ଦୁର୍ନିତି

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love
ବିଜେଡି ଶାସନରେ କୋଟି କୋଟି ଟଙ୍କାର ନଦୀ ବାଲି ଲୁଟି ନେଇଥିଲେ ମାଫିଆ: ବିଜେପି ଶାସନରେ ଲୁଟରାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିମନ୍ତେ ପ୍ରଥମ ପ୍ରେସ ମିଟ

କଟକ ଗ୍ରାମାଞ୍ଚଳ ଜିଲ୍ଲା,(ନିପ୍ର)ବିଜେଡି ସରକାରଙ୍କ ସମୟରୁ କୋଟି କୋଟି ଟଙ୍କାର ନଦୀବାଲି ମାଫିଆ ମାନେ ଲୁଟି ନେଉଥିଲେ।ରାଜ୍ୟରେ ବିଜେପିର ନୂଆ ଶାସନ ପରେ ଆଜି ପ୍ରଥମଥର ଲାଗି ବିଜେପି ଏକ ପ୍ରେସମିଟ ଜରିଆରେ ଏହାର ପ୍ରତିବାଦ କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ,ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ଜଣେ ଟାଣୁଆ ନେତା,ସ୍ୱଚ୍ଛ ପରିମଳ ପଞ୍ଚାୟତ ନିମନ୍ତେ ପୂର୍ବତନ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ (ପୋସ୍ତଳ ପଞ୍ଚାୟତ)ସରପଞ୍ଚ,ବର୍ତ୍ତମାନର ନବନିଯୁକ୍ତ କଣ୍ଟାପଡ଼ା ବ୍ଲକ ଆତ୍ମା ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀ ପୋସ୍ତଳ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଜେଡି ସରକାର ସମୟରୁ,ଗୁଣ୍ଡାଗର୍ଦ୍ଦୀ କରି କେତେକ ବାଲି ମାଫିଆ ମୂଲ୍ୟବାନ ନଦୀବାଲି ସମ୍ପଦକୁ ଲୁଟି ନେବା ସହିତ ରାଜ୍ୟ ରାଜକୋଷକୁ ଲୁଟି ନେଉଥିଲେ,ରାଜ୍ୟରେ ବିଜେପିର ନୂତନ ସରକାର ଗଠନ ପରେ ଆଉ ସେପରି ଲୁଟକୁ ପ୍ରଶୟ ଦିଆଯିବ ନାହିଁ,ଶହଶହ ଏକରର ନଦୀବାଲିକୁ ମାଫିଆ ମାନେ ଚଳିତ ଥର ଲୁଟିବା ଯୋଜନା ଏବେ ଆରମ୍ଭ କରୁଛନ୍ତି।ପୂର୍ବଭଳି ମେସିନଦ୍ଵାରା ଏପରି କରାଯିବା ଏବେ ଆରମ୍ଭ ହେଉଛି।ପୂର୍ବରୁ ଥିବା ଗୋବିନ୍ଦପୁର ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି।ଆଶା କରାଯାଉଛି କି ସମଗ୍ର ପ୍ରଶାସନ ଏହା ରୋକିବାରେ ସଫଳ ହେବ।ସରକାରୀ କଳକୁ ସଂପୂର୍ଣ୍ଣ ସକ୍ରିୟ କରାଯିବ। ସୂଚନା ଯୋଗ୍ୟ ଯେ ପୂର୍ବରୁ ବାଲି ମାଫିଆଙ୍କ ଯୋଗୁ ରାସ୍ତା,ଘାଟ,ବନ୍ଧ,ବାଡ ସବୁ ଧ୍ବସ୍ତ, ବିଧ୍ୱସ୍ତ ହୋଇ ଜନ ସାଧାରଣ ବ୍ୟାପକ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇ ଆସୁଥିଲା।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

ରାମ ରାଜ୍ୟରେ ରାବଣ ଉତ୍ପାତ!! ଯୋଗାଣ ଦୁର୍ନୀତି ମହାକୁମ୍ଭରେ ଯୋଗାଣମନ୍ତ୍ରୀ ଓ ସଚୀବ: ତୁରନ୍ତ ବିଭାଗ ପରିବର୍ତ୍ତନ ଦାବୀ!!!

Spread the love

Spread the loveମୋହନ ସରକାରଙ୍କ ନିର୍ଦ୍ଦେଶ ପାଳନ ହେଉଛି କେମିତି??? ଆସନ୍ତୁ ଜାଣିବା […]