଫେବ୍ରୁୟାରୀ ୧ତାରିଖ ପ୍ରତ୍ୟୁଷରେ ସନ୍ଦେହ ଜନକ ଅବସ୍ଥାରେ ତାଂକ ରକ୍ତାକ୍ତ ଶବ ମାର୍ଶାଘାଇ ଥାନା ବେରୁଆଁ ପଂଚାୟତର ବେରୁଆଁ-ଭଗବାନପୁର ରାସ୍ତା ପାର୍ଶ୍ୱରୁ ମିଳିଥିଲା।ପୂର୍ବର ହତ୍ୟା ଧମକ ନେଇ ଥାନାରେ ଲିଖିତ ଏତାଲା ଠାରୁ ଶବ ଜବତ,ତଦନ୍ତ ଓ ଅଭିଯୁକ୍ତ ମାନକୁଂ ଗିରଫ ଦାବୀ ସତ୍ତ୍ୱେ ପୁଲିସର ନୀରବତା ଭୁମିକାରେ ସନ୍ଦେଜନକ ପରିସ୍ଥିତି ସ୍ରୁଷ୍ଟି କରିଛି।ମାନବାଧିକାର ଆୟୋଗକଂ ନିକଟରେ ମାଧବାନନ୍ଦ ଦାଖଲ କରିଥିବା ଅଭିଯୋଗରେ ପୁଲିସକୁ ଏଥିନିମନ୍ତେ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]