କୋଟି କୋଟି ଟଂକା ବି.ଡି.ଓ ଓ କର୍ମଚାରୀ ମାନକଂ ଉପରେ ବର୍ଷ ବର୍ଷ ହେଲା ଗଡୁଛି,ଆଦାୟ ହେବ କେବେ ?
ସରକାର ଗୁରୁତରଆର୍ଥିକ ସଂକଟରେ ?
ଭୂବନେଶ୍ୱର ( ସ୍ୱ.ପ୍ର) ଓଡିଶାସରକାର ଏବେ ଗୁରୁତର ଆର୍ଥିକ ସଂକଟରେ । ଏମିତିକି ବଜେଟରେ ଟଂକା କେଊଁଠୁ ଆସିବ ସେଥିନେଇ ଘୋରତର ଚିନ୍ତାରେ ।ଖୋଲାବଜାରରୁ ବିପୁଳ ରୁଣ କରିବା ଛଡା ଗତ୍ୟନ୍ତର ନାହିଁ। ତେବେ ଦୀର୍ଘ ୧୫ବର୍ଷ ହେଲା ବି.ଡି.ଓ ତଥା ବ୍ଲକ୍ କାର୍ଯ୍ୟାଳୟର ଶହ ଶହ ଯନ୍ତ୍ରୀ ,ଉନ୍ନୟନ ଦାୟୀତ୍ୱରେ ଥିବା କର୍ମଚାରୀ,ଆକାଉଣ୍ଟସ ପରିଚାଳନା କରିଥିବା କର୍ମଚାରୀ ମାନକଂ ଉପରେ କୋଟିକୋଟି ଟଂକା ଅଡିଟ ରିପୋର୍ଟ ଅନୁଯାୟୀ ଅନାଦାୟ ହୋଇ ପଡିରହିଛି ।ଏମାନକଂ ମଧ୍ୟରୁ ଅନେକ ଅବସର ନେଲେଣି ,କେତେକ ମ୍ରୁତ୍ୟୁ ବରଣ ଅଥବା ଅନ୍ୟତ୍ର ଚାଲିଗଲେଣି !ସରକାରକଂ ନିଦ କେବେ ଆଉ ଭାଂଗିବ ସେଥିନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି । କେବଳ କଟକଜିଲ୍ଲା କଣ୍ଟାପଡା ବ୍ଲକର ୮ ଜଣ ବି.ଡି.ଓକଂ ଉପରେ ଏହିପରିମାଣ ୭୦ଲକ୍ଷରୁ ଅଧିକ। ସବୁଠୁ ବଡ କଥା ଯେ ସରକାରୀ ଅଡିଟରୁ ଏସବୁ ଧରାପଡିଛି । ଯହିଁରେ ବିଡିଓ ଏବଂ କାର୍ଯ୍ୟାଳୟର କର୍ମଚାରୀମାନେ ଅଡିଟର ମାଗିଥିବା ହାଫ୍ ମାର୍ଜିନର ଯଥାର୍ଥ ଉତ୍ତର ଦେଇପାରିନାହାନ୍ତି କିମ୍ବା କୈଫିୟତ ଗ୍ରହଣ ଯୋଗ୍ୟ ହୋଇନ ଥିବାରୁ ସେମାନକଂ ଠାରୁ ଅନିୟମିତତା ବାବଦ ଏହିଅର୍ଥ ଆଦାୟ ନିମନ୍ତେ ସରଚାର୍ଜ ଧାର୍ଯ୍ୟ ହୋଇଛି । ଅଥଚ ସରକାର ଏହାକୁ ଆଦାୟ ନକରି ନିୟମିତ ଦରମା ଦେଇଚାଲିଛନ୍ତି। ଏହାର ଏକ ଛୋଟିଆ ନମୁନା ଦର୍ଶାଇବା ଅଧିକ ପ୍ରାସଂଗିକ ହେବ । ସରକାରକଂ ନିର୍ଦ୍ଦେଶ ଓ ନିୟମାବଳୀ ଥିଲା କି ବିଭିନ୍ନ ପଂଚାୟତରେ ନିର୍ମିତ ହେଉଥିବା ସିମେଣ୍ଟ ଢଲେଇରାସ୍ତା ଗୁଡିକର ଓସାର ଯେତିକି ମିଟର ହେବ । ମାତ୍ର ତହିଁରୁ ବହୁ ଅଧିକ ପରିମାଣ